ETV Bharat / state

Election Violence: ବେଗୁନିଆରେ ଗାଡି ଭଙ୍ଗାରୁଜା, ପ୍ରତିବାଦରେ ରାସ୍ତାରୋକ - ଖୋର୍ଦ୍ଧା ବେଗୁନିଆରେ ନିର୍ବାଚନୀ ହିଂସା

ଖୋର୍ଦ୍ଧା ବେଗୁନିଆରେ ନିର୍ବାଚନୀ ହିଂସା । ନିର୍ବାଚନ ହାରିବା ପରେ ବିପକ୍ଷ ଗୋଷ୍ଠୀ ବ୍ଲକ ଭିତରେ ପଶି ହିଂସାକାଣ୍ଡ ଘଟାଇଛନ୍ତି । ଅଧିକ ପଢନ୍ତୁ

Election Violence: ବେଗୁନିଆରେ ଗାଡି ଭଙ୍ଗାରୁଜା, ପ୍ରତିବାଦରେ ରାସ୍ତାରୋକ

author img

By

Published : Mar 12, 2022, 8:35 PM IST

ଖୋର୍ଦ୍ଧା: ବେଗୁନିଆ ପଞ୍ଚାୟତ ସମିତିରେ ଆଜି(ଶନିବାର) ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ସାରୁଅ ସମିତି ସଭ୍ୟ ଲକ୍ଷ୍ମୀଧର ସୁବୁଦ୍ଧି ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ନିର୍ବାଚନରେ ହାରିବା ପରେ ବିପକ୍ଷ ଗୋଷ୍ଠୀ ପକ୍ଷରୁ ବେଗୁନିଆ ବ୍ଲକ ଭିତରେ ପଶି ପୋଲିସ ଉପସ୍ଥିତିରେ ହିଂସାକାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି ।

Election Violence: ବେଗୁନିଆରେ ଗାଡି ଭଙ୍ଗାରୁଜା, ପ୍ରତିବାଦରେ ରାସ୍ତାରୋକ

ସେମାନେ ୪ଟି ଗାଡି ଭଙ୍ଗାରୁଜା କରି ନିର୍ବାଚନରେ ଭାଗ ନେଇଥିବା ସମିତିସଭ୍ୟ ମାନଙ୍କୁ ଅଟକ ରଖିଥିଲେ । ଏହାର ପ୍ରତିବାଦରେ ସାରୁଅ ଠାରେ 57ନଂ ଜାତୀୟ ରାଜପଥକୁ ନବନିର୍ବାଚିତ ଅଧ୍ୟକ୍ଷଙ୍କ ସମର୍ଥକମାନେ ଅବରୋଧ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ବ୍ଲକରେ ଅଟକ ଥିବା ସମିତିସଭ୍ୟ ମାନଙ୍କୁ ଛାଡିବା ଦାବିରେ ରାସ୍ତାରୋକ କରିଥିଲେ । ସେପଟେ ବେଗୁନିଆ ବ୍ଲକ ପରିସରରୁ ପୋଲିସ ସୁରକ୍ଷାରେ ସମିତି ସଭ୍ୟମାନଙ୍କୁ ଛଡ଼ାଯିବା ପରେ ରାସ୍ତାରୋକ ହଟିଥିଲା । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଖୋର୍ଦ୍ଧା SDPO ସୁଶୀଲ ମିଶ୍ର ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.