ETV Bharat / state

JOB SCAM: ଚାକିରୀ ଆଳରେ ବଡ ଧରଣର ଠକେଇ, ଇଞ୍ଜିନିୟର ମାଷ୍ଟରମାଇଣ୍ଡକୁ ଧରିଲା EOW

author img

By

Published : Dec 31, 2022, 7:35 PM IST

Updated : Dec 31, 2022, 9:20 PM IST

ଦେଶର ବଡ଼ ହାଇଟେକ ଅନ୍ତରାଜ୍ୟ ଜବ ସ୍କାମ (Job Scam) ଗ୍ୟାଙ୍ଗ ଠାବ । ଚାକିରୀ ନାଁରେ କରୁଥିଲେ ଠକେଇ । ଚାକିରୀ ଆଶାୟୀଙ୍କଠାରୁ ଠକି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । ଏହି ଠକେଇରେ ଶିକାର ହୋଇଥିଲେ ପ୍ରାୟ ୫୦ହଜାର ଯୁବପିଢୀ । ଏହି ବଡ ଧରଣର ଜବସ୍କାମ ପଛରେ ଥିବା ଇଞ୍ଜିନିୟର ମାଷ୍ଟରମାଇଣ୍ଡକୁ ଗିରଫ କରିଛି ଇଓଡବ୍ଲ୍ୟୁ (EOW) ।

Etv Bharat
Etv Bharat
ଚାକିରୀ ଆଳରେ ବଡ ଧରଣର ଠକେଇ, ଇଞ୍ଜିନିୟର ମାଷ୍ଟରମାଇଣ୍ଡକୁ ଧରିଲା EOW

ଭୁବନେଶ୍ବର: ଆପଣ ବେକାର ଅଛନ୍ତି କି ? ସରକାରୀ ଚାକିରୀ ସହ ମୋଟା ଦରମା ପାଇବାକୁ ଆଶାୟୀ ଅଛନ୍ତି କି ? ଖବରକାଗଜରେ ବିଜ୍ଞାପନ, ସୋସିଆଲ ମିଡିଆରେ ନିଯୁକ୍ତି ସୂଚନା କିମ୍ବା ୱେବସାଇଟ ଦେଖି ନିଯୁକ୍ତି ଲାଗି ଆବେଦନ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ! ଆପଣ ହୋଇପାରନ୍ତି ଲୁଟ ବା ଠକେଇ ଶିକାର । କାହିଁକି ନା ଜାଲ ମେଲାଇ ବସିଛନ୍ତି ହାଇଟେକ ଠକ । ଟିକେ ଅସାବଧାନତାରୁ ଆପଣ ହରାଇ ପାରନ୍ତି ଟଙ୍କା । ଓଡ଼ିଶା ସମେତ ଦେଶର 5 ରାଜ୍ୟରେ ଲକ୍ଷାଧିକ ଆଶାୟୀଙ୍କୁ ଠକେଇ କରିଥିବା ଦେଶର ଏକ ବଡ଼ ନିଯୁକ୍ତି ଫ୍ରଡ଼ ରାକେଟର ପର୍ଦ୍ଦାଫାଶ କରିଛି ଓଡି଼ଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା EOW (EOW Cracks biggest job fraud in India) । ମାଷ୍ଟରମାଇଣ୍ଡକୁ ଗିରଫ କରିବା ସହ ତଦନ୍ତକୁ ଶାଣିତ କରିଛି EOW (Economic Offence Wing) । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି EOW ଡିଆଇଜି ଜୟନାରାୟଣ ପଙ୍କଜ ।

EOW ଡିଆଇଜି ଜୟନାରାୟଣ ପଙ୍କଜଙ୍କ ସୂଚନା ଅନୁସାରେ, ଦେଶର ଏକ ବଡ଼ ହାଇଟେକ ଅନ୍ତରାଜ୍ୟ ନିଯୁକ୍ତି ଠକେଇ ଗ୍ୟାଙ୍ଗକୁ ଠାବ କରିଛି ଓଡ଼ିଶା ପୋଲିସର EOW । ଉତ୍ତରପ୍ରଦେଶର ଆଲିଗଡ଼ରୁ ମାଷ୍ଟର ମାଇଣ୍ଡକୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଜଣଙ୍କ ହେଉଛି ଉତ୍ତର ପ୍ରଦେଶର ଜାଫର ଅହମ୍ମଦ । ଜାଫର ପେଶାରେ ଜଣେ ବି.ଟେକ ଇଞ୍ଜିନିୟର । EOWର ଟିମ ଜାଫରକୁ ଉତ୍ତର ପ୍ରଦେଶରୁ ଗିରଫ କରି 5 ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ତଦନ୍ତ ଜାରୀ ରଖିଛି । ଠକେଇ ଗ୍ୟାଙ୍ଗରେ ଜାଫରଙ୍କ ସମେତ ଆଉ 4ରୁ 5 ଜଣ ସଦସ୍ୟ ରହିଛନ୍ତି । ସେମାନଙ୍କ ମଧ୍ୟରେ 3 ଜଣ ବି.ଟେକ ଇଞ୍ଜିନିୟର ଓ ଏକ୍ସପର୍ଟ ୱେବସାଇଟ ଡେଭଲପର ଅଛନ୍ତି । 2 ବର୍ଷରୁ ଅଧିକ ସମୟ ଧରି ଏହି ଗ୍ୟାଙ୍ଗ ସକ୍ରିୟ ଅଛନ୍ତି ।

5 ରାଜ୍ୟରେ ସକ୍ରିୟ, ହାଇଟେକ ତରିକାରେ ଠକେଇ:-

ଉତ୍ତରପ୍ରଦେଶ ଆଲିଗଡ଼ରୁ ଏହି ଗ୍ୟାଙ୍ଗର ଠକେଇ ଅପରେସନ ଅପରେଟ ହେଉଥିଲା । ଦେଶର 5 ରାଜ୍ୟରେ ବିଛେଇଥିଲେ ଠକେଇ ଜାଲ । ଗୁଜୁରାଟ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଓଡିଶା ଓ ପଶ୍ଚିମବଙ୍ଗର ନିଯୁକ୍ତି ଆଶାୟୀଙ୍କୁ ଟାର୍ଗେଟ କରୁଥିଲା ଗ୍ୟାଙ୍ଗ । ଗ୍ୟାଙ୍ଗ ପ୍ରଥମେ ଅଲଗା ଅଲଗା ଫେକ ୱେବସାଇଟ ଡେଭଲପ କରି ବିଜ୍ଞାପନ ଛାଡେ । ଆଶାୟୀଙ୍କ ବିଶ୍ୱାସ ଭାଜନ ହେବା ଲାଗି ଫେକ ୱେବସାଇଟ ନାଁ ସରକାରୀ ଯୋଜନା ସହ ମେଳ ଖାଉଥିବା ପରି ପ୍ରସ୍ତୁତ ହୁଏ । ଯେମିତି କି ଜନ ସ୍ଵାସ୍ଥ୍ୟ ସେବା ଯୋଜନା, ରାଜ୍ୟ ମାନବ ସ୍ୱାସ୍ଥ୍ୟ ସେବା ଯୋଜନା, ସ୍କିଲ ଇଣ୍ଡିଆ, ଗ୍ରାମୀଣ ସମାଜ ମାନବ ସ୍ୱାସ୍ଥ୍ୟ ସେବା ସଂସ୍ଥାନ, ଜୀବନ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା, କ୍ଷେତ୍ରୀୟ ଗ୍ରାମୀଣ ଜନ କଲ୍ୟାଣ ସ୍ୱାସ୍ଥ୍ୟ ସଂସ୍ଥାନ, ରାଜ୍ୟ ଜନ କଲ୍ୟାଣ ଗ୍ରାମୀଣ ସ୍ୱାସ୍ଥ୍ୟ ସଂସ୍ଥାନ, ଭାରତୀୟ ଜନ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ।

ଶିକାର ହେଲେଣି 50 ହଜାରରୁ ଊର୍ଦ୍ଧ୍ବ ଆଶାୟୀ:-

ଠକ ଗ୍ୟାଙ୍ଗ ଜାଲରେ ପଡିଲେଣି 50 ହଜାରରୁ ଉର୍ଦ୍ଧ୍ବ ନିଯୁକ୍ତି ଆଶାୟୀ । ଓଡ଼ିଶାର ପ୍ରାୟ 6 ହଜାରରୁ ଉର୍ଦ୍ଧ୍ବ ଆଶାୟୀ ଏହି ଗ୍ୟାଙ୍ଗ ଦ୍ୱାରା ଠକେଇର ଶିକାର ହୋଇସାରିଛନ୍ତି । ୱେବସାଇଟ ଦେଖି ଆଶାୟୀ ଯୋଗାଯୋଗ କଲେ ଆରମ୍ଭ ହୁଏ ଗ୍ୟାଙ୍ଗର ଠକେଇ ଅପରେସନ । ଆପ୍ଲିକେସନ ବା ରେଜିଷ୍ଟ୍ରେସନ ଲାଗି ପ୍ରଥମେ ଗ୍ୟାଙ୍ଗ 3 ହାଜର ଟଙ୍କା ମାଗେ । ତା ପରେ ପ୍ରୋସେସିଂ ଫି, ଏକଜାମ ଫି, ଟ୍ରେନିଂ ଫି ବାବଦରେ 50 ହଜାର ପର୍ଯ୍ୟନ୍ତ ମଗାଯାଏ ।

ବ୍ୟବହାର ହେଉଛି ଫେକ ସୀମ ଓ ଚୋରି ମୋବାଇଲ:-

JOB SCAM
JOB SCAM
ଠକେଇ ଲାଗି ସ୍ମାଟେଷ୍ଟ ଠକ ଗ୍ୟାଙ୍ଗ ସମସ୍ତ ସତର୍କତା ପଦକ୍ଷେପ ନେଇଥିଲା । ଅଭିଯୋଗ ହେଲେ ପୋଲିସ କଣ ପଦକ୍ଷେପ ନିଏ, ତାହା ଗ୍ୟାଙ୍ଗ ଅବଗତ ଅଛି । ତେଣୁ ଅପରେସନକୁ ସେହିପରି ପ୍ଲାନ କରିଥିଲା ଗ୍ୟାଙ୍ଗ । ଫୋନ ଟ୍ରାକ ହେବା ଆଶଙ୍କା କରି ଗ୍ୟାଙ୍ଗ 1 ହଜାରରୁ ଅଧିକ ଫେକ ସୀମ ବ୍ୟବହାର କରୁଥିଲା । 538 ମୋବାଇଲ ଗ୍ୟାଙ୍ଗ ବ୍ୟବହାର କରୁଥିଲା । ଏହା ସହ ଠକେଇ ଲାଗି ଫେକ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ବ୍ୟବହାର ହେଉଥିଲା । ଟ୍ରାକ ହୋଇଯିବା ଭୟରେ ନର୍ମାଲ ଫୋନ କଲ ବଦଳରେ Whatsaap ଭଏସ କଲ ଓ ଅନ୍ୟାନ୍ୟ ମାଧ୍ୟମରେ ଯୋଗାଯୋଗ କରୁଥିଲେ । ପ୍ରାୟ 100 ଜାଲ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଫ୍ରଡ଼ କରୁଥିଲା ଗ୍ୟାଙ୍ଗ ।

ଏହା ବି ପଢନ୍ତୁ- ରାଜଧାନୀରେ ଜିମ ମାଲିକଙ୍କୁ ଗୁଳି କରି ହତ୍ୟା

ବ୍ୟାଙ୍କ ରେକର୍ଡ ଟ୍ରାକରୁ ମିଳିଲା ସୁରାକ:-

ଏତେ ଚତୁର ଭାବେ ଅପରେସନ କରୁଥିଲେ ଯେ ପୋଲିସ ପଞ୍ଝାରେ ପଡ଼ୁନଥିଲା ଗ୍ୟାଙ୍ଗ । ଧାରା ପଡିବା ଭୟରେ ଠକେଇ ଟଙ୍କା ବ୍ୟାଙ୍କରୁ ଉଠାଉ ନଥିଲେ । ଟଙ୍କା ଉଠାଇବା ଲାଗି ବ୍ୟବହାର ହେଉଥିଲା ସରକାରୀ ଜନସେବା କେନ୍ଦ୍ର । ଜନସେବା କେନ୍ଦ୍ର ଜରିଆରେ ସହଜ ଓ ସରଳ ଭାବେ ଉଠାଉଥିଲେ ଟଙ୍କା । ଉତ୍ତର ପ୍ରଦେଶ ଜନ ସେବା କେନ୍ଦ୍ର ଦ୍ୱାରା QR କୋଡ଼ ବ୍ୟବହାର କରି ଟଙ୍କା ଉଠାଉଥିଲେ । ତେବେ ବ୍ୟାଙ୍କ ରେକର୍ଡ ଟ୍ରେଲକୁ ଟ୍ରାକ କରି ଗ୍ୟାଙ୍ଗକୁ ଠାବ କରିଥିଲା EOW । ଟ୍ରେଲକୁ ଟ୍ରାକ କରି ମିଳିଥିଲା ସୁରାକରୁ ଗ୍ୟାଙ୍ଗ ଲିଡର ପାଖରେ ପହଁଚିଥିଲା EOW ।

ଠକେଇ ଟଙ୍କାରେ ପ୍ୟାଲେସ:-

ଗତ କିଛି ବର୍ଷ ମଧ୍ୟରେ କୋଟି କୋଟି ଟଙ୍କାର ଠକେଇ କରିଛି ଗ୍ୟାଙ୍ଗ । ଏହି ଟଙ୍କାରେ ଆଲିଗଡ଼ରେ ଏକ ଆଲିସାନ ପ୍ୟାଲେସ୍ କରିଛି ଗ୍ୟାଙ୍ଗ ମୁଖିଆ ଜାଫର ଅହମ୍ମଦ । ଆଲିଗଡ଼ ପୋଲିସ ସହାୟତାରେ ଜାଫରକୁ ଗିରଫ କରାଯାଇଛି ।

ଠକେଇ ଲାଗି ବ୍ୟବହାର କରୁଥିଲେ କଲ ସେଣ୍ଟର :-

ଠକେଇ ଲାଗି କଲ ସେଣ୍ଟର ଚଲାଉଥିଲା ଗ୍ୟାଙ୍ଗ । କଲ ସେଣ୍ଟରରେ ପ୍ରାୟ 50 ଜଣଙ୍କୁ ନିଯୁକ୍ତି ଦେଇଥିଲେ । କଲ ରିସିଭ କରିବା ଲାଗି ସେମାନଙ୍କୁ ମାସକୁ 15 ହଜାର ଟଙ୍କା ଦରମା ଦିଆଯାଉଥିଲା । ଆଶାୟୀଙ୍କୁ ସନ୍ଦେହରୁ ଦୁରେଇବା ଲାଗି True callerରେ ସ୍କିମ ନାଁରେ ନମ୍ବର ସେଭ କରୁଥିଲେ । ଗୋଟେ ୱେବସାଇଟ ଜରିଆରେ ଅପରେସନ କରିବା ପରେ ତାହାକୁ ବନ୍ଦ କରିଦେଉଥିଲେ ଠକ ଦଳ । ପ୍ରମାଣ ନଷ୍ଟ କରିବା ଲାଗି ବ୍ୟବହାର ହେଉଥିବା ମୋବାଇଲ ଓ ସିମ କାର୍ଡକୁ ନଷ୍ଟ କରି ନଦୀରେ ଫିଙ୍ଗି ଦେଉଥିଲେ । ତାପରେ ଟିକେ ନାଁ ଚେଞ୍ଜ କରି ପୁନର୍ବାର ନୂଆ ୱେବସାଇଟ ବ୍ୟବହାର କରୁଥିଲେ । ପୋଲିସ ଉକ୍ତ କଲ ସେଣ୍ଟରରେ ଚଢ଼ାଉ କରି ସିଷ୍ଟମ, ଲ୍ୟାପଟପ ଓ ଫୋନ ଜବତ କରିଛି । ଅଧିକ ତଦନ୍ତ ଲାଗି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହଯୋଗ ନେବ EOW ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 31, 2022, 9:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.