ETV Bharat / state

ଖୋର୍ଦ୍ଧା ସମବାୟ ବ୍ୟାଙ୍କ ଘୋଟାଲା, EOW ତଦନ୍ତ ପାଇଁ ସୁପାରିଶ

author img

By

Published : Apr 6, 2022, 12:49 PM IST

ଖୋର୍ଦ୍ଧା ଜିଲ୍ଲାର କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡା ସମ୍ପ୍ରସାରିତ ଶାଖାର ଘୋଟଲା ମାମଲା । ତିନି ଜଣଙ୍କ ନାମରେ ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଅଧିକ ପଢନ୍ତୁ

କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡା ସମ୍ପ୍ରସାରିତ ଶାଖାର ଘୋଟଲା ମାମଲା: ତିନି ଜଣଙ୍କ ନାଁରେ ଏତଲା ଦେବାକୁ ନିର୍ଦ୍ଦେଶ

ଖୋର୍ଦ୍ଧା: ଜିଲ୍ଲାର କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡା ସମ୍ପ୍ରସାରିତ ଶାଖାର ଘୋଟଲା ମାମଲା । ଘଟଣାଟି ପ୍ରଥମେ ଇଟିଭି ଭାରତରେ ପ୍ରସାରଣ ପରେ ଲୋକଙ୍କ ଟଙ୍କା କିଏ ଖାଇଛି ତାର ତଦନ୍ତ ଆରମ୍ଭ ହୋଇଥିଲା । ଆଉ ତଦନ୍ତରେ ତତ୍କାଳୀନ ଆକାଉଣ୍ଟାଣ୍ଟ ବୁଦ୍ଧିରାମ ଦାସ,ଶକୁନ୍ତଳା ଓଝା ଓ ପ୍ରସନ୍ନ ତୋଷ ସମ୍ପୃକ୍ତି ଥିବା ସମ୍ନାକୁ ଆସିଛି ।

ଆଉ ଏବେ ଘଟଣାରେ ସେହି ତିନି ଜଣଙ୍କ ନାମରେ ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ସେହିଭଳି କିପରି ଦୀର୍ଘଦିନ ଧରି ଲୋକଙ୍କ ଟଙ୍କା ଚଳୁ କରାଯାଉଥିଲା ତାର ତଦନ୍ତ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା କରିବା ପାଇଁ ସୁପାରିଶ କରିଛନ୍ତି ଜିଲ୍ଲାପାଳ । ସେହିଭଳି ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଥିବେ ତାଙ୍କ ଠାରୁ ଅର୍ଥ ଭରଣା କରାଯାଇ ଲୋକଙ୍କ ଟଙ୍କା ଫେରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.