ETV Bharat / state

Khordha NACରେ ଜବରଦଖଲ ଉଚ୍ଛେଦ ଆରମ୍ଭ

author img

By

Published : Nov 23, 2021, 6:49 PM IST

ଖୋର୍ଦ୍ଧା ସହରରେ (Khordha NAC) ପୁଣି ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ (Eviction) ପ୍ରକ୍ରିୟା । ଅଧିକ ପଢନ୍ତୁ

Khordha NAC ଜବରଦଖଲ ଉଚ୍ଛେଦ ଆରମ୍ଭ
Khordha NAC ଜବରଦଖଲ ଉଚ୍ଛେଦ ଆରମ୍ଭ

ଖୋର୍ଦ୍ଧା : ଦୀର୍ଘ ଦିନର ନିରବତା ପରେ ଖୋର୍ଦ୍ଧା ସହରରେ (Khordha NAC) ପୁଣି ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ (Eviction) ପ୍ରକ୍ରିୟା । ଏହି ଉଚ୍ଛେଦ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ପୌର ପରିଷଦ କର୍ମଚାରୀ ଓ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ (Khordha Adarsh Police)।

Khordha NAC ଜବରଦଖଲ ଉଚ୍ଛେଦ ଆରମ୍ଭ

ପ୍ରାଥମିକ ପର୍ଯ୍ୟାୟରେ ସମବାୟ ବ୍ୟାଙ୍କ ଛକ ଠାରୁ ଟ୍ରାଫିକ ପର୍ଯ୍ୟନ୍ତ ରାସ୍ତାର ଦୁଇକଡକୁ ଅବରୋଧ କରିଥିବା ୫୦ରୁ ଊର୍ଦ୍ଧ୍ବ ଦୋକାନକୁ ତାଗିଦ୍ କରାଯାଇଛି । ମହାମାରୀ କୋରୋନା ଯୋଗୁଁ ଜୀବନଜୀବିକା ହରାଇଥିବା ବ୍ୟବସାୟୀମାନେ ସାମାନ୍ୟ ମୁଣ୍ଡଟେକି ଠିଆ ହେବାକୁ ଚେଷ୍ଟା କରୁଥିବାବେଳେ ପୌର ପରିଷଦର ଛାଟ ପୁନର୍ବାର ତାଙ୍କ ଉପରେ ପଡିଛି । ଅନ୍ୟପକ୍ଷରେ ଖୋର୍ଦ୍ଧା ସହରରେ ଭେଣ୍ଡିଙ୍ଗ ଜୋନ ନଥିବାରୁ ଉଠାଦୋକାନୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ବ୍ୟବସାୟୀଙ୍କ ଦୁଃଖ ବୁଝିବା ସହ ସ୍ଥାୟୀ ପ୍ରତିକାର ପାଇଁ ନିବେଦନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.