ETV Bharat / state

ED ସ୍କାନରରେ ଅର୍ଚ୍ଚନାଙ୍କ ବାପା, ଚାଲିଛି ବ୍ଲାକମେଲିଂ ଲିଙ୍କର ଖୋଳତାଡ଼ - ଲେଡ଼ି ବ୍ଲାକମେଲର

ଲେଡ଼ି ବ୍ଲାକମେଲର କଳା ସାମ୍ରାଜ୍ୟର ଗୁମର ଖୋଲିବାରେ ଲାଗି ପଡ଼ିଛି ଇଡି । ଏହାରି ମଧ୍ୟରେ ଅର୍ଚ୍ଚନାଙ୍କ ବାପାଙ୍କୁ ପଚରାଉଚରା କରାଯାଉଛି । ଗିରଫ ପରେ ଅର୍ଚ୍ଚନାଙ୍କ ବାପା ଲେଡ଼ି ବ୍ଲାକମେଲରର ସମ୍ପତ୍ତିର ଦେଖାଶୁଣା କରୁଥିଲେ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

ED ସ୍କାନରରେ ଅର୍ଚ୍ଚନାଙ୍କ ବାପା, ଚାଲିଛି ବ୍ଲାକମେଲିଂ ଲିଙ୍କର ଖୋଳତାଡ଼

author img

By

Published : Nov 13, 2022, 3:37 PM IST

ଭୁବନେଶ୍ବର: ବ୍ଲାକମେଲିଂର ଖିଅ ଖୋଜୁଛି ଇଡି (ED investigates Archana's case) । ଅର୍ଚ୍ଚନା ଜଗବନ୍ଧୁଙ୍କ କଳସାମ୍ରାଜ୍ୟକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଏହାର ପ୍ରଥମ ସୋପାନରେ ଅର୍ଚ୍ଚନାର ମିଡିଲମ୍ୟାନ ସାଜିଥିବା ଖଗେଶ୍ବରକୁ ଗିରଫ କରିସାରିଛି ଇଡି । ହେଲେ ଏହାରି ଭିତରେ ଖଗେଶ୍ବରଠୁ ମିଳିଛି କିଛି ରୋଚକ ତଥ୍ୟ । ଯାହାର ଆଧାରରେ ଇଡି ସ୍କାନରରେ ଅର୍ଚ୍ଚନାଙ୍କ ବାପା । ଯିଏକି ଅର୍ଚ୍ଚନା ଗିରଫଦାରୀ ପରେ ଅର୍ଚ୍ଚନାର ସମ୍ପତ୍ତି ଓ ସାମ୍ରାଜ୍ୟର ଦେଖାଶୁଣା କରୁଥିଲେ ।

ଅର୍ଚ୍ଚନା ଜଗବନ୍ଧୁ ଜେଲରେ ଥିବା ବେଳେ ଅର୍ଚ୍ଚନାଙ୍କ ଫୋନରୁ ଏକାଧିକ ଲୋକଙ୍କୁ ଯୋଗାଯୋଗ କରାଯାଇଥିଲା । ଏପରିକି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମୋବାଇଲ ବନ୍ଦ ଥିବା ବେଳେ କିଏ ଯୋଗାଯୋଗରେ ଥିଲେ‌ ସେ ନେଇ ପ୍ରଶ୍ନ ଉଠିଥିଲା । ଖଗେଶ୍ବରର ମୋବାଇଲରୁ ମଧ୍ୟ ଏମାନଙ୍କ ବାର୍ତ୍ତାଳାପର କଲ୍‌ ଡିଟେଲ ମିଳିଛି । ଯାହାର ସାଧାରଣରେ ଅର୍ଚ୍ଚନାଙ୍କ ବାପାଙ୍କ ନମ୍ବରରୁ ମଧ୍ୟ ଅନେକ କଣ୍ଟାକ୍ଟକୁ ଯୋଗାଯୋଗ କରାଯାଇଥିଲା । ତେବେ କାହିଁକି ଓ କଣ ଥିଲା କାରଣ । ସେନେଇ ଇଡି ଅର୍ଚ୍ଚନାଙ୍କ ବାପାଙ୍କ ଜରିଆରେ ତଥ୍ୟ ଓଗାଳିବାକୁ ପ୍ରୟାସ ଜାରି ରଖିଛି ।

ଏହା ବି ପଢନ୍ତୁ- ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ: ରିମାଣ୍ଡରେ ଗଲା ଖଗେଶ୍ୱର, ପାୱାର କରିଡରରେ କମ୍ପନ

ତେବେ ଗତ ୧୦ତାରିଖରେ ଏନେଇ ଇଡି ଅର୍ଚ୍ଚନାଙ୍କ ଘର ସମେତ ୮ଟି ସ୍ଥାନରେ ରେଡ଼ କରିଥିଲା । ଇଡି ହାତରେ ଧୀରେ ଧୀରେ ଅର୍ଚ୍ଚନାଙ୍କ ଆର୍ଥିକ କାରବାରର ସୁରାକ ଲାଗିଛି । ଯାହା ଆଧାରରେ ଇଡି ଏବେ ଅର୍ଚ୍ଚନାଙ୍କ ବାପାଙ୍କୁ ଜେରା କରୁଛି । କାରଣ ଅର୍ଚ୍ଚନାଙ୍କ ବାପାଙ୍କୁ ମୋବାଇଲରୁ କିଛି ତଥ୍ୟ ପାଇବା ପାଇଁ ତଦନ୍ତ ଚଳାଇଛି । ଯାହାକୁ ଆଧାର କରି ତାଙ୍କ ବାପାଙ୍କ ଜରିଆରେ ଅର୍ଚ୍ଚନାଙ୍କ କାରବାରର ସମ୍ପର୍କରେ ତଥ୍ୟ ହାସଲ କରୁଛି ଇଡି। ଅର୍ଚ୍ଚନା ଓ ଜଗବନ୍ଧୁ ଗିରଫ ବେଳେ ତାଙ୍କ ମୋବାଇଲ କମିଶନରେଟ ପୋଲିସ ଜବତ କରିଥିଲା ।

ଏହା ବି ପଢନ୍ତୁ- ଆକ୍ସନ ମୋଡରେ ଇଡି, ଅର୍ଚ୍ଚନାଙ୍କ ମାଆଙ୍କୁ ପଚରାଉଚୁରା

ହେଲେ ତଥ୍ୟ ମିଳିଥିଲା ଯେ ଅର୍ଚ୍ଚନାଙ୍କ ବାପାଙ୍କୁ ମୋବାଇଲ ଜରିଆରେ ଅର୍ଚ୍ଚନାଙ୍କ ସମ୍ପର୍କିତ ଆର୍ଥିକ କାରବାରର ତଥ୍ୟ ଲୁଚାଯାଇଥିବା ନେଇ ଇଡି ସନ୍ଦେହ କରୁଛି । ଅର୍ଚ୍ଚନାଙ୍କ ବାପାଙ୍କ ଉପସ୍ଥିତିରେ ସଫ୍ଟୱେର ଏକ୍ସପର୍ଟଙ୍କ ଜରିଆରେ ମୋବାଇଲରେ ଚାଟ୍‌ ଓ ଡାଟା ରିଟ୍ରାଇଭ କରାଯାଉଛି । ଯାହା ଜରିଆରେ ଏବେ ତଥ୍ୟ ଆଦାୟ ପାଇଁ ଇଡି ତଦନ୍ତ ଚଳାଇଛି । ତେବେ ଖଗେଶ୍ବର ମଧ୍ୟ କିଛି ରୋଚକ ତଥ୍ୟ ଜାଣିଛି । ଯାହାକୁ ତଦନ୍ତକୁ ନେଲେ ଅନେକ ଗୁମର ଖୋଲିବ । ଯାହାର ଆଧାରରେ ଇଡି କୋର୍ଟରୁ ଖଗେଶ୍ବରକୁ ରିମାଣ୍ଡରେ ନେବାକୁ ନିବେଦନ କରିଥିଲା । ଯାହାକୁ ଆଧାରକରି କୋର୍ଟ ଖଗେଶ୍ବରକୁ ୧୦ଦିନିଆ ରିମାଣ୍ଡ ଯିବା ପାଇଁ ଅନୁମତି ଦେଇଥିଲେ।

ଏହାପରେ ଇଡ଼ି ଖଗେଶ୍ବରକୁ ମାରାଥନ ଜେରା କରୁଛି । ଖଗେଶ୍ବରର ୨ଟି ମୋବାଇଲକୁ ଖଗେଶ୍ବର ସାମ୍ନାରେ ପାସୱାର୍ଡ ଦେଇ ଖୋଲିଛି ଇଡି । ରାଜ୍ୟ ବାହାରର ସାଇବର ଫୋରେନସିକ ବିଶେଷଜ୍ଞ କରୁଛନ୍ତି ମୋବାଇଲ ଫୋନର ଯାଞ୍ଚ । ଖଗେଶ୍ବରର ଚାଟିଙ୍ଗ ଡିଲିଟ ହୋଇଛି । ତାଙ୍କ ମୋବାଇଲରେ ଥିବା ଫଟୋ, ଭିଡିଓ ଡିଲିଟ ହୋଇଛି ‌। ସେ ସବୁକୁ ରିଟ୍ରାଇଭ କରୁଛି ବିଶେଷଜ୍ଞ ଟିମ । ଏଥିରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.