ETV Bharat / state

ବିଦ୍ୟୁତ କର୍ମଚାରୀଙ୍କ ଦୁର୍ଦ୍ଦଶା: ଭଲରେ ଗଣ୍ଡେ ଖାଇବାକୁ କି ପିଇବାକୁ ମିଳୁନି

'ଫନି'ରେ ବିଦ୍ୟୁତଯୋଗାଣ ବିପର୍ଯ୍ୟସ୍ତ ହେବାପରେ ଏହାକୁ ପୁଣି ଥରେ ସଜାଡିବାରେ ବିଦ୍ୟୁତ କର୍ମଚାରୀମାନଙ୍କୁ ସାବାସୀ ଦିଆଯାଉଛି । ହେଲେ ସେମାନଙ୍କୁ ଭଲ ଖାଇବାକୁ କି ପିଇବାକୁ ମିଳୁ ନ ଥିବା ଖୋଦ୍ କର୍ମଚାରୀମାନେ ଅଭିଯୋଗ କରିଛନ୍ତି ।

author img

By

Published : May 11, 2019, 11:04 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ୱର: ଫନିରେ ବିଦ୍ୟୁତଯୋଗାଣ ବିପର୍ଯ୍ୟସ୍ତ ହେବାପରେ ଏହାକୁ ପୁଣି ଥରେ ସଜାଡିବାରେ ବିଦ୍ୟୁତ କର୍ମଚାରୀମାନଙ୍କୁ ସାବାସୀ ଦିଆଯାଉଛି । ହେଲେ ସେମାନଙ୍କୁ ଭଲ ଖାଇବାକୁ କି ପିଇବାକୁ ମିଳୁ ନ ଥିବା ଖୋଦ୍ କର୍ମଚାରୀମାନେ ଅଭିଯୋଗ କରିଛନ୍ତି ।

ନିଜ ଜୀବନକୁ ବାଜି ଲଗାଇ ମେ ମାସର ଡହଡହ ଖରାରେ କାମ କରୁଛନ୍ତି କୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକ। ନିଜ ଗାଁ ମାଟି ଛାଡି ରାଜଧାନୀକୁ ଆଲୋକିତ କରିବା ସହିତ ରାଜଧାନୀବାସୀଙ୍କୁ ଆରାମ କରିବା ପାଇଁ ନିଜ ଦେହର ରକ୍ତକୁ ପାଣି କରି ବୁହାଇ ଦେଉଛନ୍ତି। ସେଥିପାଇଁ ସେମାନଙ୍କ ମନରେ ତିଳେ ହେଲେ ଅଭିମାନ ନାହିଁ। କିନ୍ତୁ ଦିନରାତି ଯିଏ ଅନ୍ୟମାନଙ୍କ ପାଇଁ କାମ କରୁଛି ତାକୁ ଦି ଓଳି ଦୁଇମୁଠା ଭଲ ଖାଇବା ସହିତ ପିଇବାକୁ ମୁନ୍ଦେ ପାଣି ମିଳୁ ନଥିବାରୁ ଅସନ୍ତୋଷ ହୋଇ ଗଣମାଧ୍ୟମ ଆଗରେ ବଖାଣିଛନ୍ତି ବଲାଙ୍ଗୀରରୁ ଆସି ଭୁବନେଶ୍ୱରରେ ବିଦ୍ୟୁତ ସେବା ପ୍ରଦାନରେ ନିୟୋଜିତ ହୋଇଥିବା କର୍ମଚାରୀମାନେ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଏମାନଙ୍କ କାର୍ଯ୍ୟକୁ ଭୁରିଭୁରି ପ୍ରଶଂସା କରାଯାଉଥିବା ବେଳେ ସରକାର କିନ୍ତୁ ଏମାନଙ୍କୁ ବେଠିଆ ଭଳି ବ୍ୟବହାର କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ମୁତାବକ ଓଳିଏ ରୋଷେଇ କରି ସେହି ଭାତ ଓ ଡାଲମାକୁ ତିନି ଓଳି ଖାଇବାକୁ ଦେଉଛନ୍ତି । ଟାଣ ଖରାରେ ବାହାରେ ଆସି କାମ କରୁଥିଲେ ବି ସେମାନଙ୍କୁ ପାଣି ଟିକିଏ ବି ଯୋଗାଇ ଦିଆଯାଉନାହିଁ । ଏମିତିକି ସେମାନଙ୍କୁ ଗାଧୋଇବା ଓ ପାଇଖାନା ଯିବା ପାଇଁ ପାଣି ମଧ୍ୟ ମିଳୁନଥିବା ସେମାନେ କହିଛନ୍ତି । ଫଳରେ ସେମାନଙ୍କ ଭିତରୁ ଅନେକ ଝାଡା ବେମାରରେ ଆକ୍ରାନ୍ତ ହୋଇଥିବା କହିଛନ୍ତି ।

ତେଣୁ ସରକାର ସେମାନଙ୍କ ପାଇଁ ଭଲରେ ମୁଠେ ଖାଇବା ଓ ପାଣିର ବ୍ୟବସ୍ଥା କରିବାକୁ ସେମାନେ ନିବେଦନ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.