ETV Bharat / state

ରତ୍ନ ଭଣ୍ଡାରରେ ରତ୍ନ ଅଛି ତ, ସ୍ପଷ୍ଟ କରନ୍ତୁ ସରକାର: ବିଜୟ ପଟ୍ଟନାୟକ - bijay pattnaik targets odisha govt

ପ୍ରେସମିଟ କରି ବିଜୟ କହିଛନ୍ତି ବିଜେଡି ବିଜେପି ଉଭୟଙ୍କ ଚିନ୍ତାଧାରା ସମାନ l ଯଦି ବିଜେଡି ବିରୋଧୀ ଦଳ ତେବେ କଂଗ୍ରେସ ପ୍ରସଙ୍ଗରେ କାହିଁକି ମୁହଁ ଖୋଲିନାହାନ୍ତି l ଦରକାର ପଡିଲେ ଉଭୟ ଦଳ ବିରୋଧୀଙ୍କ କଣ୍ଠରୋଧ କରିବାକୁ CBI ED ଭିଜିଲାନ୍ସ, ପୋଲିସ ଲଗାଇଥାନ୍ତି l ଏହା ସ୍ପଷ୍ଟ ଭାବେ ପ୍ରତିପାଦିତ ହେଉଛି ଯେ ଉଭୟ ଦଳ ପରସ୍ପର ପାଇଁ କାମ କରୁଛନ୍ତି ନହେଲେ କେବେ ଚୁପ ରହିନଥାନ୍ତେ l ଏନେଇ ବିଜେଡି ସ୍ପଷ୍ଟିକରଣ ଦେବା ଦରକାର l ଅଧିକ ପଢନ୍ତୁ

ରତ୍ନ ଭଣ୍ଡାର ସ୍ଥିତି କଣ, ରତ୍ନ ଅଛି  ନା ନାହିଁ ସ୍ପଷ୍ଟ କରନ୍ତୁ ସରକାର:  ବିଜୟ ପଟ୍ଟନାୟକ

author img

By

Published : Mar 29, 2023, 7:22 AM IST

ଭୁବନେଶ୍ବର: ଆଜି ଭାରତ ଏକାଠି ହୋଇଛି ରାହୁଲ ଗାନ୍ଧୀଙ୍କ ପାଇଁ l ବିରୋଧୀ ସମସ୍ୱରରେ ଗଣତନ୍ତ୍ରର ଏ ନିଷ୍ପତ୍ତିକୁ ବିରୋଧ କରିଛନ୍ତି l ଏହି ବିରୋଧରେ ଦେଶବ୍ୟାପୀ 18ଟି ଦଳ ସାମିଲ ହୋଇଛନ୍ତି ମାତ୍ର ଓଡ଼ିଶାରେ ବିଜେଡି ଦଳ ସମ୍ପୂର୍ଣ ଚୁପ l ସନ୍ଦେହ ଯାହା ଥିଲା ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ତାହା ଏବେ ପ୍ରମାଣିତ ହୋଇଛି l ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ଆଜି ଏଭଳି କହି ବିଜେଡିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।

ଗତ ମଙ୍ଗଳବାର ପ୍ରେସମିଟ କରି ବିଜୟ କହିଛନ୍ତି ବିଜେଡି ବିଜେପି ଉଭୟଙ୍କ ଚିନ୍ତାଧାରା ସମାନ । ଯଦି ବିଜେଡି ବିରୋଧୀ ଦଳ ତେବେ କଂଗ୍ରେସ ପ୍ରସଙ୍ଗରେ କାହିଁକି ମୁହଁ ଖୋଲିନାହାନ୍ତି । ଦରକାର ପଡିଲେ ଉଭୟ ଦଳ ବିରୋଧୀଙ୍କ କଣ୍ଠରୋଧ କରିବାକୁ CBI, ED ଭିଜିଲାନ୍ସ, ପୋଲିସ ଲଗାଇଥାନ୍ତି । ଏହା ସ୍ପଷ୍ଟ ଭାବେ ପ୍ରତିପାଦିତ ହେଉଛି ଯେ ଉଭୟ ଦଳ ପରସ୍ପର ପାଇଁ କାମ କରୁଛନ୍ତି ନହେଲେ କେବେ ଚୁପ ରହିନଥାନ୍ତେ । ଏନେଇ ବିଜେଡି ସ୍ପଷ୍ଟୀକରଣ ଦେବା ଦରକାର ।

ସେହିପରି ବିଜେଡିର ଜୟ ଜଗନ୍ନାଥ ସ୍ଲୋଗାନ କ୍ୟାମ୍ପେନିକୁ ନେଇ ବିଜୟ କହିଛନ୍ତି, ସେମାନେ ଭଗବାନଙ୍କ ନାଁ ନେବା ପାଇଁ ଚାହୁଁଛନ୍ତି ଖୁସି ହେବା କଥା । କିନ୍ତୁ ମୋର ବିଜେଡିକୁ ପ୍ରଶ୍ନ ରତ୍ନ ଭଣ୍ଡାର ବିଷୟରେ କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସେଠାରେ ଅଳଙ୍କାର ଅଛି ନା ନାହିଁ ଏ ସମ୍ପର୍କରେ ସ୍ପଷ୍ଟ କାହିଁକି ହେଉନି । ରତ୍ନ ଭଣ୍ଡାର ଚାବି କୁଆଡ଼େ ହଜିଲା ତାହା ପ୍ରଶ୍ନର ଉତ୍ତର ନାହିଁ । ରତ୍ନ ଭଣ୍ଡାର ପ୍ରସଙ୍ଗ ଅନ୍ଧକାର ଏନେଇ ସ୍ପଷ୍ଟୀକରଣ ଆସିବା ଦରକାର । ବ୍ରହ୍ମ ବିଭ୍ରାଟ ହୋଇଥିଲା ଆସ୍ତେ ଆସ୍ତେ ଲିଭେଇବା ପାଇଁ ଚେଷ୍ଟା କରାଯାଇଛି । ଏସବୁ ବିଷୟରେ ସ୍ପଷ୍ଟୀକରଣ ଆସିବା ଦରକାର । ଠାକୁରଙ୍କୁ ବନ୍ଦନା କରିବାରେ କାହାରି ଆପତ୍ତି ନାହିଁ । ଧର୍ମକୁ ନେଇ ରାଜନୀତି କରିବା ଉଚିତ ନୁହେଁ ।

ବିଜୟ ଆହୁରି କହିଛନ୍ତି ବିଜେପି କାଳେ ବେଶି ମାଇଲେଜ ନେଇଯିବ ତାକୁ ନଜରରେ ରଖି ଏପରି କରୁଥାଇ ପାରନ୍ତି । କଂଗ୍ରେସ ଧର୍ମ ନିରପେକ୍ଷ ଦଳ । ସରକାରଙ୍କୁ ମୋର ପ୍ରଶ୍ନ ଠାକୁରଙ୍କୁ ବନ୍ଦନା କରିବା ଭୁଲ ନୁହେଁ । ମାତ୍ର ଧର୍ମକୁ ନେଇ ରାଜନୀତି କରିବା ଉଚିତ ନୁହେଁ l ବିଜେପି କାଳେ ମାଇଲେଜ ନେଇ ଯିବ ସେଥିପାଇଁ ହୁଏତ ବିଜେଡି ଏଭଳି ନାରା ଦେଉଛି l

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.