ETV Bharat / state

ଗଜରାଜଙ୍କ କବଜାରେ ଖୋର୍ଦ୍ଧା ଉପକଣ୍ଠ, ଆତଙ୍କିତ ଲୋକେ

ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଛି ହାତୀଙ୍କ ଉପଦ୍ରବ । ହାତୀପଲ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଏପଟେ ହାତୀ ଘଉଡାଇବାରେ ବନ ବିଭାଗର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

author img

By

Published : Jun 29, 2019, 5:22 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ହାତୀଙ୍କ କବଜାରେ ଖୋର୍ଦ୍ଧା ଜିଲ୍ଲା । ଜିଲ୍ଲାର ଅନେକ ଗାଁରେ ଦେଖିବାକୁ ମିଳିଛି ହାତୀଙ୍କ ଉପଦ୍ରବ । ଗତ ଦୁଇ ସପ୍ତାହ ଧରି ଜିଲ୍ଲାର ତୋଟାପଡା, ପାନବରଜ, ଜରିପୁଟ, ଦେଉଳଟାଙ୍ଗି, ଗୋଡ଼ା, ଦେଉଳି,ଦଲକ ଆଦି ଗାଁରେ ହାତୀପଲ ତାଙ୍କ ଆତଙ୍କରାଜ ଜାରି ରଖିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

କେତେବେଳେ କାହା ଘର ଭାଙ୍ଗୁଛନ୍ତି ତ ପୁଣି କେତେବେଳେ ଫସଲ ନଷ୍ଟ କରୁଛନ୍ତି । ଏନେଇ ଗ୍ରାମବାସୀ ବନ ବିଭାଗକୁ ଜଣାଇଥିଲେ ସୁଦ୍ଧା କେହି ସେମାନଙ୍କ ଦୁଃଖ ଶୁଣୁ ନଥିବା ଅଭିଯୋଗ ହୋଇଛି । ଏପଟେ ସଞ୍ଜ ନଇଁଲେ ହାତୀଙ୍କ ଉପଦ୍ରବ ଆରମ୍ଭ ହୋଇଯାଉଛି । ଫଳରେ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇ ପଡୁଛି । ତେଣୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

5

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.