ETV Bharat / state

Budget 2023-24: ଅଗଷ୍ଟ ୨୦୨୩ ସୁଦ୍ଧା ସମସ୍ତକୁ ବିଦ୍ୟୁତସେବା, ଖର୍ଚ୍ଚ ହେବ ୧୫୦ କୋଟି

author img

By

Published : Mar 20, 2023, 10:18 PM IST

ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ଆଜି ଶକ୍ତି ବିଭାଗର ବାର୍ଷିକ ଖର୍ଚ୍ଚଦାବି ଉପସ୍ଥାପନ ହୋଇଥିଲା । ଏନେଇ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ସମେତ ଶକ୍ତି ବିଭାଗ ସଚିବ ନିକୁଞ୍ଜ ଧଳ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ବଜେଟର ସବିଶେଷ ତଥ୍ୟ ରଖିଛନ୍ତି । ଅଧିକ ପଢ଼ନ୍ତୁ

ଶକ୍ତି ବିଭାଗର ପ୍ରେସମିଟ
ଶକ୍ତି ବିଭାଗର ପ୍ରେସମିଟ
ଶକ୍ତି ବିଭାଗର ପ୍ରେସମିଟ

ଭୁବନେଶ୍ବର: ଜାରି ରହିଛି ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଆଜି ବଜେଟରେ ଶକ୍ତି ବିଭାଗର ବାର୍ଷିକ ଖର୍ଚ୍ଚଦାବି ଉପସ୍ଥାପନ ହୋଇଥିଲା । ବିରୋଧିଙ୍କ ହୋ ହାଲ୍ଲା ଓ ହଟ୍ଟଗୋଳ ମଧ୍ୟରେ ଅପରାହ୍ନରେ ଖର୍ଚ୍ଚଦାବି ଉପସ୍ଥାପନ କରିଥିଲେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ତେବେ ଏନେଇ ଶକ୍ତିମନ୍ତ୍ରୀଙ୍କ ସମେତ ଶକ୍ତି ବିଭାଗ ସଚିବ ନିକୁଞ୍ଜ ଧଳ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଏଥିରେ ବଜେଟ ନେଇ ସବିଶେଷ ତଥ୍ୟ ରଖାଯାଇଛି ।

ଶକ୍ତିମନ୍ତ୍ରୀ ଓ ବିଭାଗୀୟ ସଚିବ ଦେଇଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ଶକ୍ତି ବିକାଶ କାର୍ଯ୍ୟକ୍ରମ (CMPDP)ରେ ୧୪୪୬.୫୦ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି । ଓଡିଶା ବିଦ୍ୟୁତ୍ ବିତରଣ ସଶକ୍ତିକରଣ କାର୍ଯ୍ୟକ୍ରମ (ODSSP) ପାଇଁ ୮୩୨.୫ କୋଟି ଟଙ୍କା ବରାଦ ହୋଇଛି । ରାଜ୍ୟ ରାଜଧାନୀ ଅଞ୍ଚଳ ବିଦ୍ୟୁତ୍ ବ୍ୟବସ୍ଥା ଉନ୍ନତୀକରଣ ଯୋଜନା (SCRIPS) ବାବଦରେ ୩୬୪.୯୮ କୋଟି ଟଙ୍କା ଓ ବିପର୍ଯ୍ୟୟ ନିରୋଧୀ ଶକ୍ତି ବ୍ୟବସ୍ଥା (DRPS) ପାଇଁ ୧୦୦ କୋଟି ଟଙ୍କା ବ୍ୟବରାଦ ହୋଇଛି । ସେହିଭଳି ସବୁଜ ଶକ୍ତି ପରିବହନ କରିଡର (ନୂତନ ଯୋଜନା) ବାବଦକୁ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ତେବେ ଲୋ-ଭୋଲଟେଜ୍ ଅଞ୍ଚଳ ଗୁଡ଼ିକରେ ଭୋଲଟେଜ୍‌ର ଉନ୍ନତି ପାଇଁ ମାର୍ଚ୍ଚ ୨୦୨୪ ସୁଦ୍ଧା ୧୦୦ରୁ ଅଧିକ ୩୩/୧୧ କେଭି ସବ୍-ଷ୍ଟେସନ୍‌ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ ।

ସେହିପରି ବିପର୍ଯ୍ୟୟ ନିରୋଧୀ ଶକ୍ତି ଭିତ୍ତିଭୂମି ନିର୍ମାଣ କରିବା ପାଇଁ 'ରେଡିଆଲ୍ ଟୁ ରିଙ୍ଗ୍ କନଭର୍ସନ୍ ପ୍ରୋଜେକ୍ଟ' (RRCP-ଦ୍ବିତୀୟ ପର୍ଯ୍ୟାୟ), ରାଜ୍ୟ ରାଜଧାନୀ ଅଞ୍ଚଳରେ ଶକ୍ତି ଭିତ୍ତିଭୂମି ଉନ୍ନତୀକରଣ (SCRIPS) ଓ ବିପର୍ଯ୍ୟୟ ନିରୋଧୀ ଶକ୍ତି ବ୍ୟବସ୍ଥା (DRPS-ଦ୍ବିତୀୟ ପର୍ଯ୍ୟାୟ) ଭଳି ଯୋଜନା ଗୁଡିକ କାର୍ଯ୍ୟକାରୀ କରିବା ପାଇଁ ସ୍ଥିର କରାଯାଇଛି । ଏବଂ ଏଥିପାଇଁ ବଜେଟ୍ରେ ସାମୂହିକ ଭାବରେ ୪୭୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । CMECP ଅଧୀନରେ ଏକ ନୂତନ ଯୋଜନା ଘରୋଇ ଶକ୍ତି ଦକ୍ଷତା କାର୍ଯ୍ୟକ୍ରମ ପାଇଁ ୨୫୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି । ଯାହାକି ଘର ଗୁଡ଼ିକରେ ଏନର୍ଜି ଏଫିସିଏଣ୍ଟ ଉପକରଣର ବ୍ୟବହାରକୁ ପ୍ରୋତ୍ସାହିତ କରିବ । ଶକ୍ତି ସଂରକ୍ଷଣ ଏବଂ ଶକ୍ତି ଦକ୍ଷତା ସଚେତନତା କାର୍ଯ୍ୟକ୍ରମର ଅଂଶ ଭାବରେ ପ୍ରାୟ ୧ ହଜାର ବିଦ୍ୟାଳୟରେ ଗଠିତ 'ଶକ୍ତି କ୍ଲବ' ଗୁଡିକ ସମ୍ପ୍ରତି ସକ୍ରିୟ ଭାବରେ କାର୍ଯ୍ୟ କରୁଥିବା କହିଛନ୍ତି ମନ୍ତ୍ରୀ । ସମସ୍ତ ହାଇସ୍କୁଲ ଗୁଡିକରେ ମଧ୍ୟ ଏଭଳି କ୍ଲବ ଗଠନ କରିବା ପାଇଁ ପ୍ରସ୍ତାବ ରହିଛି ।

ଶକ୍ତି ବିଭାଗ ଏହାର ପ୍ରମୁଖ ଅଗ୍ରଣୀ କାର୍ଯ୍ୟକ୍ରମ 'ବିଜୁ ଗ୍ରାମ ଜ୍ୟୋତି ଯୋଜନା' (BGJY)କୁ ଜାରି ରଖିଛି । ବିଦ୍ୟୁତ୍ ସେବାରୁ ବଞ୍ଚିତ ସମସ୍ତ ପରିବାରକୁ ଆଗାମୀ ଅଗଷ୍ଟ ୨୦୨୩ ସୁଦ୍ଧା ବିଦ୍ୟୁତକରଣ କରିବା ପାଇଁ ୧୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏଠାରେ ଉଲ୍ଲେଖ ଯେ, ୨୦୨୧ରେ 'ସୌଭାଗ୍ୟ' ଯୋଜନାର ପରିସମାପ୍ତି ପରେ, ଅବଶିଷ୍ଟ ଜନବସତି/ପରିବାରକୁ ବିଦ୍ୟୁତ୍‌ ଯୋଗାଇବା ପାଇଁ DISCOM ମାନଙ୍କୁ ୪୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିଭଳି ହାତୀମାନଙ୍କୁ ବୈଦୁତିକ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ଏଲିଫ୍ୟାଣ୍ଟ କରିଡ଼ର (Elephant Corridor) ଯୋଜନାରେ ଆଗାମୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟରେ ୫୦ କୋଟି ବ୍ୟୟ ବରାଦ କରାଯାଇଛି । Elephant Corridor ଯୋଜନାରେ ବିଦ୍ୟୁତ୍ ଭିତ୍ତିଭୂମିର ସଶକ୍ତିକରଣ ପାଇଁ ଏଯାବତ୍ ୬୯୦.୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବଜେଟ୍ ପ୍ରସ୍ତାବ-

ଗ୍ରୀଡକୋକୁ ସ୍ବଳ୍ପ ସୁଧହାରରେ ଋଣ: ଗ୍ରୀଡକୋ ୟୁନିଟ୍ ପିଛା ହାରାହାରି ୩.୧୨ ଟଙ୍କା ମୂଲ୍ୟରେ (ଆର୍ଥିକ ବର୍ଷ ୨୦୨୨-୨୩) DISCOM ମାନଙ୍କୁ ବକ୍ସରେ ଶକ୍ତି ଯୋଗାଉଛି । ଯାହା ସର୍ବଭାରତୀୟସ୍ତର ଠାରୁ କମ୍ ଅଟେ । ଗ୍ରୀଡକୋର ଆର୍ଥିକ ସ୍ଥିରତା ଓ ସ୍ବଚ୍ଛଳତା ରାଜ୍ୟର ଶକ୍ତି ସୁରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ । ୩୧ ଡିସେମ୍ବର ୨୦୨୨ ସୁଦ୍ଧା ଗ୍ରୀଡକୋର ବକେୟା ଦେୟ ପାଖାପାଖି ୬ ହଜାର ୫୦୦ କୋଟି ଟଙ୍କା ରହିଛି । ତେଣୁ ରାଜ୍ୟ ସରକାର ଗ୍ରୀଡକୋକୁ ବାର୍ଷିକ ୫ ପ୍ରତିଶତ ସୁଧହାରରେ ଏବଂ ୫ ବର୍ଷର ମୋରାଟୋରିୟମ ଅବଧିରେ ଋଣ (Soft Loan) ଦେବା ଆରମ୍ଭ କରିଛନ୍ତି । ଏହି କ୍ରମରେ ଆର୍ଥିକ ବର୍ଷ ୨୦୨୨-୨୩ରେ GRIDCOକୁ ୭୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ୭୦୦ କୋଟି ଟଙ୍କା ଋଣ ପ୍ରଦାନର ପ୍ରସ୍ତାବ ଦିଆଯାଇଛି । ଓପିଜିସି (OPGC)କୁ ୧୩୮ କୋଟି ଟଙ୍କା ଅଂଶଧନ ପ୍ରଦାନ, ଓପିଟିସିଏଲ (OPTCL)କୁ ୧୦୦ କୋଟି ଟଙ୍କା ଅଂଶଧନ ପ୍ରଦାନ ପାଇଁ ରଖାଯାଇଛି ।

ଚଳିତ ବର୍ଷ ଶକ୍ତି ବିଭାଗ ମୋଟ ୩,୦୦୨.୫୩ କୋଟି ଟଙ୍କାର ବଜେଟ୍ ଆକଳନ କରିଛି । ଏଥିରେ ଯୋଜନା, ପରିକଳ୍ପନା, କାର୍ଯ୍ୟକ୍ରମ, ରୂପାୟନ ତଥା କାର୍ଯ୍ୟାନ୍ଵୟନ ପାଇଁ ୨ ହଜାର ୯୫୪ କୋଟି ଓ ପ୍ରଶାସନିକ ଖର୍ଚ୍ଚ ପାଇଁ ୪୮.୫୩ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ଦିଆଯାଇଛି । ଏହି ସମସ୍ତ ପଦକ୍ଷେପ ରାଜ୍ୟର ବିଦ୍ୟୁତ ଉପଭୋକ୍ତା ମାନଙ୍କର ଖୁଚୁରା ବିଦ୍ୟୁତ୍ ଶୁଳ୍କକୁ କମ୍ ରଖିବାରେ ସହାୟକ ହୋଇପାରିବ ଏବଂ ଶିଳ୍ପ ଓ ଅର୍ଥନୀତିର ଅଭିବୃଦ୍ଧିକୁ ସୁଗମ କରିବ । ଯାହାଦ୍ବାରା ରାଜ୍ୟର ଜନସାଧାରଣଙ୍କ ଜୀବନଶୈଳୀରେ ଉନ୍ନତୀ ଆସିବ ବୋଲି ଶକ୍ତିମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।

ସେହିପରି ରାଜ୍ୟର ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଓପିଜିସି ୨୦୧୯ରେ ଏହାର ଉତ୍ପାଦନ କ୍ଷମତାକୁ ୧୩୨୦ ମେଗାୱାଟ ବୃଦ୍ଧି କରିଛି । ରାଜ୍ୟରେ ପାଖାପାଖି ୭ହଜାର ୨୯୦ ମେଗାୱାଟ ବିଦ୍ୟୁତ ଉପଲବ୍ଧ ଥିବାରୁ ରାଜ୍ୟର ହାରାହାରି ସର୍ବୋଚ୍ଚ ବିଦ୍ୟୁତ ଶକ୍ତି ଚାହିଦା (ପ୍ରାୟ ୪,୫୦୦ -୫୦୦୦ ମେଗାୱାଟ) ସୁରୁଖୁରୁରେ ପୂରଣ ହୋଇପାରୁଛି । ତେବେ ରାଜ୍ୟରେ ମୋଟ ୯୭ ଲକ୍ଷ ବିଦ୍ୟୁତ ଉପଭୋକ୍ତା ରହିଛନ୍ତି । ଗତ ୧୦ ବର୍ଷରେ ବିଦ୍ୟୁତ ପରିବହନ ବ୍ୟବସ୍ଥାର ଉପଲବ୍ଧ ତାହାର ୯୯.୯ % ଅଧିକ ରହିଛି ବୋଲି ବିଭାଗୀୟ ସଚିବ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.