ETV Bharat / state

ବିରୋଧ ପରେ ବି ମାଟିରେ ମିଶିଲା ମହିଳା ସମିତି ଘର - ବିଡିଏ ପକ୍ଷରୁ ଜବରଦଖଲ ଉଚ୍ଛେଦ

ବିଡିଏ ପକ୍ଷରୁ ଦୁଇଟି ସ୍ଥାନରେ ଉଚ୍ଛେଦ ହୋଇଛି । ବିରୋଧ ସତ୍ତ୍ବେ ଖାରବେଳ ନଗର ମୌଜାରେ ଥିବା ମହିଳା ସମିତି ଘର ମାଟିରେ ମିଶିଛି । ଅଧିକ ପଢନ୍ତୁ

bhubaneswar Bda eviction
ମାଟିରେ ମିଶିଲା ମହିଳା ସମିତି ଘର
author img

By

Published : Apr 18, 2023, 1:21 PM IST

ମାଟିରେ ମିଶିଲା ମହିଳା ସମିତି ଘର

ଭୁବନେଶ୍ବର: ମାଟିରେ ମିଶିଲା ମହିଳା ସମିତି ଘର । ବିରୋଧ ସତ୍ତ୍ବେ ସରକାରୀ ଜମିରେ ବେଆଇନ ଭାବେ ଗଢ଼ା ହୋଇଥିବା ଘର ମାଟିରେ ମିଶିଛି । ବିଡିଏ ପକ୍ଷରୁ ଖାରବେଳ ନଗର ମୌଜାରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ଏହି ଉଚ୍ଛେଦ ସମୟରେ ଶତାଧିକ ମହିଳା ଏହାର ବିରୋଧ କରିଥିଲେ । ଏମିକି କିଛି ମହିଳା ଜେସିବି ଉପରେ ଚଢି ପ୍ରତିବାଦ କରିଥିଲେ । ତୀବ୍ର ବିରୋଧ ପରେ ବି ପୋଲିସ ସହୟତାରେ ମାଟିରେ ମିଶିଛି ଜବରଦଖଲ ଘର । ବିଡିଏ ଏନଫୋର୍ସମେଣ୍ଟ ଟିମ ଏହି ଉଚ୍ଛେଦ କରିଥିଲା ।

ଖାରବେଳ ନଗର ଥାନା ଅନ୍ତର୍ଗତ ପ୍ଲଟ୍ ନଂ ଏସସିଆର-53ରେ ଏକ ମହିଳା ସମିତି ଘର ତିଆରି ହୋଇଥିଲା । ଏହି ସରକାରୀ ଜମିରେ ଘର ନିର୍ମାଣ କରି ମହିଳା ସମିତି ନାଁ ଦିଆଯାଇଥିଲା । ଏନଫୋର୍ସମେଣ୍ଟ ଟିମ ଏଠାରେ ପହଞ୍ଚି ପାଚେରୀ ଭାଙ୍ଗିବା ପରେ ମହିଳାମାନେ ଜେସିବି ଆଗରେ ଛିଡା ହୋଇ ଏହାର ବିରୋଧ କରିଥିଲେ । ଘର ନ ଭାଙ୍ଗିବାକୁ ଜିଦରେ ଅଡି ବସିଥିଲେ । ବିଡିଏ ଅଧିକାରୀ ମହିଳାଙ୍କୁ ବୁଝାସୁଝା କରିବା ପରେ ବି ମହିଳା ଜିଦରେ ଅଟଳ ରହିଥିଲେ । ପରେ ପୋଲିସ ହସ୍ତକ୍ଷେପ କରିବା ପରେ ମହିଳାଙ୍କ ବିରୋଧ ସତ୍ତ୍ବେ ମାଟିରେ ମିଶିଥିଲା ମହିଳା ସମିତି ଘର । 2ଟି ଆଜବେଷ୍ଟ ଘର ସମେତ 30 ଫୁଟର ପାଚେରୀ ଭଙ୍ଗା ଯାଇଥିଲା । ପୂର୍ବରୁ ନୋଟିସ ଦିଆଯିବ ସହ ସେଠାରୁ ହଟିବାକୁ କୁହାଯାଇଥିଲା ହେଲେ ସେମାନେ ହଟିନଥିଲେ ।

ଏହା ବି ପଢନ୍ତୁ...ବେଦାନ୍ତ ଫେକର ପ୍ଲାଣ୍ଟ ଦୁର୍ଘଟଣା, ଉଚ୍ଚସ୍ତରୀୟ ବୈଠକ କଲା ଜିଲ୍ଲା ପ୍ରଶାସନ

ପ୍ରବଳ ବିରୋଧ ସତ୍ତ୍ବେ ଟିମ୍ ଉକ୍ତ ପ୍ଲଟକୁ ଜବରଦଖଲ ମୁକ୍ତ କରିଛି। ମା ଭୁବନେଶ୍ବରୀ ମହିଳା ସମିତି ଗୃହକୁ ଟିମ୍ ପ୍ରାଇଡ୍ ପୋଲିସ ସହାୟତାରେ ଭାଙ୍ଗି ମାଟିରେ ମିଶାଇଛି । ଏହି ଘରଟି ସାଧାରଣ ପ୍ରଶାସନ ବିଭାଗ ଜମିରେ ନିର୍ମାଣ ହୋଇଥିବାବେଳେ ଏହି ପ୍ଲଟକୁ ବବିତା ଅଗ୍ରୱାଲଙ୍କୁ ଆଲର୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଏ ନେଇ ହାଇକୋର୍ଟରେ ଦୀର୍ଘ ଦିନ ଧରି ମାମଲା ବିଚାରଧୀନ ଥିଲା । ଏହି ବେଆଇନ ନିର୍ମିତ ଘରକୁ ଭାଙ୍ଗି ସରକାରୀ ଜାଗାକୁ ଜବରଦଖଲରୁ ମୁକ୍ତ କରିବା ଲାଗି ହାଇକୋର୍ଟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ ସୋମବାର ଟିମ୍ ପ୍ରାଇଡ୍ ଜେସିବି ଲଗାଇ ଖାରବେଳ ଥାନା ଅଧିକାରୀଙ୍କ ସହଯୋଗରେ ମହିଳା ସମିତି ଗୃହ ଭାଙ୍ଗିଛି । ଉକ୍ତ ସ୍ଥାନକୁ ବିଡିଏ ନିଜ ଅଧୀନକୁ ନେବା ସହ ସେଠାରେ ପାଚେରୀ ନିର୍ମାଣ କରିବ ବୋଲି ସୂଚନା ମିଳିଛି ।

ଇଟିିଭି ଭାରତ, ଭୁବେନଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.