ETV Bharat / state

ଅର୍ଥମନ୍ତ୍ରଣାଳୟରୁ କହି ଫୋନ କରି ଲୁଟୁଥିଲା ଟଙ୍କା, ୟୁପି ଠକକୁ ଗିରଫ କଲା EOW - ଇଓଡବ୍ଲୁ

ୟୁପି ଠକକୁ ଗିରଫ କଲା EOW । ଓଡ଼ିଶା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ହାତରେ ୟୁପି ଠକ। ଉତ୍ତରପ୍ରଦେଶରୁ ଠକ ବିଜୟ ଭରଦ୍ୱାଜକୁ ଗିରଫ କରିଛି ଓଡିଶା ଅର୍ଥନୈତିକ ଅପରାଧା ଶାଖା । ଓଡ଼ିଶାର ଜଣେ ବ୍ୟବସାୟୀଙ୍କୁ ୨କୋଟି ୩୫ଲକ୍ଷ ଠକେଇ ଅଭିଯୋଗ ଆଧାରରେ ୟୁପି ଇଟଓ୍ବାରୁ ଗିରଫ କରି ବଡ଼ବିଲ କୋର୍ଟକୁ ଚାଲାଣ କରିଛି ଇଓଡବ୍ଲୁ । ଅଧିକ ପଢନ୍ତୁ

ୟୁପି ଠକକୁ ଗିରଫ କଲା EOW
ୟୁପି ଠକକୁ ଗିରଫ କଲା EOW
author img

By

Published : Nov 12, 2022, 8:31 PM IST

ଭୁବନେଶ୍ବର: ୟୁପି ଠକକୁ ଗିରଫ କଲା EOW । ଉତ୍ତରପ୍ରଦେଶର ଠକ, କିନ୍ତୁ ଓଡିଶାରେ ବିଛାଇଥିଲା ଠକାମିର ଜାଲ । ଓଡିଶାର ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟି ନେଇଥିଲା ୨କୋଟି ୩୫ଲକ୍ଷ ଟଙ୍କା । ଠକାମି କିଛି ଏମିତି ସେମିତି ନଥିଲା ବରଂ ଅର୍ଥମନ୍ତ୍ରଣାଳୟରୁ କହି ଫୋନ କରୁଥିଲା ଠକ । ଏପରି ଏକ ଠକକୁ ଗିରଫ କରିଛି ଓଡିଶା ଅର୍ଥନୈତିକ ଅପରାଧା ଶାଖା । ଠକେଇ ଅଭିଯୋଗ ଆଧାରରେ ୟୁପି ଇଟଓ୍ବାରୁ ଅଭିଯୁକ୍ତ ବିଜୟ ଭରଦ୍ୱାଜକୁ ଗିରଫ କରି ବଡ଼ବିଲ କୋର୍ଟକୁ ଚାଲାଣ କରିଛି ଇଓଡବ୍ଲୁ(EOW)।

ୟୁପି ଠକକୁ ଗିରଫ କଲା EOW

ଏମିତି ଠକାମିର ଜାଲ ବିଛାଇଥିଲା ଠକ

କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ଏସପିଙ୍କ କହିବା ଅନୁଯାୟୀ, ଏମାନେ ଏକ ଠକ ରାକେଟ , ଅନେକ ବଡବଡିଆଙ୍କୁ ଟାର୍ଗେଟ କରନ୍ତି । କୋଟି କୋଟି ଟଙ୍କା ଟ୍ରାଞ୍ଜାକ୍ସନ କରୁଥିବା ଲୋକଙ୍କୁ ଏମାନେ ଠକେଇର ମୋହରା କରନ୍ତି । ବିଶେଷ କରି କୋଟି କୋଟି ଟଙ୍କାର ବ୍ୟାଙ୍କରେ ଫିକ୍ସ ଡିପୋଜିଟ ବା ଇନସୁରାନ୍ସ ପ୍ରିମିୟମ କରୁଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରନ୍ତି ଏମାନେ । ପରେ ସେମାନଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରଣାଳୟରୁ ଏକେତ ଓ୍ବାଲିଆ କହୁଛି କହି କଥା ହୁଅନ୍ତି । କୋଟିଏ ଟଙ୍କାର ପ୍ରିମିୟମ ଇନସୁରାନ୍ସ କରୁଥିବା ଲୋକଙ୍କୁ ଫୋନ କରି ଆପଣ ପ୍ରଧାନମନ୍ତ୍ରୀ ରାହାତ କୌଶଳ ଯୋଜନା ପାଇଁ ସିଲେକ୍ଟ ହୋଇଛନ୍ତି ବୋଲି କୁହନ୍ତି । ଏଥିପାଇଁ ଆପଣ ୩କୋଟି ଟଙ୍କାର ଅଫ୍ ଜିତିଛନ୍ତି କହି ଠକାମିର ଜାଲ ବିଛାନ୍ତି ।

ଏହା ମଧ୍ୟ ପଢନ୍ତୁ-କଟାସ ବଣରେ ବ୍ରାଉନସୁଗାର ଡିଲ୍, ୪ ଜଣଙ୍କୁ ବାନ୍ଧିଲା ପୋଲିସ

ପରେ ଏଥିପାଇଁ ଇନସୁରାନ୍ସ ଅଥରିଟି ଆଇଆରଡିଏର ନିୟମ ଅନୁସାରେ ଅଫ୍ ଟଙ୍କା ପାଇବା ପାଇଁ କିଛି ଅର୍ଥରାଶି ଦେବା ପାଇଁ ଅନୁରୋଧ କରନ୍ତି । ଲୋଭରେ ପଡ଼ୁଥିବା ଲୋକଙ୍କୁ ବିଭିନ୍ନ ଅଫିସର ନା କହି କ୍ଲିୟରାନ୍ସ ଆଳରେ ବିଭିନ୍ନ‌ ପର୍ଯାୟରେ ଟଙ୍କା ନିଅନ୍ତି । ପରେ ଆଉ ଧରାଛୁଆ ଦିଅନ୍ତି ନାହିଁ । ଏପରି ସମାନ ଢଙ୍ଗରେ ଓଡିଶାର‌ ବ୍ୟବସାୟୀ ପ୍ରମୋଦ ରାଉତଙ୍କୁ ଠକାମିର ଜାଲରେ ଫସାଇଥିଲା ଠକ ବିଜୟ ଭରଦ୍ବାଜ । ଏହି ମାମଲାରେ ପୂର୍ବରୁ ଜଣେ ଠକ ହିମାଂଶୁକୁ ଗିରଫ କରାଯାଇଥିବା ବେଳେ ଏବେ ବିଜୟ ଭରଦ୍ୱାଜକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଏନେଇ ଏମାନଙ୍କ ନାଁରେ ଠକେଇ ଓ ସାଇବର ଅପରାଧିକ ମାମଲାରେ କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.