ETV Bharat / state

ଷ୍ଟେଟ୍ ଫରେନସିକ ରିପୋର୍ଟରେ ନାହିଁ ଭରସା ! ଅର୍ଚ୍ଚନା ମାମଲାରେ ହାଇକୋର୍ଟକୁ ଯାଇପାରେ ED

ଅର୍ଚ୍ଚନା ନାଗଙ୍କ ଲାପଟପ୍, ମୋବାଇଲର ଫରେନ୍‌ସିକ ରିପୋର୍ଟରେ ନାହିଁ କିଛି ତଥ୍ୟ । ଏନେଇ ଷ୍ଟେଟ ଫରେନ୍‌ସିକ ରିପୋର୍ଟ ଉପରେ ଭରସା ନକରି ନିଜେ ସେ ସବୁ ଲାପଟପ୍ ଓ ମୋବାଇଲକୁ ତଦନ୍ତ କରିବା ପାଇଁ ହାଇକୋର୍ଟର ଦ୍ବାରସ୍ଥ ହେବ ଇଡି । ସେପଟେ ୫ ତାରିଖରୁ ଝାରପଡ଼ା ଜେଲରେ ଯାଇ ଅର୍ଚ୍ଚନା ଓ ଖଗେଶ୍ବରଙ୍କୁ ଜେରା ପାଇଁ କୋର୍ଟରେ ଆବେଦନ କରିଛି ଇଡି । ଅଧିକ ପଢ଼ନ୍ତୁ

ଅର୍ଚ୍ଚନା ମାମଲାରେ ହାଇକୋର୍ଟକୁ ଯାଇପାରେ ED
ଅର୍ଚ୍ଚନା ମାମଲାରେ ହାଇକୋର୍ଟକୁ ଯାଇପାରେ ED
author img

By

Published : Jan 2, 2023, 10:17 PM IST

ଅର୍ଚ୍ଚନା ମାମଲାରେ ହାଇକୋର୍ଟକୁ ଯାଇପାରେ ED

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କଠାରୁ ଜବତ ହୋଇଥିବା ଲାପଟପ୍, ମୋବାଇଲର ଫରେନ୍‌ସିକ ରିପୋର୍ଟରେ କିଛି ତଥ୍ୟ ନାହିଁ । ଯାହାକୁ ନେଇ ବିଚଳିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ । ଏନେଇ ଷ୍ଟେଟ ଫରେନ୍‌ସିକ ରିପୋର୍ଟ ଉପରେ ଭରସା ନକରି ନିଜେ ସେ ସବୁ ଲାପଟପ୍ ଓ ମୋବାଇଲକୁ ଇଡି ତଦନ୍ତ କରିବ ବୋଲି ଜଣାପଡ଼ିଛି । ଏନେଇ ହାଇକୋର୍ଟଙ୍କ ଅନୁମତି ଲୋଡ଼ିପାରେ ଇଡି ।

ଏନେଇ ନିଜର ସାଇବର ଏକ୍ସପର୍ଟ ବା ସଫ୍ଟୱେର ଏକ୍ସପର୍ଟଙ୍କ ଜରିଆରେ ଅର୍ଚ୍ଚନାଙ୍କ ମୋବାଇଲକୁ ଯାଞ୍ଚ ପାଇଁ ଇଡି ପ୍ରସ୍ତୁତ ହୋଇଛି । ଯେଉଁଥିରୁ କିଛି ତଥ୍ୟ ମିଳିବ ବୋଲି ଇଡି ଆଶା କରିଛି । ତେଣୁ ଷ୍ଟେଟ ଫରେନ୍‌ସିକ ଟିମ ଦେଇଥିବା ତଥ୍ୟକୁ ଭରସା ନକରି ନିଜେ ତଦନ୍ତ ପାଇଁ ହାଇକୋର୍ଟଙ୍କ ସାହାରା ନେବାକୁ ଅଣ୍ଟା ଭିଡିଛି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଏନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇ ଅର୍ଚ୍ଚନା ଓ ଜଗବନ୍ଧୁଙ୍କଠାରୁ ଜବତ ହୋଇଥିବା ଇଲୋକ୍ଟ୍ରୋନିକ ଗ୍ୟାଜେଟକୁ ତଦନ୍ତ କରିବାକୁ ଅନୁମତି ପାଇଁ ଆବେଦନ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କୋର୍ଟ ଅନୁମତି ଦେଲେ ସେସବୁକୁ ଷ୍ଟେଟ ଫରେନ୍‌ସିକଠାରୁ ନେଇ ନିଜ ଏକ୍ସପର୍ଟଙ୍କ ଜରିଆରେ ତଦନ୍ତ କରି ହନିଟ୍ରାପ କୁଇନର କଳା ସାମ୍ରାଜ୍ୟର ଚିଠା ଖୋଲିବାକୁ ସଜବାଜ ହେଉଛି ଇଡି ।

ଅନ୍ୟପଟେ ଅଧିକ ତଥ୍ୟ ଓଗାଳିବା ପାଇଁ ଜେଲରେ ଥିବା ଅର୍ଚ୍ଚନା ଓ ଖଗେଶ୍ବରଙ୍କୁ ପଚରାଉଚରା ପାଇଁ ଜିଲ୍ଲା ଦୌରାଜଜଙ୍କ ଅନୁମତି ଲୋଡିଛି ଇଡି । ଏନେଇ କୋର୍ଟରେ ଆବେଦନ ପରେ କୋର୍ଟ ଶୁଣାଣୀ କରି ରାୟ ସଂରକ୍ଷିତ ରଖିଛନ୍ତି । ତେବେ ଇଡି ଆବେଦନରେ ଦର୍ଶାଇଛି ଯେ ଆସନ୍ତା ୫ ତାରିଖରୁ ଜେଲକୁ ଯାଇ ଅର୍ଚ୍ଚନା ଓ ଖଗେଶ୍ବର ପାତ୍ରଙ୍କୁ ପଚରାଉଚରା କରିବାକୁ ଚାହୁଁଛି । ଖଗେଶ୍ବରଠାରୁ ଜବତ ହୋଇଥିବା ୪ଟି ମୋବାଇଲରୁ ଇଡି କିଛି ସୁରାକ୍‌ ପାଇଥିବା ଜଣାପଡ଼ିଛି । ଯାହାକୁ ନେଇ ପଚରାଉଚରା କଲେ ଇଡି ତଦନ୍ତରେ ସହଯୋଗ ହେବ ବୋଲି କୋର୍ଟକୁ ଜଣାଥିଲା ଇଡି । ଅନ୍ୟପଟେ ଅର୍ଚ୍ଚନାଙ୍କ ଓକିଲଙ୍କ ପକ୍ଷରୁ ମଧ୍ୟ ତଦନ୍ତ ବେଳେ ତାଙ୍କ ଓକିଲ ଉପସ୍ଥିତ ରହିବା ପାଇଁ ଅର୍ଚ୍ଚନାଙ୍କ ଓକିଲ ଠାକୁର ରଣଜିତ ସିଂହ କୋର୍ଟଙ୍କୁ ଜଣାଇଛନ୍ତି । ତେବେ କୋର୍ଟଙ୍କ ଆଦେଶନାମା ଆସିଲେ ଆସନ୍ତା ୫ ତାରିଖରେ ଝାରପଡ଼ା ଜେଲକୁ ଯାଇ ଅର୍ଚ୍ଚନା ଓ ଖଗେଶ୍ବରକୁ ପଚରାଉଚରା କରିପାରେ ଇଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.