ETV Bharat / state

ଟ୍ରେନରେ ବେଆଇନ ସିଟ ଦଖଲ, ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା RPF - ସର୍ବ ଭାରତୀୟ ଅଭିଯାନ

ଟ୍ରେନରେ ଯାତ୍ରୀମାନେ ସିଟ ବେଆଇନ ଜବରଦଖଲ କରିବା ପ୍ରସଙ୍ଗ । ଯାତ୍ରୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ଆର୍‌ପିଏଫ । ଅଧିକ ପଢ଼ନ୍ତୁ

entry of unauthorized passengers in reserved coaches
ସଂରକ୍ଷିତ କୋଚରେ ବେଆଇନ ପ୍ରବେଶ
author img

By

Published : Jan 7, 2023, 7:21 AM IST

ଭୁବନେଶ୍ବର: ରେଳ ସୁରକ୍ଷା ବଳ ବା ଆର୍‌ପିଏଫ ପକ୍ଷରୁ ରେଳଯାତ୍ରୀଙ୍କ ସୁବିଧା ତଦାରଖ କରିବା ପାଇଁ ଏକମାସ ବ୍ୟାପୀ ଏକ ସର୍ବ ଭାରତୀୟ ଅଭିଯାନ କରାଯାଇଥିଲା । ଏହି ଅଭିଯାନ କାଳରେ ମହିଳାଙ୍କ ପାଇଁ ସଂରକ୍ଷିତ କୋଚରେ ବେଆଇନ ଭାବେ ପ୍ରବେଶ କରି ଯାତ୍ରା କରୁଥିବା ୫୧୦୦ରୁ ଅଧିକ ପୁରୁଷ ଯାତ୍ରୀଙ୍କୁ ଗିରଫ କରାଯାଇଛି । ସେହିଭଳି ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ କୋଚରେ ପ୍ରବେଶ କରି ଯାତ୍ରା କରିବା ଓ ସେମାନଙ୍କ ଆସନକୁ ଅକ୍ତିଆର କରିବା ଅଭିଯୋଗରେ ଅନ୍ୟ ୬୩୦୦ ଯାତ୍ରୀଙ୍କୁ ଆରପିଏଫ ଗିରଫ କରିଛି ।

ରେଳବାଇ ନିୟମ ଉଲ୍ଲଙ୍ଘନ କରି ବେଆଇନ ଭାବେ ଯାତ୍ରା କରୁଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଜୋରିମାନା ଆକାରରେ ଉଭୟ ଗୋଷ୍ଠୀର ଦୋଷୀଙ୍କ ଠାରୁ ଯଥାକ୍ରମେ ୬.୭୧ ଲକ୍ଷ ଏବଂ ୮.୬୮ଲକ୍ଷ ଟଙ୍କା ଆଦାୟ କରାଯାଇଛି । କିଛି ଲୋକ ବିନା ଟିକେଟରେ ଟ୍ରେନରେ ଚଢି ଯାତ୍ରୀଙ୍କ ସିଟ୍‌ରେ ଜବରଦସ୍ତ ବସିବା, ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଗଣ୍ଡଗୋଳ ଓ ଅପରାଧ ଆଦି ଘଟାଇବା ଘଟଣା ନିୟମିତ ଭାବେ ଦେଶର ବିଭିନ୍ନ ଅଞ୍ଚଳରୁ ଖବର ସାମ୍ନାକୁ ଆସିଛି । ଏହି ଖବର ପାଇବା ପରେ ଆରପିଏଫ କର୍ତ୍ତୃପକ୍ଷ ଦେଶବ୍ୟାପୀ ଏକମାସିଆ ଅଭିଯାନ ଚଳାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ 554 ହସ୍ପିଟାଲ ପଞ୍ଜିକୃତ, 29 ନୂଆ ହସ୍ପିଟାଲ୍ ପାଇଁ ଅନୁମୋଦନ

ଅଭିଯାନ କାଳରେ ଦୂରଗାମୀ ଟ୍ରେନର ସାଧାରଣ ବଗିରେ କିଛି ଅସାଧୁ ଲୋକ ଟାୱେଲ ପକାଇ ସିଟ୍ ଜବରଦଖଲ କରିବା ସହିତ ତାହାକୁ ଯାତ୍ରୀମାନଙ୍କୁ ବିକିବା ଘଟଣା ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା । ଏହି ବେଆଇନ ସିଟ୍ ଅକ୍ତିଆର ଘଟଣାର ୩୬ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯାତ୍ରୀଙ୍କ ସୁଖସୁବିଧା ପ୍ରତି ନିୟମିତ ଧ୍ୟାନ ଦେବାକୁ ଓ ଅଭିଯାନ ଚଳାଇବାକୁ ଆର୍‌ପିଏଫ୍‌ର କ୍ଷେତ୍ର କର୍ମଚାରୀଙ୍କୁ ଉଚ୍ଚ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଅବସରପ୍ରାପ୍ତ ଭାରତୀୟ ଯବାନଙ୍କ ନାଗରିକତ୍ବକୁ ସନ୍ଦେହ, ପ୍ରମାଣ ଦେବାକୁ ଆସିଲା ନୋଟିସ

ରେଳ ସମ୍ପତ୍ତି, ରେଳ ଯାତ୍ରୀ, ଯାତ୍ରା ଅଞ୍ଚଳ ଏବଂ ତତ୍‌ସଂଲଗ୍ନ ସମସ୍ତ ବିଷୟର ନିରାପତ୍ତା ରକ୍ଷା ଦାୟିତ୍ୱ ଆର୍‌ପିଏଫ୍ ଉପରେ ନ୍ୟସ୍ତ । ବିଶେଷକରି ଯାତ୍ରୀମାନେ ଯେପରି ବିନା ଭୟ ଓ ସୁବିଧାରେ ଯାତ୍ରା କରିପାରିବେ ତାହା ଦେଖିବା ଏବଂ ଏଥିପାଇଁ ସେମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ଆର୍‌ପିଏଫ୍‌ର ଦାୟିତ୍ୱ । ରେଳବାଇ ନିୟମ ଅନୁସାରେ କୌଣସି ବ୍ୟକ୍ତି ବେଆଇନ ଭାବେ ଯାତ୍ରୀଙ୍କ ସିଟ୍‌କୁ ଅକ୍ତିଆର କରିପାରିବେ ନାହିଁ। ମହିଳା ଏବଂ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ବଗିରେ ମଧ୍ୟ ପ୍ରବେଶ କରିପାରିବେ ନାହିଁ । ସେମାନଙ୍କ ଆସନ ମଧ୍ୟ ଅକ୍ତିଆର କରିବା ଆଇନ ବିରୋଧୀ । ଏହାଛଡା ବେଆଇନ ଭାବେ ସିଟ୍ ଅଧିକାର କରିବା, ଟ୍ରେନରେ ତୃତୀୟ ଲିଙ୍ଗର ବ୍ୟକ୍ତି ପଶି ଯାତ୍ରୀଙ୍କଠାରୁ ଅର୍ଥ ଆଦାୟ କରିବା ମଧ୍ୟ ଧର୍ତ୍ତବ୍ୟ ଅପରାଧ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.