ETV Bharat / state

ମଡେଲ ସ୍କୁଲରେ ଚାକିରି ଆଳରେ ଠକେଇ, ଆନ୍ତରାଜ୍ୟ ଠକଙ୍କୁ ଗିରଫ କଲା ଇଓଡବ୍ଲୁ - Fraud Case

Fraud Case: ମଡେଲ ସ୍କୁଲରେ ଚାକିରି ଦେବା ନାଁରେ କୋଟି କୋଟି ହଡପ ଅଭିଯୋଗ । ତିନି ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ୍ । ଫେକ ଓ୍ବେବସାଇଟ ଖୋଲି ଠକୁଥିଲେ ଅଭିଯୁକ୍ତ । ଅଧିକ ପଢନ୍ତୁ

ମଡେଲ ସ୍କୁଲରେ ଚାକିରି ନାଁ ଠକେଇ, ୩ ଠକଙ୍କୁ ଗିରଫ କଲା ଇଓଡବ୍ଲୁ

author img

By ETV Bharat Odisha Team

Published : Jan 10, 2024, 10:22 PM IST

ମଡେଲ ସ୍କୁଲରେ ଚାକିରି ନାଁ ଠକେଇ, ୩ ଠକଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର: ସରକାରୀ ଚାକିରି ଆଳରେ ଠକେଇ । ମଡେଲ ସ୍କୁଲରେ ଚାକିରି ଦେବା ଆଳରେ କୋଟି କୋଟି ଠକିଥିବା ତିନି ଠକଙ୍କୁ ଗିରଫ କରିଛି ଇଓଡବ୍ଲୁ ଟିମ୍ । ଦୁଇ ଜଣକୁ ହାଇଦ୍ରାବାଦ ଏବଂ ଜଣକୁ ବାଲେଶ୍ୱରରୁ ଗିରଫ କରିଛି ତଦନ୍ତକାରୀ ଟିମ । ଏଥିରେ ଜଣେ ଯୁବତୀ ରହିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଅନଲାଇନରେ ମଡେଲ ସ୍କୁଲ ନାଁରେ ଫେକ ଓ୍ବେବସାଇଟ ଖୋଲି ଠକେଇର ପର୍ଦ୍ଦାଫାସ କରିଛି ଇଓଡବ୍ଲୁ । ଖାଲି ପଡିଥିବା ପଦବି ପାଇଁ ଚାକିରି ବିଜ୍ଞାପନ ଦେଉଥିଲେ । ଏନେଇ ଅନଲାଇନରେ www.modelschools.ac ନାଁରେ ବିଭିନ୍ନ ପୋଷ୍ଟ କରି ଦରଖାସ୍ତ ଗ୍ରହଣ କରୁଥିଲେ । ଏପରିକି ଫର୍ମ ଆବେଦନ‌ ପାଇଁ ଜଣକ ପିଛା ୧୦୦୦ଟଙ୍କା ଲେଖାଏ‌ ନେଉଥିଲେ । ଡେଭଲପମେଣ୍ଟ ଅଫିସର, ଓ୍ବେଲଫେୟାର ଅଫିସର ଭଳି‌ ସୁପର ଭାଇଜର, ଚାକିରି ପାଇ ସ୍କୁଲ କ୍ଲର୍କ ,ସ୍କୁଲ ଆଟେଣ୍ଡାସ ଓ ପିଅନ, ଓ୍ବାଚମ୍ୟାନ ଆଦି ବିଭିନ୍ନ‌ ପୋଷ୍ଟ ପାଇଁ ପ୍ରଲୋଭନ ଦେଖାଉଥିଲେ । ବୟସ,ଦକ୍ଷତା ଓ କାରିୟର ହିସାବରେ ଦରଖାସ୍ତ ମଧ୍ୟ ଗ୍ରହଣ କରୁଥିଲେ ।

ଏହି ମାମଲାରେ ଇଓଡବ୍ଲୁ ହାଇଦ୍ରାବାଦର‌ରୁ ଦୁଇ ଜଣକୁ ଗିରଫ କରିବା ସହ ବାଲେଶ୍ୱରୁ ଜଣକୁ ଗିରଫ କରିଛି । ଅଭିଯୁକ୍ତମାନେ ଭୁବନେଶ୍ୱରକୁ ଯିବା ଆସିବା କରୁଥିବା ଖବର ପାଇଥିଲା ଇଓଡବ୍ଲୁ । ଅଭିଯୁକ୍ତମାନେ ହେଲେ ମହମ୍ମଦ ସାନୁଲା, ସାକ୍ଷୀ ଜେନ ଏବଂ ସୁରତ ଦଳେଇ । ଗିରଫ ତିନି ଜଣକୁ କୋର୍ଟକୁ ଚାଲାଣ କରାଯାଇଛି । ସେମାନଙ୍କ ଠାରୁ ୧ଲକ୍ଷ ନଗଦ କ୍ୟାସ ସହ ୧୨ଟି ଏଟିଏମ ଓ ୩ଟି ଲାପଟପ ସହ ଅନେକ କାଗଜପତ୍ର ଜବତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ....ବନ୍ଧାହେଲେ ଲେଡି ଲୁଟେରା: ଅଫିସର ଠାଣିରେ ଠକୁଥିଲେ, ଓଲା ଡ୍ରାଇଭରଙ୍କୁ ଭଡ଼ା ଦେଉନଥିଲେ

ତେବେ ଜଣଙ୍କ ପିଛା ଚାକିରି‌ ପାଇଁ ୨୮ହଜାରରୁ ୪୦ହଜାର‌ ପର୍ଯ୍ୟନ୍ତ ନେଉଥିଲେ । ସରକାରୀ ଚାକିରିର ଲୋଭ ଦେଇ ଆଶାୟୀଙ୍କ ଠାରୁ ଦରଖାସ୍ତ ନେଉଥିଲେ । ପରେ ଗରିବ ପିଲାଙ୍କୁ ଚାକିରି ପାଇଁ ବିଭିନ‌୍ନ ବୟସ ରିଲାକ୍ସେସନ,କ୍ୟାରିୟର‌ ପାଇଁ ଆବଶ୍ୟକୀୟ ସ୍କିମର‌ ଲୋଭ ଦେଖାଇ ପିଲାଙ୍କଠୁ ଫର୍ମ ଗ୍ରହଣ କରୁଥିଲେ । ଏପରିକି ଯୁବପିଢିଙ୍କୁ ଅଧିକ ଆକୃଷ୍ଟ କରିବାକୁ ବିଭିନ ସ୍କିମର ଅଲନଲାଇନରେ ପ୍ରଚାର କରି ଆଶାୟୀ ବେକାରୀ ଯୁବପିଢିଙ୍କ ରେଜିଷ୍ଟ୍ରେସନ ଟଙ୍କା ନେଇ ଫେରାର ହେଉଥିଲେ ।

ଆଉ ନେଇଥିବା ଠକେଇ ଟଙ୍କାକୁ ନିଜ‌ ପାଖରେ‌ ସଞ୍ଚୟ‌‌ କରୁଥିଲେ । ଏପରିକି ଏଭଳି କିଛି ଦିନ‌ପରେ ନିଜେ ସମ୍ପୃକ୍ତ ଚାକିରି ଓ୍ବେସାଇଟ ବନ୍ଦ କରି ଚୁପ ରହି ଯାଉଥିଲେ ।ଏନେଇ ଇଓଡବ୍ଲୁ ନିକଟରେ ଅଭିଯୋଗ ପରେ ଜଣିବାକୁ ପାଇଥିଲା ଯେ ଏଭଳି କିଛି ଠକେଇ ରାକେଟ ଚଳାଛି । ଠକମାନେ ୧କୋଟି ୭୦ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ । ଏନେଇ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ଇଓଡବ୍ଲୁ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.