ETV Bharat / state

ମନ ମୋହୁଛି ବରବରାର ପ୍ରକୃତି ନିବାସ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିଭୋର ପର୍ଯ୍ୟଟକ

author img

By

Published : Feb 7, 2023, 8:45 AM IST

ଖୋର୍ଦ୍ଧା ଜିଲ୍ଲାର ଅନନ୍ୟ ପର୍ଯ୍ୟଟନସ୍ଥଳୀ ଦାମିଆ ବରବରା । ପ୍ରାକୃତିକ ପରିବେଶ ସାଙ୍ଗକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପ୍ରକୃତି ନିବାସ । ଅଧିକ ପଢନ୍ତୁ

ଖୋର୍ଦ୍ଧା ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଦାମିଆ ବରବରା

ବରବରାର ପ୍ରକୃତି ନିବାସ

ଖୋର୍ଦ୍ଧା: ପ୍ରକୃତିର ଅପରୂପ ସମାହାର ଦାମିଆ ବରବରା । ଆକାଶକୁ ଛୁଇଁ ଦେଲାଭଳି ଶାଳ ଓ ଶାଗୁଆନ ଗଛ । ଠାଏ ଠାଏ ଝରଣା, ମୟୂର ସାଙ୍ଗକୁ କାହିଁ କେତେ ପ୍ରକାରର ଜଙ୍ଗଲୀ ଜୀବଜନ୍ତୁଙ୍କ ଉପସ୍ଥିତି ଜଙ୍ଗଲର ଶୋଭାକୁ ଦ୍ବିଗୁଣିତ କରୁଛି । ବ୍ୟସ୍ତବହୁଳ ଜୀବନରୁ ଟିକିଏ ଫୁରସତ୍ ପାଇ ଏଠାରେ ପ୍ରକୃତି କୋଳରେ ସମୟ ବିତାଉଛନ୍ତି ପର୍ଯ୍ୟଟକ । ଏଥିପାଇଁ ବନ ବିଭାଗ ପକ୍ଷରୁ ପ୍ରକୃତି ନିବାସ ଭଳି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଅବସ୍ଥିତ ଏସିଆ ମହାଦେଶର ସର୍ବବୃହତ ଶାଗୁଆନ ଜଙ୍ଗଲ ଦାମିଆ ବରବରା ।

ଦାମିଆ ବରବରା ଜଙ୍ଗଲ ଭିତରେ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ୭ଟି କଟେଜ ରହିଛି । ଅନଲାଇନରେ ବୁକିଂ କରି ପର୍ଯ୍ୟଟକ ଏହି ସବୁଜିମା ଭରା ପରିବେଶର ମଜା ନେଇପାରିବେ । ବନ କର୍ମଚାରୀଙ୍କ ଉପସ୍ଥିତି ଓ ପରାମର୍ଶରେ ଅତି ନିକଟରୁ ଜଙ୍ଗଲୀ ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ମଧ୍ୟ ରହିଛି । ଏପରିକି ଏଠାରେ ଦାୟିତ୍ୱରେ ଥିବା ବନ କର୍ମଚାରୀମାନେ କୁହନ୍ତି ଏହି ଜଙ୍ଗଲରେ ଚିତା, ହାତୀ, ହରିଣ, ମୃଗ, ମୟୂର, ସମ୍ବର, ଗୟଳ, କୁଟୁରା ଭଳି ଅନେକ ଜୀବଜନ୍ତୁ ରହିଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ସ୍ଥାନ ଏବେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି ।

ପର୍ଯ୍ୟଟକମାନେ କଟେଜରେ ରାତ୍ରି ରହଣି ସମୟରେ ନାନା ପ୍ରକାର ଜଙ୍ଗଲୀ ଜୀବଜନ୍ତୁଙ୍କୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇପାରିବେ । ଜଙ୍ଗଲୀ ଜନ୍ତୁ ନିର୍ଭୟରେ କଟେଜ ନିକଟରେ ବୁଲୁଥିବା ଦୃଶ୍ୟ ସେମାନଙ୍କୁ ବେଶ୍ ରୋମାଞ୍ଚିତ କରିବ । ଦିନ ସମୟରେ ଏଠାରେ ରାସ୍ତାର ଦୁଇ ପାର୍ଶ୍ବରେ ବନ୍ୟଜନ୍ତୁଙ୍କ ନିର୍ଭୟ ବିଚରଣର କରୁଥିବା ମଧ୍ୟ ଦେଖାଯାଏ । ସେହିପରି ଏହି ଅଞ୍ଚଳରେ ମୋବାଇଲ ନେଟୱର୍କ ନଥିବାରୁ ଏହା ଏକ ପ୍ରକାର କଟ୍ ଅପ ଅଞ୍ଚଳ ଭାବେ ପରିଚିତ । ପ୍ରାକୃତିକ ପରିବେଶ ଭିତରେ ଏହି ସ୍ଥାନ କେଉଁ ସ୍ୱର୍ଗଠାରୁ କମ ନୁହେଁ ବୋଲି ବନ କର୍ମଚାରୀ କହନ୍ତି ।

ଏହି କଟେଜରେ କୁନି ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିବା ଦେଖିବାକୁ ମିଳିଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ଜଙ୍ଗଲ ସୁରକ୍ଷା ଉପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.