ETV Bharat / state

ରାଜ୍ୟରେ ମାଳ ମାଳ ନକଲି ସାର୍ଟଫିକେଟଧାରୀ ଶିକ୍ଷକ, ରିପୋର୍ଟ ଦେବାକୁ DEOଙ୍କୁ ନିର୍ଦ୍ଦେଶ

author img

By

Published : May 21, 2023, 5:03 PM IST

ରାଜ୍ୟରେ ଦିନକୁ ଦିନ ବଢୁଛି ମାଳ ମାଳ ନକଲି ସାର୍ଟିଫିକେଟଧାରୀ ଶିକ୍ଷକ । ଏହି ନକଲି ଶିକ୍ଷକଙ୍କୁ ଚିହ୍ନଟ କରାଯାଇ ରିପୋର୍ଟ ଦେବାକୁ DEOଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ରାଜ୍ୟରେ ରହିଛନ୍ତି ମାଳ ମାଳ ସାର୍ଟିଫିକେଟଧାରୀ ଶିକ୍ଷକ । ଦିନକୁ ଦିନ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବହୁସଂଖ୍ୟାରେ ନକଲି ଶିକ୍ଷକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜାଲ ପ୍ରମାଣପତ୍ର ମାମଲା ବନ୍ଦ କରିବା ସହ ୧୫ ଦିନ ମଧ୍ୟରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ରିପୋର୍ଟ ପ୍ରଦାନ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବହୁ ମାମଲାରେ ପ୍ରମାଣପତ୍ରକୁ ସମ୍ପୃକ୍ତ କର୍ତ୍ତୃପକ୍ଷ ନକଲି ବୋଲି ସ୍ପଷ୍ଟ କରିବା ପରେ ମଧ୍ୟ ବିଇଓମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ନିର୍ଦ୍ଧାରିତ ସମୟରେ ଏପରି ମାମଲାର ସମାଧାନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ରହିଛି । ଏପରି ମାମଲାଗୁଡ଼ିକର ସମାଧାନ ନହେବା ଯୋଗୁଁ ନକଲି ଶିକ୍ଷକ ମାମଲା ଜାରି ରହିଛି। ନିୟମ ଅନୁସାରେ ସମସ୍ତ ପ୍ରକ୍ରିୟା ଶେଷ କରି ମାମଲାଗୁଡ଼ିକୁ ତୁରନ୍ତ ବନ୍ଦ କରିବାକୁ ଏଜି ସ୍ତରରେ ଏହି ବିଷୟ ଆଲୋଚନା ବେଳେ ନିର୍ଦ୍ଦେଶ ଦିଆଯାଇଛି।

ଏହା ବି ପଢନ୍ତୁ- ମାରଣାସ୍ତ୍ର ଧରି ବୁଲୁଛନ୍ତି ଡକାୟତ ଗ୍ୟାଙ୍ଗ୍, ATM ଲୁଟ୍‌ ଯୋଜନା ଭଣ୍ଡୁର କଲା ପୋଲିସ

ତେଣୁ ନିଶ୍ଚିତ ଜାଲ ପ୍ରମାଣପତ୍ର ମାମଲା ବନ୍ଦ କରିବା ସହ ୧୫ ଦିନ ମଧ୍ୟରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ବିବରଣୀ ପ୍ରଦାନ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଏବଂ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁଯାୟୀ, ନକଲି ସାର୍ଟିଫିକେଟ୍‌ ଦେଇ ନିଯୁକ୍ତ ହୋଇଛନ୍ତି ପ୍ରାଥମିକ ଶିକ୍ଷକ । ଗଞ୍ଜାମ, କେନ୍ଦୁଝର, ବାଲେଶ୍ବର, ଖୋର୍ଦ୍ଧା ଭଳି ଅନେକ ଜିଲ୍ଲାରେ ମଧ୍ୟ ଏହି ନକଲି ସାର୍ଟିଫିକେଟଧାରୀ ଶିକ୍ଷକଙ୍କୁ ନେଇ ଏବେ ଚିନ୍ତା ବଢ଼ିଲାଣି । ଶତାଧିକ ନକଲି ଶିକ୍ଷକ ଏହାରି ମଧ୍ୟରେ ଧରା ପଡ଼ିଛନ୍ତି । ଏହାପରେ ମଧ୍ୟ ସଂଖ୍ୟା କମିବାରେ ନାଁ ଧରୁନାହିଁ । ଗତ ସେପ୍ଟେମ୍ବରରୁ ଏପର୍ଯ୍ୟନ୍ତ ୬୦ରୁ ଅଧିକ ନକଲି ଶିକ୍ଷକ ଧରା ପଡ଼ିଛନ୍ତି ।

୨୦୧୯ ମସିହା ପୂର୍ବରୁ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା । ତେବେ ଏଥିରେ ୫୦୦ରୁ ଅଧିକ ଶିକ୍ଷକ ଧରାପଡ଼ିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଆହୁରି ଶତାଧିକ ନକଲି ଶିକ୍ଷକଙ୍କ ନାମରେ ଅଭିଯୋଗ ଆସୁଛି । କୋରୋନା ଭିତରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୪ ଥର ୨୦୨୦ ମସିହା ଅକ୍ଟୋବର ୨୯ ତାରିଖ, ଡିସେମ୍ବର ୧, ୨୦୨୧ ଜାନୁଆରୀ ୨୧ ତାରିଖ, ଅକ୍ଟୋବର ୧୮ ତାରିଖ ଚିଠି ହୋଇଥିଲା । ଏହାପରେ ମଧ୍ୟ ଶିକ୍ଷା ଅଧିକାରୀମାନେ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରିନଥିଲେ କି ରିପୋର୍ଟ ଦାଖଲ କରିନାହାନ୍ତି । ତେଣୁ ବର୍ତ୍ତମାନ ୧୫ ଦିନ ମଧ୍ୟରେ ପୁଣି ଥରେ ରିପୋର୍ଟ ଦେବାକୁ ବିଭାଗ ନିର୍ଦ୍ଦେଶ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.