ETV Bharat / state

ଅସଲ ଜାଗାର ନକଲି ମାଲିକ ସାଜି ଠକୁଥିଲେ, ଲେଡି ମାଷ୍ଟରମାଇଣ୍ଡ ସହ ସହଯୋଗୀ ଗିରଫ - କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧା ଶାଖା

ଅସଲ ଜାଗାର ନକଲି ମାଲିକ ସାଜି ଲକ୍ଷଲକ୍ଷ ଟଙ୍କା ଠକୁଥିଲେ ଠକ । ଅଭିଯୋଗ ପରେ ଲେଡି ମାଷ୍ଟରମାଇଣ୍ଡ ସହ ସହଯୋଗୀ ଗିରଫକୁ ଗିରଫ କରିଲା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଅଧିକ ପଢନ୍ତୁ

eow arested two fraud
eow arested two fraud
author img

By

Published : Mar 6, 2023, 11:58 AM IST

ନକଲି ମାଲିକ ସାଜି ଲକ୍ଷଲକ୍ଷ ଟଙ୍କା ଠକୁଥିଲେ ଠକ

ଭୁବନେଶ୍ୱର: ଜାଗା କିଣୁଥିଲେ ହୁସିଆର । ଅସଲ ଜାଗାର ନକଲି ମାଲିକ ସାଜି ଠକୁଛନ୍ତି ଠକ । ଏଭଳି ଏକ ଠକ ଗ୍ୟାଙ୍ଗକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ନକଲି ଅଧାରକାର୍ଡ ଏବଂ ଭୋଟ ପରିଚୟ ପତ୍ରରେ ଆକାଉଣ୍ଟ ଖୋଲି ଜମି ମାଲିକା ସାଜି ଠକେଇ କରୁଥିଲେ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଜଗତସିଂହପୁର ରାହାମାର ସବିତା ଦାସ ଓ ଆଠଗଡର ଆଦିତ୍ୟ ସାହୁ । ଦୁଇଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ EOW ଏସ୍‌ପି ଦିଲ୍ଲୀପ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

EOW ଏସ୍‌ପି ଦିଲ୍ଲିପ କୁମାର ତ୍ରିପାଠୀଙ୍କ ସୁଚନା ଅନୁସାରେ, ବାରଙ୍ଗ ବାଛପୁର ମୌଜାରେ ଥିବା ୭୫ ବର୍ଷୀୟ ବୃଦ୍ଧା ରଙ୍ଗଲତା ସ୍ବାଇଁଙ୍କ ନାଁରେ ଏହି ଦୁଇ ଠକ ପ୍ରଥମେ ନକଲି ଆଧାରକାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ । ନିଜକୁ ରଙ୍ଗଲତା ବୋଲି ପରିଚୟ ଦେଉଥିଲେ । ପ୍ରଥମେ ଏକ ବ୍ୟାଙ୍କ୍‌ରେ ଡକ୍ୟୁମେଣ୍ଟ ଦେଇ ଜମି ବନ୍ଧା ରଖି ଲୋନ୍‌ ନେବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଏଥିରେ ବିଫଳ ହେବାରୁ ଠକେଇର ନୂଆ ପନ୍ଥା ଆପଣାଇଥିଲେ । ଏନେଇ ଜଣେ ଅଭିଯୋଗକାରୀଙ୍କୁ ୨କୋଟି ଟଙ୍କାରେ ଏକ ଜମି ବିକ୍ରି ପାଇଁ ଏଗ୍ରିମେଣ୍ଟ କରିବା ସହ ୨୫ ଲକ୍ଷ ଟଙ୍କା ଆଡଭାନ୍ସ ମାଗିଥିଲେ । ଏହି ଜମି ପାଇଁ ଜଣେ ଆଡଭାନ୍ସ ଦେଇଛନ୍ତି ସେହି ଟଙ୍କା ଫେରାଇବାକୁ ପଡ଼ିବ ବୋଲି ଆଡଭାନ୍ସ ମାଗିଥିଲେ । କିନ୍ତୁ ଟଙ୍କା ନେବା ପରେ ଆଉ ଦୁହେଁ ଧରାଛୁଆଁ ଦେଇନଥିଲେ ।

ତେବେ ପରେ ସେମାନେ ଠକେଇର ଶିକାର ହୋଇଥିବା ନେଇ ଜାଣିବାକୁ ପାଇଥିଲେ । ନକଲି କାଗଜପତ୍ର ଦେଖାଇ ଅସଲ ମାଲିକ ହୋଇଥିବା ଜାଣିଥିଲେ । ଅନ୍ୟପଟେ ସମାନ ଜାଗାର ନକଲି କାଗଜପତ୍ର ଦେଖାଇ ୨୦ ଲକ୍ଷ ଠକି ନେଇଥିବା ଅଭିଯୋଗ ହୋଇଛି । ତେବେ ଅଭିଯୋଗ ପରେ ତଦନ୍ତ କରି ଦୁଇଜଣଙ୍କୁ ଗିରଫ କରାଯାଇଛି । ଲେଡି ମାଷ୍ଟରମାଇଣ୍ଡ ଜଗତସିଂହପୁର ରାହାମାର ସବିତା ଦାସ ଓ ଆଠଗଡର ଆଦିତ୍ୟ ସାହୁ ବୋଲି ସୂଚନା ଦିଆଯାଇଛି । ଏନେଇ EOW ଏସ୍‌ପି ଦିଲ୍ଲୀପ କୁମାର ତ୍ରିପାଠୀ କହିଛନ୍ତି,"ଆହୁରି ଠକାମିର ଅଭିଯୋଗ ବଢିପାରେ । ଏନେଇ ଲୋକ ଏସମ୍ପର୍କରେ ଅଭିଯୋଗ ଥିଲେ କ୍ରାଇମବ୍ରାଞ୍ଚ EOWରେ ରିପୋର୍ଟ ଦିଅନ୍ତୁ । ଏଥିସହ ଏପରି ଜମି କାରବାର କରୁଥିଲେ ସଠିକ ଭାବେ କାଗଜ ଯାଞ୍ଚ କରନ୍ତୁ । ନଚେତ ଏପରି ଅସଲ ଜାଗାର ନକଲି ମାଲିକ ହାବୁଡ଼ରେ ପଡ଼ି ଠକେଇର ଶିକାର‌ ହୋଇପାରନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.