ETV Bharat / state

ଅର୍ଚ୍ଚନା ମାମଲାର ତଦନ୍ତ କରୁଛି ଇଡି, ଖୋଲିବ କି ବଡବଡ଼ିଆଙ୍କ ମୁଖା ? - ବହୁ ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ମାମଲା

ଅର୍ଚ୍ଚନା ମାମଲାର ତଦନ୍ତ ଆରମ୍ଭ କରିଛି ଇଡି । ଖୋଲିବ କି ବଡବଡ଼ିଆଙ୍କ ମୁଖା । କେଉଁ କେଉଁ ରାଜନେତା ଅର୍ଚ୍ଚନାଙ୍କ ସହ ଆର୍ଥିକ କାରବାର କରିଛନ୍ତି ତାର ହେବ ଖୁଲାସା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବ୍ଲାକମେଲର ଅର୍ଚ୍ଚନା ମାମଲାର ତଦନ୍ତ ଆରମ୍ଭ କରିବା ପରେ ଏପରି ଚର୍ଚ୍ଚା ଜୋର ଧରିଛି । ଅଧିକ ପଢ଼ନ୍ତୁ

ED investigating blackmailer Archana case powerful leaders and officers are in fear rumour
ଅର୍ଚ୍ଚନା ମାମଲାର ତଦନ୍ତ କରୁଛି ଇଡି, ଖୋଲିବ କି ବଡବଡ଼ିଆଙ୍କ ମୁଖା ?
author img

By

Published : Nov 3, 2022, 7:13 PM IST

ଭୁବନେଶ୍ବର: ଅର୍ଚ୍ଚନା ମାମଲାର ତଦନ୍ତ ଆରମ୍ଭ କରିଛି ଇଡି । ରାଜ୍ୟର ବହୁ ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନାର ଅଚଳାଚଳ ସମ୍ପତ୍ତିର ଖୋଳତାଡ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନା ଏବଂ ତାଙ୍କ ସ୍ବାମୀ ଜଗବନ୍ଧୁ କେଉଁ ସୁତ୍ରରୁ ଅର୍ଥ ରୋଜଗାର କରୁଥିଲେ । ତାଙ୍କ ଆକାଉଣ୍ଟକୁ କେଉଁଠୁ ଟଙ୍କା ଆସୁଥିଲା । କିଏ କିଏ ଟଙ୍କା ଡିପୋଜିଟ କରିଛନ୍ତି । କେଉଁ କେଉଁ ରାଜନେତା ତଥା ବିତ୍ତଶାଳୀ ଅର୍ଚ୍ଚନାଙ୍କ ସହ ଅର୍ଥ କାରବାର କରିଛନ୍ତି ତାହାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାକୁ ନେଇ ପାଓ୍ବାର କରିଡରରେ କମ୍ପନ ସୃଷ୍ଟି ହୋଇଛି । ଅର୍ଚ୍ଚନା ନାଗଙ୍କ ଅର୍ଥର ଉତ୍ସ କଣ ଥିଲା ? ଏତେ କମ ସମୟ ମଧ୍ୟରେ ଅର୍ଚ୍ଚନା କିଭଳି ରାଜଧାନୀରେ ଉଚ୍ଚ ଅଟ୍ଟାଳିକା ଛିଡ଼ା କଲେ ? ବିଶେଷ କରି ଦାମି ଦାମି ଗାଡି ଓ ସୁନାଗହଣା କିଣିବା ପାଇଁ କିଏ ଦେଇଥିଲା ପଇସା ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାକୁ ନେଇ ବଡ଼ବଡ଼ିଆ ଭୟରେ ରହିଥିବା ନେଇ ଆଲୋଚନା ହେଉଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବ୍ଲାକମେଲର ଅର୍ଚ୍ଚନା ମାମଲାର ତଦନ୍ତ ଆରମ୍ଭ କରିବା ପରେ ଏପରି ଚର୍ଚ୍ଚା ଜୋର ଧରିଛି ।

ଅର୍ଚ୍ଚନା ମାମଲାର ତଦନ୍ତ କରୁଛି ଇଡି, ଖୋଲିବ କି ବଡବଡ଼ିଆଙ୍କ ମୁଖା ?

ପଦାରେ ପଡ଼ିବେ ବଡ଼ବଡ଼ିଆ !

ଏହାପୂର୍ବରୁ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତକୁ ଅର୍ଚ୍ଚନା ମାମଲା ଯିବା ନେଇ ଆଲୋଚନା ହେଉଥିଲା । ତେବେ ଶେଷରେ ତାହା ହିଁ ହୋଇଛି । ଏବେ ଅର୍ଚ୍ଚନା ମାମଲାରେ ହୋଇଥିବା ଟଙ୍କା ନେଣଦେଣକୁ ନେଇ ଖୋଲତାଡ଼ କରିବ ଇଡି । ଏହାକୁ ନେଇ ବରିଷ୍ଠ ଓକିଲ ବନ ମହାନ୍ତି କହିଛନ୍ତି, "ପ୍ରଥମ ଯେତେବେଳେ ଏହି ଘଟଣା ପଦାକୁ ଆସିଥିଲା, ସେତେବେଳେ ଅର୍ଚ୍ଚନାଙ୍କ ସ୍ବାମୀଙ୍କୁ ଅଟକ ରଖି ଛାଡ଼ି ଦେଇଥିଲା ପୋଲିସ । ତାଙ୍କ ସହଯୋଗୀଙ୍କୁ ମଧ୍ୟ ପଚରାଉଚରା କରିନଥିଲା ପୋଲିସ । ଖଣ୍ଡଗିରି ଥାନାରେ ଯେଉଁ ଯୁବତୀ ଅଭିଯୋଗ କରିଥିଲେ ତାଙ୍କୁ ପଚରାଉଚରା କରିନି ପୋଲିସ । ଏହାଦ୍ବାରା ଅଭିଯୁକ୍ତଙ୍କୁ ପ୍ରମାଣ ନଷ୍ଟ କରିବା ପାଇଁ ଯଥେଷ୍ଟ ସମୟ ମିଳିଛି । ସମସ୍ତ ତଥ୍ୟ ଅର୍ଚ୍ଚନା ପାଖରେ ରହିଛି । ଯେଉଁମାନେ ବି ଟଙ୍କା ଦେଇଛନ୍ତି ତାଙ୍କୁ ପଚରାଉଚରା କରିବ ପୋଲିସ । ସେମାନେ କେଉଁ କାରଣରୁ ଟଙ୍କା ଦେଇଥିଲେ ତାହା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କହିବେ ।"

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତକୁ ବିଜେପିର ସ୍ବାଗତ

ସେପଟେ ଅର୍ଚ୍ଚନା କେଳେଙ୍କାରୀ ମାମଲା ସିବିଆଇ ହାତକୁ ହସ୍ତାନ୍ତର କରିବାକୁ ଦାବି କରି ଆସୁଛି ବିଜେପି । ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତକୁ ମାମଲା ଯିବା ପରେ, ଏହାକୁ ସ୍ବାଗତ କରିଛି ବିଜେପି । ଏହାକୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, "ଅର୍ଚ୍ଚନା ନାଗ ମାମଲାକୁ ଇଡି ଏବେ ତଦନ୍ତ କରିବା ଆରମ୍ଭ କରଛି । ଏହାକୁ ଆମେ ସ୍ବାଗତ କରୁଛୁ । ସେମାନେ ଅର୍ଚ୍ଚନା ସହ ହୋଇଥିବା ଅର୍ଥ ନେଣଦେଣକୁ ଖୋଳତାଡ଼ କରୁଛନ୍ତି । ବିଜେପି ପ୍ରଥମ ଦଳ ଯିଏ ସିବିଆଇ ତଦନ୍ତ ଦାବି କରିଥିଲା । ତେବେ ଇଡି ଏହାର ତଦନ୍ତ କରୁଛି, କିନ୍ତୁ ସିବିଆଇ ତଦନ୍ତ ହେଲେ ଆହୁରି ଭଲ ହେବ ।"

'ତଦନ୍ତ ପାଇଁ ସବୁ କିଛି ଓପନ'

ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ସହିତ ଉଭୟ ବିଜେଡି ଏବଂ ବିଜେପିର ରାଜନେତାଙ୍କ ଫଟୋ ଭାଇରାଲ ହୋଇଥିଲା । ଏହାସତ୍ତ୍ବେ ଧାମନଗର ନିର୍ବାଚନୀ ପ୍ରଚାର ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶାସକ ଦଳକୁ ଟାର୍ଗେଟ କରିଥିଲେ । ଅର୍ଚ୍ଚନା ନାଗ ମାମଲାରେ ଇଡି ତଦନ୍ତ କଲେ ବଡ଼ବଡ଼ିଆ ଓ ନେତାଙ୍କ କାରନାମା ପଦାରେ ପଡ଼ିବେ ବୋଲି କହିଥିଲେ । ବର୍ତ୍ତମାନ ମାମଲା ଇଡି ହାତରେ । ଏହାକୁ ନେଇ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, "ପୂର୍ବରୁ ବିଜେଡି କହିସାରିଛି ଇଡି ତଦନ୍ତ କରୁ । ତଦନ୍ତ ପାଇଁ ସବୁ କିଛି ଓପନ ଅଛି । ଅସୁବିଧା କେଉଁଠି ରହିଛି ? ବିଜେଡି ନେତାଙ୍କୁ ଅଡୁଆ ହେବ କି ନ ହେବ ତାହା ତଦନ୍ତ ପରେ ଜଣାପଡିବ । କିଏ କିଏ ନାଗଫାଶରେ ପଡିଛନ୍ତି ସେ କଥା ଇଡି ତଦନ୍ତ କରି କହୁ ।"

ଇଡିର ତଦନ୍ତ ପ୍ରକ୍ରିୟାରେ ଲେଡି ବ୍ଲାକମେଲର ଅର୍ଚ୍ଚନା, ତାଙ୍କ ସ୍ବାମୀ ଜଗବନ୍ଧୁ, ଖଗେଶ୍ବର ଏବଂ ଅନ୍ୟ ଜଣେ ସହଯୋଗୀ ଅନ୍ତର୍ଭୁକ୍ତ । ତଦନ୍ତ ପ୍ରକ୍ରିୟାରେ କେଉଁ କେଉଁ ବଡବଡ଼ିଆଙ୍କ ନାଁ ସାମନାକୁ ଆସୁଛି ତାହାକୁ ସମସ୍ତଙ୍କ ଅପେକ୍ଷା ରହିଛି । ଅର୍ଚ୍ଚନାଙ୍କ ସହ ପାଓ୍ବାର କରିଡରର କିଛି ଅଫିସରଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାକୁ ନେଇ ପାଓ୍ବାର କରିଡରରେ ଭୟ ସଞ୍ଚାର ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.