ETV Bharat / state

ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ୍‌ ମୁକ୍ତ ଦିବସ; ପ୍ରତି ସେକେଣ୍ଡରେ ପ୍ରସ୍ତୁତ ହେଉଛି ଦେଢ଼ ଲକ୍ଷ ପ୍ଲାଷ୍ଟିକ ବ୍ୟାଗ ! - ପ୍ଲାଷ୍ଟିକ ଠାରୁ ସମାଜକୁ ଦୂରେଇ ରଖିବା

ଆଜି ହେଉଛି ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ୍‌ ମୁକ୍ତ ଦିବସ । ଏହି ଦିବସ ପାଳିବାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ଲାଷ୍ଟିକ ଠାରୁ ସମାଜକୁ ଦୂରେଇ ରଖିବା । ଅଧିକ ପଢ଼ନ୍ତୁ

ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ୍‌ ମୁକ୍ତ ଦିବସ

author img

By

Published : Jul 3, 2023, 10:18 PM IST

ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ୍‌ ମୁକ୍ତ ଦିବସ

ଭୁବନେଶ୍ବର: ଆଜି ବିଶ୍ବବ୍ୟାପୀ ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ୍‌ ମୁକ୍ତ ଦିବସ ପାଳନ ହେଉଛି । ପ୍ରତିବର୍ଷ ଜୁଲାଇ ମାସ ୩ ତାରିଖକୁ ବିଶ୍ବବ୍ୟାପୀ ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ୍‌ ମୁକ୍ତ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଦେଶ ବିଦେଶର କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକ ଲୋକଙ୍କୁ ପ୍ଲାଷ୍ଟିକ ବ୍ୟାଗକୁ ବର୍ଜନ କରିବା ପାଇଁ ଆହ୍ବାନ ଦିଆଯାଇଛି । ଏଥିସହ ପ୍ଲାଷ୍ଟିକ ବ୍ୟବହାରର ଭୟାବହତା ସମ୍ବନ୍ଧରେ ସଚେତନ ମଧ୍ୟ କରାଯାଉଛି ।

୨୦୦୨ରେ ବାଂଲାଦେଶ ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ ଆନୁଷ୍ଠାନିକ ଭାବେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟାଗ୍‌ର ବ୍ୟବହାର ସଂପୂର୍ଣ୍ଣ ନିଷେଧ କରିଥିଲା । ଏହାପରେ ଭାରତ ସମେତ ଅନେକ ଦେଶ ଏହାକୁ ନିଷେଧ କରିଛନ୍ତି । ୨୦୦୮ ମସିହାରେ 'ଜିରୋ ଜ୍ୟେଷ୍ଟ ୟୁରୋପ' ସଂଗଠନର ସଦସ୍ୟ ରିଜିରୋଙ୍କ ଦ୍ଵାରା ପ୍ରଥମେ ଏହି ଦିବସ ପାଳନର ପରିକଳ୍ପନା କରାଯାଇଥିଲା ଏବଂ ପରେ ୨୦୧୦ରେ 'ବ୍ୟାଗ୍ ଫ୍ରି ୱାର୍ଲ୍ଡ୍' ସଂଗଠନର ସ୍ଥାପନା ପରଠାରୁ ଧୀରେଧୀରେ ତାହା ବିଭିନ୍ନ ଦେଶରେ ଲୋକପ୍ରିୟ ହେବାରେ ଲାଗିଛି । ଦିବସ ପାଳିବାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ଲାଷ୍ଟିକ ନାମକ ପଲିଥିନଠାରୁ ସମାଜକୁ ଦୂରେଇ ରଖିବା । କାରଣ ପ୍ଲାଷ୍ଟିକର ବହୁଳ ବ୍ୟବହାର ଦ୍ଵାରା ମାଟି ପ୍ରଦୂଷଣ, ନୂତନ ରୋଗର ଉତ୍ପନ୍ନ ଓ ଭୂତଳ ଜଳସ୍ତରରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଆମେ ସମସ୍ତେ ସଚେତନ ହେବା ସହ ପ୍ଲାଷ୍ଟିକଠାରୁ ଦୂରେଇ ରହିବା । ଏପରି କଲେ ମଣିଷ ସମାଜର ବଡ଼ ବିପଦକୁ ଟାଳି ପାରିବ ।

ଏଥିସହ ପ୍ଲାଷ୍ଟିକକୁ ଭୁବନେଶ୍ବରରେ ବନ୍ଦ କରିବା ପାଇଁ ବିଏମ୍‌ସି ମଧ୍ୟ ବିଭିନ୍ନ ପଦକ୍ଷେପ ନେଇଛି । ପ୍ରଥମ ହାଟ ଭାବେ ରସୁଲଗଡ଼ର କୋଚିଲାଖାଇ ହାଟକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛି ବିଏମ୍‌ସି । ମୋଟା ଅଙ୍କର ଫାଇନ ମଧ୍ୟ ବସାଇଛି । ଏସବୁ ସହ ରସୁଲଗଡ଼ର କୋଚିଲାଖାଇ ହାଟକୁ ସମ୍ପୂର୍ଣ୍ଣ ରୂପେ ପ୍ଲାଷ୍ଟିକ ବ୍ୟାଗ୍‌ ମୁକ୍ତ କରାଯାଇ ପାରିଛି । ତଥାପି ବନ୍ଦ ହେଇପାରୁନି ବ୍ୟବହାର । କାରଣ ଗୋଟିଏ ସ୍ଥାନରେ ଚଢ଼ାଉ କରି ପ୍ଲାଷ୍ଟିକ୍‌ ଓ ପଲିଥିନ ବନ୍ଦ କରିଦେଲେ ଏହାର ବ୍ୟବହାର କମିବନି । ଏନେଇ ପରିବେଶବିତ ମତ ଦେଇ କହିଛନ୍ତି, "ଦିନକୁ ଦିନ ପ୍ଲାଷ୍ଟିକର ବହୁଳ ବ୍ୟବହାର କରାଯାଉଛି । ଯାହା ପରିବେଷକୁ ଅଧିକରୁ ଅଧିକ ପରିମାଣରେ କ୍ଷତି ପହଞ୍ଚାଇଥାଏ । ଆଉ ପ୍ରଦୂଷଣ ପାଇଁ ପ୍ଲାଷ୍ଟିକ କେତେ ପରିମାଣରେ ଦାୟୀ ଓ ପ୍ରକୃତି ଉପରେ ଏହାର କେତେ ପ୍ରଭାବ ପଡ଼ୁଛି, ତାହାକୁ ନେଇ ଲୋକଙ୍କ ମଧ୍ୟରେ ବାରମ୍ବାର ସଚେତନତା ମଧ୍ୟ କରାଯାଉଛି । ପ୍ରତିଥର ଏହାକୁ ବ୍ୟାନ୍‌ ବି କରାଯାଉଛି । ହେଲେ ଦିନକୁ ଦିନ ଏହାର ବହୁଳ ବ୍ୟବହାର ବଢିବାରେ ଲାଗିଛି । ଗୋଟିଏ ପ୍ଲାଷ୍ଟିକ୍‌ ବ୍ୟାଗ ନଷ୍ଟ ହେବା ପାଇଁ ୧୦୦ରୁ ୫୦୦ ବର୍ଷ ଲାଗିଥାଏ । ତେଣୁ ଏ ଦିଗରେ ଜନ ସଚେତନତା ଆବଶ୍ୟକ । ପରିବେଶକୁ କ୍ଷତି ପହଞ୍ଚାଉଥିବା ଏହି ପ୍ଲାଷ୍ଟିକ ବ୍ୟାଗ ଉପରେ କଟକଣା ଲଗାଯିବା ସହ ଏହାର ବିକଳ୍ପ ବ୍ୟବସ୍ଥା ବାହାର କରାଯିବା ଜରୁରୀ ।" ବିଶେଷ ଭାବେ ପ୍ଲାଷ୍ଟିକ ଜରିର ଉତ୍ପତିସ୍ଥଳରେ ଚଢ଼ାଉ ସହ ବନ୍ଦ କରିବାକୁ କହିଛନ୍ତି ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ ।

ସେ ଆହୁରି କହିଛନ୍ତି, "ଆଜି ବିଶ୍ବସ୍ତରରେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୬୦ ହଜାର ପ୍ଲାଷ୍ଟିକ ବ୍ୟାଗ ପ୍ରସ୍ତୁତ ହେଉଛି । ସେହିପରି ବର୍ଷକୁ ୫ ଟ୍ରିଲିଅନ ପ୍ଲାଷ୍ଟିକ ଜରି ବ୍ୟାଗ ପ୍ରସ୍ତୁତ ହେଉଛି । ଏହି ପ୍ରସ୍ତୁତ ବ୍ୟାଗରେ ୭ ଥର ଆମେ ପୃଥିବୀକୁ ଘୋଡେଇ ପାରିବା । ପ୍ଲାଷ୍ଟିକ ବ୍ୟବହାର ସହ ଆମେ ଗଛ କାଟିବା ଦ୍ବାରା ଏକ ଅସନ୍ତୁଳିତ ପରିବେଶ ଭିତରେ ରହୁଛେ । ଯାହାଦ୍ବାରା ପୃଥୀବୀର ତାପମାତ୍ରା ବୃଦ୍ଧି ହେଉଛି ଆଉ ଜୀବଜଗତ ବସବାସ ପାଇଁ ଅନେକ ସମସ୍ୟା ସୃଷ୍ଟି ହେଉଛି । ପ୍ରକୃତିକୁ ନଷ୍ଟ କରିବା ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟର ସୃଷ୍ଟି ହେଉଛି । ତେଣୁ ପ୍ରକୃତି ଓ ପରିବେଶର ସୁରକ୍ଷା ଆମକୁ କରିବାର ଅଛି । ଆମେ ଆମ ପରିବେଶ ଓ ପ୍ରକୃତିର ସୁରକ୍ଷା କଲେ ଏକ ସକାରାତ୍ମକ ପ୍ରକୃତି ଭିତରେ ବଞ୍ଚିବା । ଏଥିପାଇଁ ଗଛଟିଏ ଲଗାଇବା ସହ ପ୍ଲାଷ୍ଟିକ ପରି ପରିବେଶ ପ୍ରଦୁଷଣକାରୀ ଜିନିଷକୁ ବର୍ଜନ କରିବା । ତେବେ ଯାଇ ପରିବେଶ ସନ୍ତୁଳିତ ରହିବ ଆଉ ଆମେ ଏକ ସୁସ୍ତ ସମାଜରେ ବଞ୍ଚିବା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.