ETV Bharat / state

ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ପୂର୍ବ ଜୋନ ସମ୍ମିଳନୀ - କୋଇଲା ମନ୍ତ୍ରଣାଳୟ

ଗୁରୁବାର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ପୂର୍ବ ଜୋନ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ପୂର୍ବ କ୍ଷେତ୍ରୀୟ ରାଜ୍ୟରେ ମୌଳିକ ଭିତ୍ତିଭୂମି ବିକାଶ ପାଇଁ ଏକୀକୃତ ଯୋଜନା ପ୍ରସ୍ତୁତ କରିବା ଲାଗି ଆପୋଷ ସମନ୍ବୟ ବଢ଼ାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

East Zonal conference
East Zonal conference
author img

By

Published : Feb 16, 2023, 10:45 PM IST

ଭୁବନେଶ୍ବର: ରାଜଧାନୀରେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ପିଏମ ଗତିଶକ୍ତି ଓ ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ପୂର୍ବ ଜୋନ ସମ୍ମିଳନୀ ଆୟୋଜିତ ହୋଇଛି। ଭାରତ ସରକାରଙ୍କ ମହାନଦୀ କୋଲଫିଲ୍ଡସ ଲିମିଟେଡ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଭଳି ପୂର୍ବ କ୍ଷେତ୍ରୀୟ ରାଜ୍ୟରେ ମୌଳିକ ଭିତ୍ତିଭୂମି ବିକାଶ ପାଇଁ ଏକୀକୃତ ଯୋଜନା ପ୍ରସ୍ତୁତ କରିବା ଲାଗି ଆପୋଷ ସମନ୍ବୟ ବଢ଼ାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିବା ସୂଚନା ମିଳିଛି ।

ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି, "ଲଜିଷ୍ଟିକ୍ସ ହେଉଛି ଦେଶ ପାଇଁ ସବୁଠୁ ବଡ଼ ଆହ୍ବାନ । ପିଏମ ଗତିଶକ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାରୁ ତାଙ୍କ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ପ୍ରଶଂସାଯୋଗ୍ୟ । ଏହା ଦ୍ବାରା ପରିବହନ କ୍ଷେତ୍ରର ବିଭିନ୍ନ ବିଭାଗରେ ରହିଥିବା ବାଧକ ଦୂର କରିବାରେ ଦୀର୍ଘକାଳୀନ ଭିତ୍ତିରେ ସହାୟତା ମିଳିବ । ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ସହିତ ସାରା ଦେଶରେ ବହୁ ପରିମାଣରେ ଖଣି ଓ ମାଲ ପରିବହନ ଦିଗରେ ସହାୟକ ହୋଇପାରିବ । କେବଳ ଓଡ଼ିଶା ଦେଶର ୧୪ରୁ ୧୫ଟି ରାଜ୍ୟକୁ ତାପଜ କୋଇଲା ପରିବହନ କରୁଛି । ପୂର୍ବାଞ୍ଚଳ କ୍ଷେତ୍ର ଦେଶର ବିକାଶ ପାଇଁ ବାହକ ଶକ୍ତି ଭାବେ କାର୍ଯ୍ୟ କରିଥାଏ । ଲଜିଷ୍ଟିକ୍ସ କ୍ଷେତ୍ରରେ ଦୃଢ଼ ଭବିଷ୍ୟୋନ୍ମୁଖି ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ।"

ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ସଚିବ ନାଗେନ୍ଦ୍ର ନାଥ ସିହ୍ନା କହିଛନ୍ତି, " ଇସ୍ପାତ କ୍ଷେତ୍ର ପାଇଁ ଲଜିଷ୍ଟିକ୍ସ ଏକ ଜୀବନ ଓ ମୃତ୍ୟୁ ପରିସ୍ଥିତି ଭଳି । ଗୋଟିଏ ଟନ ଇସ୍ପାତ ଉତ୍ପାଦନ ଲାଗି ୪ ଟନ ସାମଗ୍ରୀ ପରିବହନ କରିବାକୁ ପଡ଼ିଥାଏ । ତେଣୁ ୧୨୦ ନିୟୁତ ଟନ ଇସ୍ପାତ ଉତ୍ପାଦନ ଲାଗି ୬୦୦ ନିୟୁତ ଟନ ସାମଗ୍ରୀକୁ ସାରା ଦେଶରେ ପରିବହନ କରାଯିବାର ଆବଶ୍ୟକତା ରହିଛି । ଇସ୍ପାତ କ୍ଷେତ୍ରରେ ମୋଟ ଉତ୍ପାଦନ ଖର୍ଚ୍ଚର ପ୍ରାୟ ୨୮ ପ୍ରତିଶତ ଲଜିଷ୍ଟିକ୍ସ ବାବଦରେ ଖର୍ଚ୍ଚ ହୋଇଥାଏ । ଯଦି ଆମକୁ ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବାର ଆବଶ୍ୟକତା ରହିଛି, ଆମକୁ ଲଜିଷ୍ଟିକ୍ସ ଖର୍ଚ୍ଚ ମଧ୍ୟ କମାଇବାକୁ ପଡ଼ିବ ।"

ଏହା ବି ପଢନ୍ତୁ- ଟ୍ରେନରେ ହଜିଲା ରେଳ ଅଧିକାରୀ ଝିଅଙ୍କ ଜୋତା, ଉଡିଲା କର୍ମଚାରୀଙ୍କ ନିଦ

ସେ ଆହୁରି କହିଛନ୍ତି ଯେ ରେଳ, ସଡ଼କ ଓ ଜଳପଥ ଭଳି ବର୍ତ୍ତମାନର ପରିବହନ ମାଧ୍ୟମ ବ୍ୟତୀତ ଲଜିଷ୍ଟିକ୍ସ ସହାୟତାର ନୂଆ ମାଧ୍ୟମ ଓ ଢାଞ୍ଚା ବିଷୟରେ ଚିନ୍ତା କରିବାକୁ ହେବ । ଯାହାଫଳରେ ଖର୍ଚ୍ଚ ହ୍ରାସ ପାଇବ । ଖର୍ଚ୍ଚ କମେଇବା ଓ ଦକ୍ଷତାରେ ସୁଧାର ଆଣିବା ଲାଗି ସାମଗ୍ରୀ ପରିବହନର ସଠିକ ମାଧ୍ୟମ ଉପରେ ସେ ଗୁରୁତ୍ବାରୋପ କରିଛନ୍ତି । ବିକଶିତ ରାଷ୍ଟ୍ରରେ ମୁଣ୍ଡପିଛା ଇସ୍ପାତ ଉପଯୋଗ ୭୦୦ କିଲୋଗ୍ରାମ ଥିବା ବେଳେ ଭାରତରେ ଏହା ୮୦ କିଲୋଗ୍ରାମ ରହିଛି । ଭାରତ ମଧ୍ୟମ ମାନ୍ୟତାପ୍ରାପ୍ତ ଦେଶରେ ସାମିଲ ହେଲେ ଲଜିଷ୍ଟିକ୍ସର ଚାହିଦା ବୃଦ୍ଧି ପାଇବ । ତେଣୁ ଲଜିଷ୍ଟିକ୍ସ ଖର୍ଚ୍ଚ କମାଇବା ଜରୁରୀ ହୋଇପଡ଼ିଛି ।

ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ସଚିବ ଏମ ନାଗରାଜୁ କହିଛନ୍ତି, " ପିଏମ ଗତିଶକ୍ତି କାର୍ଯ୍ୟକ୍ରମରେ ନିହିତ ରହିଥିବା ସମନ୍ବୟ ଦୃଷ୍ଟିକୋଣ ଉତ୍ପାଦନ କ୍ଷମତା ବଢ଼ାଇବ । ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ । ଏଥିସହିତ ଭିତ୍ତିଭୂମି ନିର୍ମାଣରେ ବର୍ଜ୍ୟବସ୍ତୁ ପରିମାଣ ମଧ୍ୟ ହ୍ରାସ କରିବ । ଆଜିର ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ୪ଟି ରାଜ୍ୟରେ ପ୍ରାକୃତିକ ସମ୍ବଳ ଭର୍ତ୍ତି ହୋଇ ରହିଛି । ଦେଶର ଶିଳ୍ପ ବିକାଶରେ ଏହି ସବୁ ରାଜ୍ୟ ଦୃଢ଼ ମୂଳଦୁଆ ନିର୍ମାଣ କରିବାରେ ସହାୟକ ହୋଇପାରିବେ । ବସ୍ତୁ ଓ ସାମଗ୍ରୀର ବାଧାମୁକ୍ତ ଓ ବ୍ୟୟ ସାପେକ୍ଷ ପରିବହନ ସୁନିଶ୍ଚିତ କରିବା ଲାଗି ଏସବୁ ରାଜ୍ୟରେ ଏକ ବ୍ୟବସ୍ଥିତ ଲଜିଷ୍ଟିକସ ନୀତି ବିଶେଷ ସହାୟକ ହୋଇପାରିବ ।"

ଝାଡ଼ଖଣ୍ଡ ସରକାରଙ୍କ ଖଣି ସଚିବ ଅବୁବାକର ସିଦ୍ଦିକି ପି, ଏନଏଲସିଆଇଏଲର ଅଧ୍ୟକ୍ଷ ପ୍ରସନ୍ନ କୁମାର ମୋଟୁପଲ୍ଲୀ ମଧ୍ୟ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ପୂର୍ବାଞ୍ଚଳରେ ଭିତ୍ତିଭୂମି ବିକାଶ ଉପରେ ୧୦ ଜଣ ସିଇଓଙ୍କୁ ନେଇ ଏକ ମତବିନିମୟ ଅଧିବେଶନ ମଧ୍ୟ ଆୟୋଜନ କରାଯାଇଛି । ଏହି ସମ୍ମିଳନୀରେ କୋଇଲା, ଡିପିଆଇଆଇଟି, ବିଦ୍ୟୁତ, ରେଳବାଇ, ଇସ୍ପାତ, ସାର ଓ ରସାୟନ, ସଡ଼କ ପରିବହନ ମନ୍ତ୍ରଣାଳୟ, ଜାହାଜ ଚଳାଚଳ ଓ ଜଳମାର୍ଗ ସମେତ ପୂର୍ବ କ୍ଷେତ୍ରର ଉଦ୍ୟୋଗ ଜଗତର ଅଂଶୀଦାରମାନଙ୍କ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.