ETV Bharat / state

ପାଇକ ସ୍ମାରକୀ ନିର୍ମାଣ କାମରେ ବିଳମ୍ବ; ବିଜେଡି ବିଜେପି ଦୋଷ ଲଦାଲଦି - ଖୋର୍ଦ୍ଧା ବିଧାୟକ ଜ୍ୟୋତି ମିତ୍ର

ପାଇକ ସ୍ମାରକୀ ନିର୍ମାଣ କାମରେ ବିଳମ୍ବ । ପୁନର୍ବାର ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । 2018 ମସିହାରେ ତତ୍କାଳିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀ ନିର୍ମାଣ ପାଇଁ ଶୁଭ ଦେଇଥିଲେ । 5 ବର୍ଷ ବିତିଗଲାଣି । ରାଜ୍ୟ ସରକାର ବିଭିନ୍ନ ଟାଳଟୁଳ ନୀତି ଅପଣାଇ ଏହି ପ୍ରକଳ୍ପକୁ କରାଇ ଦେଉନଥିବା ଅଭଯୋଗ । ଅଧିକ ପଢ଼ନ୍ତୁ

ପାଇକ ସ୍ମାରକୀ ନିର୍ମାଣ କାମରେ ବିଳମ୍ବ; ବିଜେଡି ବିଜେପି ଦୋଷ ଲଦାଲଦି

author img

By ETV Bharat Odisha Team

Published : Nov 21, 2023, 10:38 PM IST

ପାଇକ ସ୍ମାରକୀ ନିର୍ମାଣ କାମରେ ବିଳମ୍ବ; ବିଜେଡି ବିଜେପି ଦୋଷ ଲଦାଲଦି

ଭୁବନେଶ୍ବର: ପାଇକ ସ୍ମାରକୀ ନିର୍ମାଣ କାମରେ ବିଳମ୍ବ ହେଉଛି । ଏହାକୁ ନେଇ ପୁନର୍ବାର ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ରାଜ୍ୟ ସରକାର ଏ ପ୍ରକଳ୍ପକୁ କରାଇ ଦେଉନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ସେପଟେ ବିଜେପି ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ବିଧାୟକ ଜିତୁ ମିତ୍ର ।

ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି ଯେ, 2018 ମସିହାରେ ତତ୍କାଳିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀ ନିର୍ମାଣ ପାଇଁ ଶୁଭ ଦେଇଥିଲେ । ଆଜିକୁ ଏହା 5 ବର୍ଷ ବିତିଗଲାଣି । ରାଜ୍ୟ ସରକାର ବିଭିନ୍ନ ଟାଳଟୁଳ ନୀତି ଅପଣାଇ ଏହି ପ୍ରକଳ୍ପକୁ କରାଇ ଦେଉନାହାନ୍ତି । ମୁଁ ବକ୍ସିଙ୍କ ଦାୟାଦ ଭାବେ ଅନୁଭବ କରୁଛି । ପ୍ରକଳ୍ପ ପାଇଁ ଯେତେବେଳେ ଗଛ କଟା ଓ ସ୍ଥାନାନ୍ତରଣ କଥା ଆସିଲା ସେତେବେଳେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଟଙ୍କା ମାଗିଥିଲେ । କେନ୍ଦ୍ର ସରକାର 55 ଲକ୍ଷ ଟଙ୍କା ଏହି ଗଛ କଟା ଓ ସ୍ଥାନାନ୍ତରଣ ବାବଦରେ ଦେଇଥିଲେ । ଗଛର ରୟାଲଟି ବାବଦରେ 8 ଲକ୍ଷ ଦେଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଗତ ନଭେମ୍ବର 2 ତାରିଖ ଦିନ ଡିଏଫଓ ଆଇଓସିଏଲକୁ ଏକ ଚିଠି ଲେଖିଛନ୍ତି । ସ୍ଥାନାନ୍ତରଣ ହେବାକୁ ଥିବା 789 ଗଛ ମଧ୍ୟରୁ 680ଟି ଗଛ ସ୍ଥାନାନ୍ତରିତ କରିଛୁ । ବର୍ତ୍ତମାନ ସୁଦ୍ଧା ଶତାଧିକ ଗଛ ସ୍ଥାନାନ୍ତରିତ ହୋଇପାରିନାହିଁ । ଏଥିରୁ ଜଣାପଡ଼ୁଛି ଟାଳଟୁଳ ନୀତି କିଏ କରୁଛି । ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବେ ନାହିଁ । ହୁଏତ ନିର୍ବାଚନ ପରେ ତାଙ୍କ ମନରେ ପରିବର୍ତ୍ତନ ହୋଇପାରେ । ତା ପରେ ଏହି କାର୍ଯ୍ୟ ଆରମ୍ଭ ହେବ । ପ୍ରଥମରୁ ସେମାନଙ୍କର ପାଇକ ମାନଙ୍କ ପ୍ରତି କୌଣସି ଆନ୍ତରିକତା ନଥିଲା । ବର୍ତ୍ତମାନ ମଧ୍ୟ ତାହା ନାହିଁ ।

ଅଧିକ ପଢନ୍ତୁ- ପାଇକ ପଲିଟିକ୍ସ: ଆରୋପ ପ୍ରତ୍ୟାରୋପ ଭିତରେ କଂଗ୍ରେସର ଅଲଟିମେଟମ୍

ଅଭିଯୋଗର ଜବାବ ରଖିଛନ୍ତି ବିଜେଡିର ଖୋର୍ଦ୍ଧା ବିଧାୟକ ଜ୍ୟୋତି ମିତ୍ର । ଜ୍ୟୋତି କହିଛନ୍ତି, "ଖୋର୍ଦ୍ଧାର ବରୁଣେଇ ପାଖରେ ରାଜ୍ୟ ସରକାର 10 ଏକରର ଜମି କେନ୍ଦ୍ର ସରକାରର ସଂସ୍କୃତି ବିଭାଗକୁ ଯୋଗାଇ ଦେଇଛନ୍ତି । କେନ୍ଦ୍ର ସରକାରର ସଂସ୍କୃତି ବିଭାଗ ଜମି ଅଧିଗ୍ରହଣ କରିବା ପରେ ମଧ୍ୟ କାର୍ଯ୍ୟ ବିଳମ୍ବରେ ଆରମ୍ଭ କରୁଛି । DPR ପ୍ରସ୍ତୁତ କରିବା ଦାୟିତ୍ବ କେନ୍ଦ୍ର ସଂସ୍କୃତି ବିଭାଗ । ସେମାନେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବେ । ଏଥିରେ ରାଜ୍ୟ ସରକାରଙ୍କର କୌଣସି ଅବହେଳା ନାହିଁ । କିନ୍ତୁ ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.