ETV Bharat / state

ନନ୍ଦନକାନନରେ ହାତୀ ପ୍ରେମା ଅସୁସ୍ଥ, ବଞ୍ଚାଇବାକୁ ଚାଲିଛି ପ୍ରୟାସ - elephant prema ill news

ନନ୍ଦନକାନନରେ 68 ବର୍ଷ ବର୍ଷୀୟ ମାଈ ହାତୀ 'ପ୍ରେମା' ଅସୁସ୍ଥ । ଆର୍ଥ୍ରାଇଟିସ୍ ଏବଂ ବୟସ ସମ୍ବନ୍ଧୀୟ ଜଟିଳତାରେ ପୀଡିତ ହୋଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

female elephant prema gets ill at nandankanan
ନନ୍ଦନକାନନରେ ହାତୀ ପ୍ରେମା ଅସୁସ୍ଥ, ବଞ୍ଚାଇବାକୁ ଚାଲିଛି ପ୍ରାୟାସ
author img

By

Published : Oct 28, 2022, 7:14 AM IST

ଭୁବନେଶ୍ବର: ନନ୍ଦନକାନନରେ ହାତୀ 'ପ୍ରେମା' ଅସୁସ୍ଥ । 68 ବର୍ଷ ବୟସ୍କା ମାଈ ହାତୀ 'ପ୍ରେମା' ଆର୍ଥ୍ରାଇଟିସ୍ ସହିତ ବୟସ ସମ୍ବନ୍ଧୀୟ ଜଟିଳତାରେ ପୀଡିତ ହୋଇଛି । ପାଦରେ ଭାର ବହନ କରିବାକୁ ସକ୍ଷମ ହୋଇପାରୁନାହିଁ । OUATର ଏକ ଟିମ୍, ନନ୍ଦନକାନନ ଏବଂ ବିଶେଷଜ୍ଞମାନେ ଅସୁସ୍ଥ ହାତୀର ଚିକିତ୍ସା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

କିଛିଦିନ ପୂର୍ବେ ହାତୀ ବାସନ୍ତୀ ମଧ୍ୟ ପଡିଯିବାରୁ ଅସୁସ୍ଥ ହୋଇ ଚିକିତ୍ସାଧିନ ଅଛି । ଅସୁସ୍ଥ ବାସନ୍ତୀ ହାତୀର ବୟସ 59 ହୋଇଥିବାବେଳେ ପ୍ରେମାର ବୟସ 68ବର୍ଷ । ଉଭୟେ କିଛି ଦିନ ପୂର୍ବରୁ ଅସୁସ୍ଥ ଥିଲେ । ତେବେ ପ୍ରେମା ଅଧିକ ଅସୁସ୍ଥ ହୋଇ ପଡିଥିବା ଜଣାପଡ଼ିଛି । ନଖରେ ଆଘାତ ଥିବାରୁ ହାତୀଟି ଅସୁସ୍ଥ ହୋଇ ପଡିଥିଲା । OUAT ବିଶେଷଜ୍ଞ ଦଳ ଚିକିତ୍ସା କରୁଥିବା ନନ୍ଦନକାନନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ପ୍ରେମାକୁ 21 ବର୍ଷ ହୋଇଥିବା ବେଳେ ତାମିଲନାଡୁର ଭନ୍ଦାଲୁର ଅଭୟାରଣ୍ୟରୁ ଅଣାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲା ଧଳା ବାଘୁଣୀ ବିଜୟା

ବର୍ତ୍ତମାନ ପ୍ରେମାକୁ ମିଶାଇ ନନ୍ଦନକାନନରେ ମୋଟ 4ଟି ମାଈ ହାତୀ ଅଛନ୍ତି । ତେବେ ରାଜ୍ୟରେ ଲଗାତାର ଭାବେ ହେଉଥିବା ହାତୀ ମୃତ୍ୟୁ ବନ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ନନ୍ଦନକାନନରେ ପ୍ରେମାର ଅସୁସ୍ଥତା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.