ETV Bharat / state

ଖୋର୍ଦ୍ଧାରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର ପ୍ରୟାସ ଜାରି - ଖୋର୍ଦ୍ଧାରେ 17 ଟିକିଆ ହାତୀପଲ ଆତଙ୍କ

ଖୋର୍ଦ୍ଧା ସହର ନିକଟସ୍ଥ ଜରିପୁଟରେ 17 ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି । ଅଧିକ ପଢନ୍ତୁ...

Elephant terror in Khordha
ଖୋର୍ଦ୍ଧାରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର ପ୍ରୟାସ ଜାରି
author img

By

Published : Nov 24, 2020, 9:54 PM IST

ଖୋର୍ଦ୍ଧା: ଜିଲ୍ଲାରେ ହାତୀ ଆତଙ୍କ । ଖୋର୍ଦ୍ଧା ସହର ନିକଟ ଜରିପୁଟରେ 17 ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅଛନ୍ତି । ଖବର ପାଇ ଖୋର୍ଦ୍ଧା ବନ ବିଭାଗ କର୍ମଚାରୀ ହାତୀ ଘଉଡାଇବା ପ୍ରୟାସ ଆରମ୍ଭ କରିଛନ୍ତି ।

ଖୋର୍ଦ୍ଧାରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର ପ୍ରୟାସ ଜାରି

କିଛି ଦିନ ବ୍ୟବଧାନ ପରେ ପୁଣି ଖୋର୍ଦ୍ଧା ସହର ନିକଟରେ ଜଙ୍ଗଲୀ ହାତୀଙ୍କ ଉପସ୍ଥିତି ଦେଖାଦେଇଛି । ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲା ଉପକଣ୍ଠ ଜରିପୁଟ ନିକଟରେ ଚନ୍ଦକା ଜଙ୍ଗଲରୁ ଆସିଥିବା 17 ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି । ହାତୀମାନେ ବ୍ୟାପକ ଧାନ ଫସଲ ନଷ୍ଟ କରି ମୁଖ୍ୟ ରାସ୍ତା କଡରେ ରହି ଉପଦ୍ରବ କରୁଥିବା ଜଣାପଡିଛି । ଏ ସମ୍ପର୍କରେ ଖବର ପାଇ ଖୋର୍ଦ୍ଧା ବନ ବିଭାଗ ବାଣ ଓ ଅନ୍ୟାନ୍ୟ ଉପାୟରେ ହାତୀ ଘଉଡାଇବାକୁ ଉଦ୍ୟମ କରୁଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.