ETV Bharat / state

ଇଡିରେ ହାଜର ହେଲେ ଜଗବନ୍ଧୁଙ୍କ ଭାଇ, ଅର୍ଚ୍ଚନା ବ୍ଲାକମେଲିଂ ଟଙ୍କାର ଚାଲିଛି ଖୋଳତାଡ - ଅର୍ଚ୍ଚନା ବ୍ଲାକମେଲିଂ ଟଙ୍କାର ଚାଲିଛି ଖୋଳତାଡ

ଇଡିରେ ହାଜର ହେଲେ ଜଗବନ୍ଧୁଙ୍କ ଭାଇ । ଦୀର୍ଘ ୬ଘଣ୍ଟା ଧରି ଜେରା କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

ଇଡିରେ ହାଜର ହେଲେ ଜଗବନ୍ଧୁଙ୍କ ଭାଇ
ଇଡିରେ ହାଜର ହେଲେ ଜଗବନ୍ଧୁଙ୍କ ଭାଇ
author img

By

Published : Nov 14, 2022, 11:09 PM IST

ଭୁବନେଶ୍ବର: ଅର୍ଚ୍ଚନା ବ୍ଲାକମେଲ କେଳେଙ୍କାରୀର ଫିଟୁଛି ପେଡ଼ି । ଇଡି ହାତରେ ଲାଗୁଛି ଅର୍ଚ୍ଚନାର ନୂଆ ନୂଆ ତଥ୍ୟ । ଭେରିଫିକେସନ ପାଇଁ ଜଣଙ୍କ ପରେ ଜଣଙ୍କୁ ଡାକୁଛି ଇଡି । ଯାହାର‌ ଆଧାରରେ ପୂର୍ବରୁ ଅର୍ଚ୍ଚନାର ବାପାଙ୍କୁ ଇଡି ପଚରାଉଚୁରା କରିଥିବା ବେଳେ ଆଜି ଜଗବନ୍ଧୁର ଭାଇକୁ ପଚରାଉଚୁରା କରିଛି ଇଡି । ଏନେଇ ଇଡି କାର୍ଯ୍ୟାଳୟରେ ପହଞ୍ଚି ତଥ୍ୟ ରଖିଛନ୍ତି ଜଗବନ୍ଧୁର ଭାଇ ବୈକୁଣ୍ଠ ଚାନ୍ଦ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାଳୟରେ ଦୀର୍ଘ ୬ଘଣ୍ଟା ଧରି ଜଗବନ୍ଧୁର ଭାଇକୁ ପଚରାଉଚରା କରାଯାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ବ୍ଲାକମେଲର ଅର୍ଚ୍ଚନା ନାଗର ଟଙ୍କା କୁଆଡେ କୁଆଡେ ଇନଭେଷ୍ଟ ହୋଇଛି । କାହା କାହା ନାଁରେ ନିବେଶ କରିଛନ୍ତି । ସମ୍ପର୍କିୟଙ୍କ ନାଁରେ କେତେ ସମ୍ପତ୍ତି ରଖିଛନ୍ତି । ସେ ନେଇ ଛାନଭିନ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅନ୍ୟପଟେ ରିମାଣ୍ଡରେ ଥିବା ଖଗେଶ୍ବରକୁ ଜେରା କରୁଛି ଇଡି । ରିମାଣ୍ଡରେ ଥିବାରୁ ଖଗେଶ୍ବର ଖୋଲୁଛି ଅର୍ଚ୍ଚନା କଳା ସାମ୍ରାଜ୍ୟର ପେଡ଼ି । ଇଡିକୁ କିଛି‌ ରୋଚକ ତଥ୍ୟ ପ୍ରଦାନ କରୁଛି ଖଗେଶ୍ବର । ଯାହାର ଆଧାରରେ ବିଭିନ୍ନ ଲୋକଙ୍କୁ ପଚରାଉଚରା କରି ଅର୍ଚ୍ଚନା ଓ ଜଗବନ୍ଧୁର ସମ୍ପତ୍ତିର ଖୋଳତାଡ଼ ଚାଲିଛି ।

ଅର୍ଚ୍ଚନାର ମୋଟ ୧୦ଟି ଆକାଉଣ୍ଟର ତଥ୍ୟ ଲାଗିଛି ଇଡି ହାତରେ । ଯେଉଁଥିରୁ ପୂର୍ବରୁ ୫ଟି ଆକାଉଣ୍ଟରୁ ୫୦ଲକ୍ଷ କାରବାର ସୁରାକ ପାଇଥିବା ଇଡି । ସେହିପରି ଅନ୍ୟ ଆକାଉଣ୍ଟରୁ ପାଖାପାଖି ୧କୋଟି ୨୦ଲକ୍ଷ ଟଙ୍କାର କ୍ୟାସ ଡିପୋଜିଟ ହୋଇଥିବା ଜାଣିବାକୁ ପାଇଛି ଇଡି । ତେବେ କେଉଁମାନେ କ୍ୟାସ ଡିପୋଜିଟ କରିଥିଲେ ସେମାନଙ୍କୁ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେମାନଙ୍କ ସହ ଅର୍ଚ୍ଚନାର କଣ ବିଲ ହୋଇଥିଲା । ସେସବୁ ଟଙ୍କା ବ୍ଲାକମେଲିଂ ଟଙ୍କା ନା ଆଉ କିଛି, ସେ ନେଇ ଇଡି ଚଳାଇଛି ତଦନ୍ତ । ଅନ୍ୟପଟେ ଇଡିରେ ଖଗେଶ୍ବରର ଦସ୍ତଖତ ନେଇଛନ୍ତି ଖଗେଶ୍ବରଙ୍କ ଓକିଲ । କାରଣ ଖଗେଶ୍ବର କେସରେ କମିଶନରେଟ ପୋଲିସ ଗିରଫ କରି ଛାଡିଦେଇଥିଲା ପୋଲିସ । କେସରେ ନିଜ ଆଡୁ କୋର୍ଟରେ ହାଜର ହେବାକୁ ଏସଡିଜେଏମ କୋର୍ଟକୁ ଆବେଦନ କରିବେ ଖଗେଶ୍ବରଙ୍କ ଓକିଲ । ଏନେଇ ସୂଚନା ଦେଇଛନ୍ତି ଖଗେଶ୍ବରଙ୍କ ଓକିଲ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.