ETV Bharat / state

ଅର୍ଚ୍ଚନାଙ୍କ ନାଁରେ ED ଚାର୍ଜସିଟ୍ ଦାଖଲ, ସିଜ୍ ହେଲା ସତ୍ୟନଗର ଘର

author img

By

Published : Jan 10, 2023, 7:56 AM IST

ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜସିଟ୍‌ ଦାଖଲ କରିଛି । ସତ୍ୟନଗର ସ୍ଥିତ ବିଶାଳ କୋଠା ଆଟାଚ କରିଛି ଇଡି । ଅଧିକ ପଢ଼ନ୍ତୁ

archana nag case
ଅର୍ଚ୍ଚନା ନାଗ ମାମଲା

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଚାର୍ଜସିଟ୍‌ ଦାଖଲ କରିଛି । ଅର୍ଚ୍ଚନାଙ୍କ ଆର୍ଥିକ କାରବାର ନେଇ ପ୍ରିଭେନସନ ଅଫ ମନି ଲଣ୍ଡରି ଆକ୍ଟରେ ୨୨୪୧ପୃଷ୍ଟାର ଚାର୍ଜସିଟ୍ ଦାଖଲ କରାଯାଇଛି । ଯେଉଁଥିରେ ଅର୍ଚ୍ଚନା ସମତେ ୪ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଏଥିସହ ହନିଟ୍ରାପ କାରବାର ସହ ଆର୍ଥିକ କାରବାର ସମ୍ପର୍କରେ ମଧ୍ୟ ଦର୍ଶାଇଛି । ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରିଛି ଇଡି ।

ଏହା ମଧ୍ୟ ପଢ଼ନ୍ତୁ: ହାଇକୋର୍ଟରେ ଅର୍ଚ୍ଚନାଙ୍କ ଜାମିନ ଆବେଦନ ପ୍ରସଙ୍ଗ, କେସ ଡାଏରୀ ଦାଖଲ କରିବାକୁ ପୋଲିସକୁ ନିର୍ଦ୍ଦେଶ

ଅର୍ଚ୍ଚନା ନାଗ ଗିରଫ ପରେ ଆର୍ଥିକ କାରବାର ନେଇ ଛାନଭିନ କରୁଛି ଇଡି । ଏହି କ୍ରମରେ ଇଡି ପକ୍ଷରୁ ଜାରି ହୋଇଥିବା ଚାର୍ଜସିଟ୍‌ ଦାଖଲ ପରେ ଅର୍ଚ୍ଚନାଙ୍କ ଜେଲରୁ ମୁକୁଳିବାର ସ୍ବପ୍ନ ଚୁରମାର ହୋଇଛି । ଦୁଇ ମାସ ମଧ୍ୟରେ ଚାର୍ଜସିଟ୍ ଦାଖଲ ନ ହେବା ଅର୍ଥାତ୍ ସେହି ଆଧାରରେ ହୁଏତ ଜାମିନ ପାଇବା ପାଇଁ ଉଦ୍ୟମ କରିଥାଆନ୍ତେ । କିନ୍ତୁ ଇଡି ୨ ମାସ‌ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିଛି । ଯାହାକି ଅର୍ଚ୍ଚନାଙ୍କ ଜାମିନ ନେବାରେ ସମସ୍ୟା ଦେଖାଦେବ । ତେବେ ଚାର୍ଜସିଟ୍‌ରେ ଅର୍ଚ୍ଚନାଙ୍କ ସମ୍ପର୍କିତ ଡିଜିଟାଲ ଏଭିଡେନସ ମଧ୍ୟ କୋର୍ଟକୁ ଜଣାଇଛି ଇଡି। ଅର୍ଚ୍ଚନା ଏବେ ଗତ ଅକ୍ଟୋବର 6 ତାରିଖରୁ ବ୍ଲାକମେଲିଂ ମାମଲାରେ ଝାରପଡା ଜେଲରେ ଅଛନ୍ତି । ଘଟଣାର ତଦନ୍ତ ଜାରି ରହିଛି । ଆସନ୍ତା 3 ମାସ ମଧ୍ୟରେ ଦ୍ବିତୀୟ ଚାର୍ଜସିଟ ଦାଖଲ କରାଯିବ । ସେପଟେ ଅର୍ଚ୍ଚନାଙ୍କ ସତ୍ୟନଗର ସ୍ଥିତ ଆଲିଶାନ କୋଠାକୁ ଇଡି ସିଜ୍‌ କରିଛି । ଘରର ମୂଲ୍ୟ ପ୍ରାୟ 3 କୋଟି 40 ଲକ୍ଷ ହେବ ବୋଲି ଇଡି ଆକଳନ କରିଛି।

ଏହା ମଧ୍ୟ ପଢ଼ନ୍ତୁ: କୋରାପୁଟରେ ପଡ଼ୁଛି ବରଫ ଚାଦର, ତଳି ପୋଡ଼ିଯିବା ଯୋଗୁଁ ଚିନ୍ତାରେ ଚାଷୀ

ସୂଚନା ଥାଉକି, 2016ରୁ ଭୁବନେଶ୍ବର ଆସି ଜଣେ ସାଧାରଣ ଲୋକରୁ କୋଟିପତି ସାଜିଥିଲେ ଅର୍ଚ୍ଚନା । ବଡ଼ ଘର ସହ ଫାର୍ମ ହାଉସ, ବିଭିନ୍ନ ସ୍ଥାନରେ ପ୍ଲଟ, ଦୁଇଟି ଦାମୀ କାର ଏବଂ ବ୍ୟାଙ୍କ ବାଲାନ୍ସ ରଖିଥିଲେ । ହନିଟ୍ରାପ କୁଇନଙ୍କ କଳାକାରନାମା ନେଇ ପ୍ରଥମେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଏପରିକି ତାଙ୍କ ନାଁରେ ବ୍ଲାକମେଲିଂ ଅଭିଯୋଗ ମଧ୍ୟ ଥିଲା । ଏହାପରେ ଖଣ୍ଡଗିରି ଥାନାରେ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ଗତ ଅକ୍ଟୋବର 6 ତାରିଖରେ କମିଶନରେଟ ପୋଲିସ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ସେ ବିଚାର ବିଭାଗୀୟ ହାଜତରେ ରହୁଛନ୍ତି । ପ୍ରତି 14 ଦିନରେ ଥରେ କୋର୍ଟରେ ହାଜର ହେଉଛନ୍ତି ଅର୍ଚ୍ଚନା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.