ETV Bharat / state

QR Code Scam: ଠକିଥିଲା ୧୪କୋଟି, ଉତ୍ତରପ୍ରଦେଶରୁ ଧରିଲା EOW

ସର୍ଭିସ ଦେବା ଚୁକ୍ତି କରିଥିବା କମ୍ପାନୀରୁ ଚଞ୍ଚକତା କରି ଟଙ୍କା ଲୁଟ । ନକଲି QR ସ୍କାନ କୋଡରେ ୧୪କୋଟି ଲୁଟ ଅଭିଯୋଗରେ ଉତ୍ତରପ୍ରଦେଶକୁ ଠକ ଗିରଫ । ଅଧିକ ପଢନ୍ତୁ

author img

By

Published : Jul 8, 2023, 9:33 PM IST

Updated : Jul 8, 2023, 10:17 PM IST

QR Code Scam
QR Code Scam

ଭୁବନେଶ୍ବର: ଠକେଇ ପାଇଁ ଠକଙ୍କର ନୂଆ ନୂଆ ଟ୍ରିକ୍ । ଡିଜିଟାଲ ସର୍ଭିସ ଦେବା ଆଳରେ ଠକେଇ । କମ୍ପାନୀ ଭିତରେ ଚୁକ୍ତି କରି ଠକିନେଲେ ୧୪କୋଟି । ଏଭଳି ଅଭିଯୋଗ ଆସିବା ପରେ ଉତ୍ତରପ୍ରଦେଶରୁ ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ୍ । ଠକ କରଣ କୁମାର ସିଂକୁ ନୋଏଡାରୁ ଗିରଫ କରିଛି EOW ଟିମ୍ । ଯିଏକି ପେ-ୱାନ ଡିଜିଟାଲ ସର୍ଭିସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ରହିଥିବା ଜଣାପଡ଼ିଛି ।

QR ସ୍କାନ କୋଡରେ ଠକିଥିଲା ୧୪କୋଟି
QR ସ୍କାନ କୋଡରେ ଠକିଥିଲା ୧୪କୋଟି

ସୂଚନା ମୁତାବକ ଗିରଫ ଅଭିଯୁକ୍ତର ଏକ ପେ-ୱାନ ଡିଜିଟାଲ ସର୍ଭିସ ପ୍ରାଇଭେଟ ଲିମିଟେଡ଼ ସଂସ୍ଥା ରହିଛି। ଯାହାକି ଡିଜିଟାଲ ସର୍ଭିସ ଦେବା ପାଇଁ ସର୍ଭ ୟୁ କମ୍ପାନୀ ସହ ଚୁକ୍ତି କରିଥିଲା । ଏନେଇ ସର୍ଭ ୟୁ (Serve U)କମ୍ପାନୀକୁ କ୍ୟୁଆର କୋଡ ଜେନେରେଟ କରି ପଠାଇବ। ଯାହା ଜରିଆରେ ସର୍ଭରୁ କମ୍ପାନୀକୁ ଯିଏ କେହି ଟଙ୍କା ସେହି କ୍ୟୁଆର‌ କୋର୍ଡ ଜରିଆରେ ସ୍କାନ କରି ପଠାଇପାରିବେ । ହେଲେ ଚଞ୍ଚକତା କରି ସର୍ଭ ୟୁ କମ୍ପାନୀ ପାଇଁ ଜେନେରେଟ କରାଯାଉଥିବା କ୍ୟୁଆର କୋଡରେ ଆସୁଥିବା ଟଙ୍କା ସିଧା ସର୍ଭ ୟୁ କମ୍ପାନୀକୁ ନ ଆସି ସେଥିରୁ କିଛି କିଛି ଟଙ୍କା ବାଟବଣା ହେଉଥିବା ଜାଣିବାକୁ ପାଇଥିଲା । ଏନେଇ ପେ ଓ୍ବଆନ ଡିଜିଟାଲ ସର୍ଭିସର ଆକାଉଣ୍ଟକୁ ଯାଉଥିବା ସନ୍ଦେହ ହୋଇଥିଲା ।

ଉତ୍ତରପ୍ରଦେଶରୁ ଠକକୁ ଧରିଲା EOW
ଉତ୍ତରପ୍ରଦେଶରୁ ଠକକୁ ଧରିଲା EOW

ଏହା ବି ପଢନ୍ତୁ- ନୂଆ ଉପାୟରେ ଠକେଇ, QR code ବଦଳାଇ ଟଙ୍କା ଲୁଟ୍‌ କରୁଥିଲା ଠକ

କ୍ୟୁଆର କୋର୍ଡର ଅବିକଳ ଏକ ନକଲ କରି କ୍ୟୁଆର କୋଡ ବା ସ୍କାନ କୋଡ ଜରିଆରେ ଆସୁଥିବା ସର୍ଭ ୟୁ କମ୍ପାନୀର ପେମେଣ୍ଟକୁ ନିଜ ଆକାଉଣ୍ଟ ଜରିଆରେ ନେଇଯାଉଥିଲେ । ପରେ ପେ ଓ୍ବାନ ଡିଜିଟାଲ ସର୍ଭିସ ମାଲମାଲ ହେଉଥିଲା । ଏନେଇ ୧୪କୋଟି ୩୩ଲକ୍ଷ ଟଙ୍କା ପେ ଓ୍ବଆନ ନିଜ ଆକାଉଣ୍ଟ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ଯେଉଁ କମ୍ପାନୀ ପାଇଁ କାମ କରୁଥିଲା ସଂସ୍ଥା ସେହି କମ୍ପାନୀକୁ ଚୂନ ଲଗାଇବାକୁ ଏଭଳି ଏକ ଚଞ୍ଚକତା କରିଥିଲା । ସର୍ଭ ୟୁ କମ୍ପାନୀକୁ ଟଙ୍କା ପଠାଉଥିବା ଲୋକର ଟଙ୍କା ସର୍ଭ ୟୁ ଯିବା ପରିବର୍ତ୍ତେ ସେଥିରୁ କିଛି କିଛି ଟଙ୍କା ପେ ଓ୍ବଆନ ଆକାଉଣ୍ଟ ଚାଲିଯାଉଥିଲା । ଯାହାକି ବ୍ୟବସାୟିକ କ୍ଷେତ୍ରରେ ସର୍ଭ ୟୁ କମ୍ପାନୀର ଆର୍ଥିକ କାରବାରରେ ବାଧକ ସାଜୁଥିଲା‌ । ଏପରି ଡିଜିଟାଲ ସହାୟତା ଯୋଗାଇବା ଆଳରେ ଠକାମି କରୁଥିବା ଅଭିଯୋଗ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ନିକଟରେ‌।

ପରେ ତଦନ୍ତ ବେଳେ ଜଣାପଡିଥିଲା ଏହିପରି ଠକାମି କରି ଠକେଇ ଟଙ୍କାକୁ ଅନ୍ୟ ୧୨୫ଟି ଆକାଉଣ୍ଟ ଜରିଆରେ ଡାଇଭର୍ଟ କରିଛି ପେ ଓ୍ବାନ କମ୍ପାନୀ । ଏନେଇ ୧୪କୋଟି ୩୩ଲକ୍ଷ ଠକେଇ ଅଭିଯୋଗରେ ଠକ ନିର୍ଦ୍ଦେଶକ ତଥା କରଣ କୁମାର ସିଂକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ପରେ ଗୌତମ ବୁଦ୍ଧ ନଗର କୋର୍ଟରେ ହାଜର‌ ପରେ ଟ୍ରାନଜିଟ ରିମାଣ୍ଡରେ ଓଡ଼ିଶା ଆଣୁଛି ଇଓଡବ୍ଲୁ ଟିମ୍ । ଏନେଇ କଟକ ଓପିଆଇଡି କୋର୍ଟରେ ହାଜର କରାଯିବ । କ୍ୟୁଆର କୋର୍ଡ ଜରିଆରେ ଠକେଇ ଘଟଣା ଏପରି ପ୍ରଥମ । ଯେଉଁ କମ୍ପାନୀକୁ ସର୍ଭିସ ଦେବାର ଚୁକ୍ତି କରି ସେହି କମ୍ପାନୀର ଆର୍ଥିକ କାରବାର ହଡ଼ପ କରୁଥିବା ଘଟଣା ଏହା ପ୍ରଥମ ବୋଲି ଇଓଡବ୍ଲୁ କହିଛି। ତେବେ ଏହା ପଛରେ ଚାଇନିଜ ଠକଙ୍କ ଲିଙ୍କ ଥାଇପାରେ ବୋଲି ସନ୍ଦେହ କରୁଛି ଇଓଡବ୍ଲୁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 8, 2023, 10:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.