ଖୋର୍ଦ୍ଧା: 24ନଂ ଜୋନରେ ଇଞ୍ଜିନିୟର ପାର୍ଥିଙ୍କୁ ନେଇ ଚର୍ଚ୍ଚା । ରାଜନୀତିକୁ ବିଶେଷ କରି ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ଆସିବାକୁ ପସନ୍ଦ କରିନଥାନ୍ତି । ରାଜନୀତିର ଗୋଳି ପାଣିରେ ଗୋଡ଼ ରଖିବାକୁ ଅନେକ ପସନ୍ଦ କରୁନଥିବା ବେଳେ ଖୋର୍ଦ୍ଧା 24ନଂ ଜୋନର ବିଜେପି ପକ୍ଷରୁ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଶ୍ବେତସ୍ବୀନି ରଣବିଜୁଳି ।
ଶ୍ବେତସ୍ବୀନି 2009 ମସିହାରେ ତାଙ୍କର ସିଭିଲ ଇଂଜିନିୟରିଂ ଶେଷ କରି ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ । କିନ୍ତୁ ଲୋକଙ୍କ ପାଇଁ କିଛି କରିବାର ଆଗ୍ରହ ତାଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ବାଧ୍ୟ କରିଛି ବୋଲି ସେ କହିଛନ୍ତି । ସେହିପରି ସମାଜରେ ଆଜି ବି ନାରୀ ଅବହେଳିତ ଓ ନିଷ୍ପେସିତ ହୋଇ ଅଛନ୍ତି । ନାରୀ ମାନଙ୍କୁ ପୁରୁଷଙ୍କ ଭଳି ସମାନ ଅଧିକାର କେବଳ କାଗଜପତ୍ରରେ ସିମିତ ହୋଇଥିବା ସେ କହିଥିବା ବେଳେ ତାଙ୍କ ପାଇଁ ଲଢେଇ କରିବାକୁ ଇଚ୍ଛା ରଖି ରାଜନୀତି ମଇଦାନକୁ ଆସିଥିବା କହିଛନ୍ତି ।
ସେହିପରି ପ୍ରତି ଗାଁ ଗାଁ ରେ ଥିବା ଅନେକ ସମସ୍ୟା ସରକାରଙ୍କ ଦୃଷ୍ଟିକୁ ଆଣି ତାହାର ସମାଧାନ କରିବେ ବୋଲି ଅଞ୍ଚଳବାସୀଙ୍କୁ କହିଛନ୍ତି । ତେବେ ଶ୍ବେତସ୍ବୀନିଙ୍କ ଭଳି ଶିକ୍ଷିତ ଯୁବକ ଯୁବତୀ ରାଜନୀତିକୁ ଆସିଲେ ହିଁ ବ୍ୟବସ୍ଥାରେ ପରିବର୍ତ୍ତନ ସମ୍ଭବ ହୋଇପାରିବ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ