ଭୁବନେଶ୍ବର: ଆକ୍ସନ ମୁଡରେ ରାଜଧାନୀ ଅବକାରୀ ବିଭାଗ । ଡ୍ୟାନସ ବାରରେ ଦେହ ବ୍ୟବସାୟ ଅଭିଯୋଗ ପରେ ଯାଞ୍ଚ ଆରମ୍ଭ କରିଛି ଅବକାରୀ ଟିମ୍ । ବାର ଲାଇସେନ୍ସ ନେଇ ଅବକାରୀ ନିୟମ ଉଲଙ୍ଘନ କରୁଥିବା ବାରରେ ରାତି ଅଧିଆ ଚେକିଂ ଆରମ୍ଭ ହୋଇଛି । ଅବକାରୀ ବିଭାଗର ଗୋଟିଏ ଟିମ୍ ରାଜଧାନୀର ଛାତି ଉପରେ ଥିବା ବିଭିନ୍ନ ଡ୍ୟାନ୍ସ ବାରରେ ଛାପା ମାରିଛି । ଏକାମ୍ର, ଦୀପାଲି, ପେଣ୍ଟାଗନ, ରେନଦବାର, ଲିଭ୍ ଆଠ ଅପ୍, ରଙ୍ଗିଲା ବାରରେ ରାତି ଅଧରେ ଚେକିଂ କରିଥିବା ସୂଚନା ଦେଇଛନ୍ତି ଅବକାରୀ ଇନସ୍ପେକ୍ଟର ।
ରାତି ଯେତେ ବଢୁଥିଲା, ନାଚଗୀତରେ ସେତେ କମ୍ପୁଥିଲା ବାର । ରଙ୍ଗୀନ ଆଲୋକ ସାଙ୍ଗକୁ ଡିଜେ ଗୀତର ତାଳେ ତାଳେ ଠୁମକା ଲଗାଇ ମସଗୁଲ ଥିଲେ ଗ୍ରାହକ, ଯିଏ ଯେମିତି ପାରିଲା ସିଏ ସେମିତି ଢଙ୍ଗରେ ନାଚୁଥିଲା, କିନ୍ତୁ ଏସବୁ ମଜାକୁ ସଜାରେ ପରିଣତ କଲା ପୋଲିସ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାର ଚାଲୁଥିବା ନେଇ କମିଶନରେଟ ପୋଲିସ ଦ୍ବାରା ଏକ ସ୍ପେଶାଲ ଡ୍ରାଇଭ୍(special drive) ଆରମ୍ଭ ହୋଇଛି । କେତେ ବାର ଗାର୍ଲ ରହୁଛନ୍ତି । ସେମାନଙ୍କ ନାଁ ଓ ଆଇଡି କାର୍ଡ ଯୋଗାଇ ଦିଆଯାଇଛି କି ନାହିଁ । ବାର ଭିତରେ ବାର ଗାର୍ଲଙ୍କ ଠାରୁ କେତେ ଦୂରତାରେ କଷ୍ଟମର ବସୁଛନ୍ତି । ବାର ଗାର୍ଲ ନିଜକୁ ସୁରକ୍ଷିତ ମଣୁଛନ୍ତି କି ନାହିଁ ଏସବୁ ଦିଗରେ ଯାଞ୍ଚ ଆରମ୍ଭ କରିଛି ଅବକରୀ ଟିମ୍ ।
ଏହା ମଧ୍ୟ ପଢନ୍ତୁ...ରାଜଧାନୀର ଡ୍ୟାନ୍ସ ବାର୍ରେ ଅନୈତିକ କାର୍ଯ୍ୟ, ଆଗରେ ବାର୍ ଭିତରେ ଦେହ ବ୍ୟବସାୟ
ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ପର୍ଯ୍ୟନ୍ତ ବାର ଚାଲୁଥିବାରୁ ପୋଲିସ ବାରରେ ଚଢାଉ କରିଥିଲା । ଦୁଇଟି ବାର ନିୟମ ଉଲଙ୍ଘନ କରୁଥିବା ନେଇ ଅବକାରୀ ଟିମ୍ ରେଡ ବେଳେ ଜାଣିବାକୁ ପାଇଥିଲେ । ଏନେ ନେଇ ବାର କର୍ତ୍ତୃପକ୍ଷଙ୍କୁ ସୋକଜ୍ ନୋଟିସ ମଗାଯାଇଛି । ତେବେ ବାରରେ ଦେହ ବେପାର କାରବାର ଅଭିଯୋଗ ଆଣିଥିଲେ ଜଣେ ବାର ମ୍ୟାନେଜର । ଏନେଇ ସମ୍ପୃକ୍ତ ବାର ମାଲିକ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଥିଲା । କେସ ନମ୍ବର ୪୨୫ ଆଧାରରେ ବାର ମାଲିକଙ୍କୁ ଖୋଜୁଛି କମିଶନରେଟ୍ ପୋଲିସ ।
ଅନ୍ୟପଟେ ବାର ଖବର ସାମ୍ନାକୁ ଆସିବା ପରେ ବାର୍ ଆସୋସିଏସନ ଏନେଇ କହିଛନ୍ତି ଏଭଳି ଅଭିଯୋଗ ନିର୍ଦ୍ଧିଷ୍ଟ କିଛି ବାର ବିରୋଧରେ ଆସିଥିବ । ସେନେଇ ଆମେ ଅବକାରୀ ଅଧିକାରୀଙ୍କ ଦୃଷ୍ଟିକୁ ଆଣିବୁ । ଏନେଇ ପୁର୍ବରୁ ମଧ୍ୟ ଜଣେ ବାର ମାଲିକ କିଛି ନିୟମ ଉଲଙ୍ଘନ କରୁଥିଲେ । ଅବକରୀ ବିଭାଗ ବର୍ଷେ ପାଇଁ ତାଙ୍କୁ ଲାଇସେନ୍ସ ଦେଇନଥିଲା । ସେପଟେ ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବାର ଆସୋସିଏସନ କର୍ମାକର୍ତ୍ତାମାନେ ପ୍ରତିକ୍ରିୟା ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର