ETV Bharat / state

ଅର୍ଚ୍ଚନାଙ୍କ ଆଲିଶାନ ଘର ହେବ ସିଜ୍, ଘରର ମାପଚୁପ ଆରମ୍ଭ କଲା ଇଡି

author img

By

Published : Jan 5, 2023, 9:48 PM IST

ବଡ଼ ବଡ଼ିଆଙ୍କୁ ବ୍ଲାକମେଲ କରି କୋଟିପତି ହେବାକୁ ଦେଖିଥିବା ଅର୍ଚ୍ଚନାଙ୍କ ସ୍ବପ୍ନ ଚୁନା ହେବାକୁ ବସିଛି । ସହଯୋଗୀ ଖଗେଶ୍ବରରଙ୍କ ସମ୍ପତ୍ତି ମଧ୍ୟ ଜବତ ହେବ । ଅଧିକ ପଢ଼ନ୍ତୁ

Archanas Luxurious house
ଘରର ମାପଚୁପ ଆରମ୍ଭ କଲା ଇଡି
ଘରର ମାପଚୁପ ଆରମ୍ଭ କଲା ଇଡି

ଭୁବନେଶ୍ବର: ସିଜ୍ ହୋଇଯିବ ଅର୍ଚ୍ଚନାଙ୍କ ସ୍ବପ୍ନର ଘର । ବ୍ୟାଜାପ୍ତି ହୋଇପାରେ ଅର୍ଚ୍ଚନାଙ୍କ ସମ୍ପତ୍ତି । ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଲୟ । ଏନେଇ ଇଡିର ଏକ ଟିମ୍ ଆସି ଅର୍ଚ୍ଚନାଙ୍କ ଘର ମାପଚୁପ ଆରମ୍ଭ କରିଛନ୍ତି । ଅର୍ଥାତ୍ କେତେ ପରିମିତ ଅଞ୍ଚଳରେ ଅଛି ଅର୍ଚ୍ଚନାର ସତ୍ୟବିହାରସ୍ଥିତ ଘର ? ସେନେଇ ଇଡିର ଏକ ଟିମ୍ ଅମିନଙ୍କୁ ନେଇ ମାପଚୁପ କରିଛନ୍ତି । ଖୁବଶୀଘ୍ର ଏହି ସବୁ ଜମିର ତଥ୍ୟ ଇଡି କୋର୍ଟକୁ ଦର୍ଶାଇବା ।

ଯେଉଁଠି ଘର ଠିଆ ହୋଇଛି । ଅର୍ଚ୍ଚନାଙ୍କ ସ୍ବପ୍ନର ଆଲିଶନ ଘର ଉଦଘାଟନ କରିବାକୁ ଆସିଥିଲେ ପୁର୍ବତନ ବାଚସ୍ପତି ସୁର୍ଯ୍ୟ ନାରାୟଣ ପାତ୍ର । କେବଳ ସେତିକି ନୁହେଁ ଅନେକ ହେବିଓ୍ବେଟ ସେହି ଘରକୁ ଯାଆଆସ କରୁଥିଲେ । ଏପରିକି ଘର ଏମିତି ଡିଜାଇନ୍ ହୋଇଥିଲା ଯେ ଅନେକ ଓଡ଼ିଆ ସିରିଏଲ, ଓ୍ବେବ୍‌ ସିରିଜ ଓ ଓଡ଼ିଆ ଫିଲ୍ମ ମଧ୍ୟ ଏଠାରେ ସୁଟିଂ ହେଉଥିଲା ।

ଏବେ ସେହି ଘରକୁ ଜବତ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଇଡି । ଏନେଇ ଆସନ୍ତା ୧୩ ତାରିଖରେ କୋର୍ଟରେ ଶୁଣାଣି ହେବ । ଇଡି ଅର୍ଚ୍ଚନାଙ୍କ ସମ୍ପତ୍ତି କାହିଁକି ସିଜ୍‌ କରିବ ନାହିଁ ସେ ନେଇ ନୋଟିସର ଜବାବ ରଖିବାକୁ ଅର୍ଚ୍ଚନାଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି । ତେବେ ଅର୍ଚ୍ଚନାଙ୍କ ଅର୍ଜିତ ସମ୍ପତ୍ତି ବ୍ୟାଜାପ୍ତି କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ବରଙ୍କୁ ପୁର୍ବରୁ ଜେଲରେ ନୋଟିସ ଦେଇସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ତିନିଜଣ ମିଶି କିଭଳି ହନିଟ୍ରାପ, ବ୍ଲାକମେଲ, ଅପରାଧିକ ଢଙ୍ଗରେ ସମ୍ପତ୍ତି ଅର୍ଜନ କରିଥିଲେ । ସେନେଇ ତଥ୍ୟ ଆଧାରରେ ଜବତ କରିବାକୁ ଆରମ୍ଭ କରିଛି ପ୍ରକ୍ରିୟା ।

ତେବେ ୨୦୧୬ରୁ ଭୁବନେଶ୍ୱର ଆସି ଜଣେ ସାଧାରଣ ଲୋକରୁ କୋଟିପତି କୁଇନ ସାଜିଥିଲେ ଅର୍ଚ୍ଚନା । ଏଥିସହ ତାଙ୍କ ସ୍ବାମୀ ସହ ମିଡିଲମ୍ୟାନ ଖଗେଶ୍ବର ମଧ୍ୟ କୋଟିପତି ହୋଇଥିଲେ । ତେବେ ଆଲିଶାନ ଘର ସହ ଫାର୍ମ ହାଉସ । ବିଭିନ୍ନ ସ୍ଥାନରେ ପ୍ଲଟ ସହ ଦାମି ଦୁଇଟି କାର ଓ ସୌଖିନ ଘର ସରଞ୍ଜାମ ସହ ବ୍ୟାଙ୍କ ବାଲାନ୍ସ ରଖିଥିଲେ । ସେସବୁ କିଛି ଇଡି ସିଜ କରିବ । ଯାହାଦ୍ୱାରା ଏବେ ହନିଟ୍ରାପ କୁଇନ୍‌ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହେବ।ତେବେ ଇଡି କେସ ପରଠୁ ଦୁଇମାସ ବିତିବାକୁ ଥିବାରୁ ଆସନ୍ତା ଜାନୁଆରୀ ଦିତୀୟ ସପ୍ତାହ ରେ ହନି ଟ୍ରାପ ମାମଲା ରେ ଇ ଡି ଚାର୍ଜ ସିଟ ଦାଖଲ କରିବ ବୋଲି ସୁଚନା ମିଳିଛି।

ବଡ଼ ବଡ଼ିଆଙ୍କୁ ବ୍ଲାକମେଲ କରି କୋଟିପତି ହେବାକୁ ଦେଖିଥିବା ଅର୍ଚ୍ଚନାଙ୍କ ସ୍ବପ୍ନ ଚୁନା ହେବାକୁ ବସିଛି । ସହଯୋଗୀ ଖଗେଶ୍ବରରଙ୍କ ସମ୍ପତ୍ତି ମଧ୍ୟ ଜବତ ହେବ । ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଜାରି ରଖିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଧିବଦ୍ଧ ଭାବେ ସରକାରୀ ସିଜ୍ କରିବା ପ୍ରକ୍ରିୟା ଆରମ୍ଭ କରିଛି । ଗତ ଜାନୁଆରୀ ୩ ତାରିଖରେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ବରକୁ ନୋଟିସ ଦେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତିନି ଜଣ ମିଶି ହନିଟ୍ରାପ, ବ୍ଲାକମେଲ ତଥା ଅପରାଧିକ ଢଙ୍ଗରେ ଅର୍ଜିତ ସମ୍ପତ୍ତିକୁ ଜବତ କରିବାକୁ ଇଡି ପ୍ରକ୍ରିୟା ଆରମ୍ଭ କରିଛି । ଏନେଇ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଇଡି ଝାରପଡ଼ା ଜେଲରେ ପହଞ୍ଚି ତିନି ଜଣଙ୍କୁ ନୋଟିସ ଜାରି କରିଥିଲା । ଇଡି ଝାରପଡ଼ା ଜେଲରେ ଅର୍ଚ୍ଚନାଙ୍କୁ ଜେରା କରିବ । ପରେ ଖଗେଶ୍ବରକୁ ପରଦିନ ଜେରା କରିବା ପାଇଁ ମଧ୍ୟ ଅନୁମତି ପାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.