ETV Bharat / state

ନିବେଶ ଗୁରୁ ଭାବେ ଲୋକଙ୍କୁ ଠକୁଥିଲେ, STA କ୍ରିପ୍ଟୋ ଟୋକନର ସର୍ଦ୍ଦାର ଗିରଫ

STA କ୍ରିପ୍ଟୋ ନିବେଶ ଅଫର କରି ବଡ଼ ଧରଣର ଠକେଇ । ନିବେଶ ଗୁରୁକୁ ଗିରଫ କଲା ଇଓଡବ୍ଲୁ । ଅଧିକ ପଢନ୍ତୁ

author img

By

Published : Aug 7, 2023, 9:50 PM IST

Etv Bharat
Etv Bharat
STA କ୍ରିପ୍ଟୋ ଟୋକନର ସର୍ଦ୍ଦାର ଗିରଫ

ଭୁବନେଶ୍ବର: କ୍ରିପ୍ଟୋ ନିବେଶ ପାଇଁ ଲୋକଙ୍କୁ ମାଇଣ୍ଡ ଓ୍ବାସ କରୁଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ସେଲିବ୍ରେଟି ଆଣି ମାର୍କେଟିଂ କରୁଥିଲେ । ଟଙ୍କା କି ସୁନା ନୁହେଁ STA କ୍ରିପ୍ଟୋ ନିବେଶ ଅଫର ଦେଉଥିଲେ । ଆଉ ଭଲ ରିଟର୍ଣ୍ଣର ଲୋଭ ଦେଇ ଲୋକଙ୍କଠୁ ଟଙ୍କା ନେଇ ଠକେଇର ବଡ ଷଡ଼ଯନ୍ତ୍ର ରଚିଥିଲେ । ଯାହାର ନିବେଶ ଗୁରୁ ବା ଭାରତର ଏହି କମ୍ପାନୀ ମୁଖ୍ୟ ଗୁରୁତେଜ ସିଙ୍ଗ ସିଦ୍ଧୁଙ୍କୁ ଗିରଫ କରିଛି EOW ।

STA କ୍ରିପ୍ଟୋ ଟୋକନର ସର୍ଦ୍ଦାର ଗିରଫ
STA କ୍ରିପ୍ଟୋ ଟୋକନର ସର୍ଦ୍ଦାର ଗିରଫ

ବିଗତ ସପ୍ତାହେ ଧରି ଭାରତର ଗୋଆ, ଲୁନାଭଲା ପରେ ରାଜସ୍ଥାନର ବିଭିନ୍ନ ସ୍ଥାନ‌ ବଦଳାଇବା ପରେ ଶ୍ରୀଗଙ୍ଗନଗରରୁ ଗିରଫ କରିଛି ଇଓଡବ୍ଲୁ ଟିମ୍ । ଭାରତରେ କ୍ରିପ୍ଟୋ ମାଇନିଂ ଜରିଆରେ ପୁଞ୍ଜି ସ୍କାମ କରୁଥିବା STA କ୍ରିପ୍ଟୋ ଟୋକନ ସଂସ୍ଥାର ପର୍ଦ୍ଦାଫାଶ କରିଛି ଇଓଡବ୍ଲୁ ଟିମ୍ । ଏନେଇ ଏସପି ଦିଲ୍ଲିପ ତ୍ରିପାଠୀ ସୂଚନା ଦେଇ କହିଛନ୍ତି । ଗୋଆରେ ଏକ STA କ୍ରିପ୍ଟୋ ଟୋକନ ସଂସ୍ଥାର ବଡ଼ କାର୍ଯକ୍ରମ କରି ବଲିଉଡ ସେଲିବ୍ରେଟିଙ୍କ ଜରିଆରେ କମ୍ପାନୀର ଏକ ପ୍ରମୋସନ କରୁଥିଲେ । କ୍ରିପ୍ଟୋ ଟୋକନର ପ୍ରମୋସନ ଶୋ' ପରେ ଇଓଡବ୍ଲୁ ଟିମ୍ କମ୍ପାନିର ମୁଖ୍ୟଙ୍କୁ ପିଛା କରି କରି ତାକୁ ଗିରଫ କରିଛନ୍ତି।

ଏହା ବି ପଢନ୍ତୁ- ଜବଲପୁରରେ EOWର ରେଡ: ଧର୍ମଗୁରୁଙ୍କ ଘରୁ ମିଳିଲା ବିଡା ବିଡା ନୋଟ୍‌

ତେବେ ଏନେଇ ସୂଚନା ଦେଇ ଏସପି କହିଛନ୍ତି ଏହି ଠକ ନିଜକୁ ନିବେଶ ଗୁରୁ ଭାବେ ବଜାରରେ ନିଜର‌ ମାର୍କେଟିଂ କରୁଥିଲେ । ପରେ ଲୋକଙ୍କୁ ଡକାଇ ଭିନ୍ନ ଜାଗାରେ ପ୍ରମୋସନ ମିଟିଂ କରୁଥିଲେ । ସହଜରେ ଲୋକଙ୍କୁ ନିବେଶ ପାଇଁ ମନ ବଳାଉଥିଲେ । ଏପରିକି ଲୋକଙ୍କୁ ବିଭିନ ସ୍କିମରେ କ୍ରିପ୍ଟୋରେ ନିବେଶ କଲେ ବା ନିବେଶ ପାଇଁ ଅନ୍ୟକୁ ଗ୍ରୁପରେ ସାମିଲ କରାଗଲେ ଏଥିପାଇଁ ପ୍ରମୋସନ ରିଟର୍ଣ୍ଣ ମଧ୍ୟ ଦେଉଥିଲେ । ଯାହାର ଲୋଭରେ ଓଡ଼ିଶାରେ ଭଦ୍ରକର ଜଣେ ନିରୋଦ ଦାସଙ୍କ ଜରିଆରେ କମ୍ପାନୀ ଭଦ୍ରକ ବାଲେଶ୍ବର ଯାଜପୁର ଆଦି ଅଞ୍ଚଳରୁ ପ୍ରାୟ ୨୧ହଜାର ଲୋକଙ୍କୁଠୁ ଚୁନା ଲଗାଇଥିଲେ । ଏଭଳି ଭାବେ ସାରା ଦେଶରୁ ମଧ୍ୟ ୨ ଲକ୍ଷ ନିବେଶକାରୀଙ୍କ ୧ହଜାର କୋଟି ଟଙ୍କା ଠକେଇ କରିଥିବା ମଧ୍ୟ ଇଓଡବ୍ଲୁ ଜାଣିବାକୁ ପାଇଛି ।

ପୂର୍ବରୁ ଓଡ଼ିଶାରୁ ୩୦କୋଟି ଠକେଇ ମାମକଲାରେ ନିରୋଦ ଦାସଙ୍କ ଗିରଫ କରାଯାଇଛି । ପରେ ଏବେ ଗୁରୁତେଜ ସିଂ ସିଦ୍ଧୁକୁ ଗିରଫରେ ଏବେ ଏଥିରେ ସାମିଲ ଥିବା କିଛି ବିଗ୍ ସଟମାନଙ୍କୁ ଗିରଫ ପାଇ ବଡ଼ ତୟାରି କରିଛି ଇଓଡବ୍ଲୁ ଟିମ୍ । ଓଡିଶା ସମେତ ବିଭିନ୍ନ ରାଜ୍ୟର ଜିଲ୍ଲା ବା ସହରରେ ବଡ଼ ବଡ଼ କାର୍ଯ୍ୟକ୍ରମର ଯୋଜନା କରୁଥିଲେ। ସବୁ ଷ୍ଟେଟର ହେଡମାନଙ୍କୁ ନେଇ STA କାର୍ଯ୍ୟକ୍ରମ କରି ଲୋକଙ୍କୁ ଆଣି ସାମିଲ କରାଉଥିଲେ । ସେଠାରେ ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ହଙ୍କେରୀର STA ଅପରେଟର ତଥା ନିଜକୁ ଗ୍ଲୋବାଲ ହେଡ ଡେଭିଡ ଗେଜ ମଧ୍ୟ ଯୋଗଦେଇ ଲୋକଙ୍କୁ ଏକତ୍ରିତ କରୁଥିଲେ ।

ସଦସ୍ୟମାନଙ୍କୁ ଯୋଡିବା ପାଇଁ ଏକ ଗ୍ରୁପ ତିଆରି କରୁଥିଲେ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ସେମାନେ ଏହିପରି ସଭାଗୁଡ଼ିକ ରେ ହୋଟେଲ, ପ୍ରେରଣାଦାୟୀ ବକ୍ତା, ସଙ୍ଗୀତକାର, ବିଜନେସ ମୋଟିଭେଟର, ମଧ୍ୟାହ୍ନ ଭୋଜନ, ରାତ୍ରୀ ଭୋଜନ ଆଦି ଆୟୋଜନକ ରି ଲୋକଙ୍କୁ ଆପ୍ୟାୟିତ କରି ଗ୍ରୁପ ତିଆରି କରି ନିବେଶ ପାଇଁ ଲୋକଙ୍କୁ ଉସୁକାଉଥିଲେ। ଜଣେ ଯୋଡି ହେଲେ ଆଉ ଜଣଙ୍କୁ ସାମିଲ କଲେ ତାକୁ ମଧ୍ୟ ବୋନସ ଅଫ ଦେଉଥିଲେ। ଏହିପରି ଢଙ୍ଗରେ ନୂତନ ସଦସ୍ୟ ଯୋଡିବା ପାଇଁ ସଦସ୍ୟମାନେ ବୋନସ ଏବଂ ବିଭିନ୍ନ ରୟାଲ୍ଟି ପାଉଥିବା ବେଳେ ଡିପୋଜିଟ ଟଙ୍କାର 6 ପ୍ରତିଶତ ଲୋକଙ୍କୁ ସୁଧ ହିସାବରେ ଦିଆଯାଉଥିଲା ପରେ କମ୍ପାନୀର ୱେବସାଇଟ ସହ ସମସ୍ତ ତଥ୍ୟ ଡିଲିଟ କରି ଲୋକଙ୍କୁ ଠକି ଛୁ ମାରୁଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.