ETV Bharat / state

ହାତୀ ଉପଦ୍ରବରେ ଲୋକେ ଆତଙ୍କିତ

author img

By

Published : Feb 3, 2021, 10:54 PM IST

ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ବନାଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି । ଦୁଇଟି ହାତୀ ଖାଦ୍ୟ ଅନ୍ବେଷଣରେ ଚିତ୍ରକୂଟ ପାହାଡରୁ ବାହାରି ନିରାକାରପୁର ନିକଟସ୍ଥ ରେଳଧାରଣା ପାର ହୋଇ ଜନବସତି ମୁହାଁ ହୋଇଛନ୍ତି ।

ଜନବସତି ମୁହାଁ ହାତୀ
ଜନବସତି ମୁହାଁ ହାତୀ

ଖୋର୍ଦ୍ଧା: ପୁଣି ଜନବସତି ମୁହାଁ ହାତୀ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖାଦେଇଛି ହାତୀ ଆତଙ୍କ । ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ବନାଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି । ଦୁଇଟି ହାତୀ ଖାଦ୍ୟ ଅନ୍ବେଷଣରେ ଚିତ୍ରକୂଟ ପାହାଡରୁ ବାହାରି ନିରାକାରପୁର ନିକଟସ୍ଥ ରେଳଧାରଣା ପାର ହୋଇ ଜନବସତି ମୁହାଁ ହୋଇଛନ୍ତି ।

ରେଳଧାରଣାରେ ହାତୀ
ରେଳଧାରଣାରେ ହାତୀ

କପିଳେଶ୍ବର, ଘଣ୍ଟପୁର ଓ ମୁଗୁପଦର ଗ୍ରାମରେ କେତେକ ଲୋକଙ୍କ ବାରିବଗିଚାରେ ପଶି ଗଛପତ୍ର ଭାଙ୍ଗିବା ସହିତ ଧାନ ଖାଇଥିଲେ । ହାତୀକୁ ଲୋକ ଦେଖି ଜଙ୍ଗଲ ମଧ୍ୟକୁ ଘଉଡାଇ ଦେଇଛନ୍ତି । ହାତୀ ରେଳଧାରଣା ପାରହୋଇ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ଜଣାପଡିଛି । ହାତୀକୁ ଏହି ଅଞ୍ଚଳରୁ ତଡିବା ପାଇଁ ଜଙ୍ଗଲ ବିଭାଗ ସଂପୂର୍ଣ୍ଣ ଫେଲ ମାରିଥିବାବେଳେ ଲୋକେ ହାତୀ ପାଇଁ ସମସ୍ୟା ଭୋଗୁଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.