ETV Bharat / state

Train accident in Visakhapatnam: ହେଲ୍ପ ଲାଇନ ନମ୍ବର ଜାରି କଲା ରେଳବାଇ

author img

By ETV Bharat Odisha Team

Published : Oct 29, 2023, 10:03 PM IST

ଆନ୍ଧ୍ରପ୍ରଦେଶ ଆଲମଣ୍ଡା ଷ୍ଟେସନ ନିକଟରେ ଯାତ୍ରୀବାହୀ ଟ୍ରେନ ଦୁର୍ଘଟଣା । ହେଲ୍‌ପ ଲାଇନ ନମ୍ବର ଜାରି କଲା ରେଳବାଇ । ଅଧିକ ପଢନ୍ତୁ

helpline Number
helpline Number

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ ଆଲମଣ୍ଡା ରେଲୱେ ଷ୍ଟେସନ ନିକଟରେ ଆଜି (ରବିବାର) ସନ୍ଧ୍ୟା ସମୟରେ ଘଟିଛି ଭୟଙ୍କର ଟ୍ରେନ ଦୁର୍ଘଟଣା । ବିଶାଖାପାଟନମ-ରାୟଗଡ଼ା ଯାତ୍ରୀବାହୀ ଟ୍ରେନ ଓ ପଲାସା ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା ହୋଇଛି । ପଲାସାର ଗୋଟିଏ ବଗି ମେନ୍ ଲାଇନରେ ପଡ଼ିବାରୁ ଦୁର୍ଘଟଣା ହୋଇଥିବା କୁହାଯାଉଛି । ତେବେ ଏହି ଦୁର୍ଘଟଣା ପରେ ପୂର୍ବତଟ ରେଳବାଇ ପକ୍ଷରୁ ଜାରି ହୋଇଛି ହେଲ୍‌ପ ଲାଇନ ନମ୍ବର । ଏଯାବତ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି ।

  • Helpline Number regarding Train Accident between Alamanda and Kantakapalle in Vizianagaram-Kottavalasa Rly secn of Waltair Divn of ECoR in Howrah-Chennai Main Line.

    Bhubaneswar -
    0674-2301625, 2301525, 2303069

    Waltair - 0891-
    2885914@RailMinIndia

    — East Coast Railway (@EastCoastRail) October 29, 2023 " class="align-text-top noRightClick twitterSection" data=" ">
helpline Number
ରେଳବାଇ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି
ରାଜ୍ୟବାସୀଙ୍କ ବାହାନଗା ଟ୍ରେନ୍‌ ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଛି । ଏନେଇ ପୂର୍ବତଟ ରେଳପଥ ପକ୍ଷରୁ‌ ହେଲ୍‌ପଲାଇନ୍‌ ନମ୍ବର ଜାରି କରାଯାଇଛି । ପୂର୍ବତଟ ରେଳପଥ ପକ୍ଷରୁ ୩ଟି ହେଲ୍‌ପଲାଇନ୍‌ ନମ୍ବର ଜାରି କରାଯାଇଛି । ସେଗୁଡ଼ିକ ହେଲା ୦୬୭୪-୨୩୦୧୬୨୫, ୨୩୦୧୫୨୫ ଓ ୨୩୦୩୦୬୯ ।

ଏହା ବି ପଢନ୍ତୁ- Passenger Train Accident: ଦୁଇଟି ପାସେଞ୍ଜର ଟ୍ରେନ ମଧ୍ୟରେ ଧକ୍କା, 6 ମୃତକ

  • Helpline No. at Visakhapatnam Rly Stn regarding Train derailment between Alamanda and Kantakapalle rly section.

    BSNL
    08912746330
    08912744619
    Airtel
    8106053051
    8106053052
    BSNL
    8500041670
    8500041671

    — Ministry of Railways (@RailMinIndia) October 29, 2023 " class="align-text-top noRightClick twitterSection" data=" ">

କେମିତି ଘଟିଲା ଦୁର୍ଘଟଣା ? ମିଳିଥିବା ସୂଚନା ଅନୁସାରେ ବିଶାଖା-ରାୟଗଡା-୦୮୫୦୪ ଯାତ୍ରୀବାହୀ ଟ୍ରେନ୍ ପଛ ପଟେ ପଲାସା-ବିଶାଖା-୦୮୫୩୨ ଯାତ୍ରୀବାହୀ ଟ୍ରେନ ଧକ୍କା ଦେଇଛି । ଟ୍ରେନର ୩ଟି ବଗି ଭାଙ୍ଗି ଚୁରମାର ହୋଇଯାଇଛି । ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବଗି ଦିଆସିିଲି କାଠି ଭଳି ଏପଟେ ସେପଟେ ପଡ଼ିଥିବା ଫଟୋରେ ଦେଖିବାକୁ ମିଳିଛି । ତେବେ ସନ୍ଧ୍ୟା ସମୟ ହୋଇଥିବାରୁ ଦୁର୍ଘଟଣାର ଚିତ୍ର ସ୍ପଷ୍ଟ ହୋଇନାହିଁ । ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ଦୁର୍ଘଟଣା ଘଟିବା ପରେ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ସେମାନଙ୍କ ଜୀବନ ବିକଳରେ ଏଣେତେଣେ ଦୌଡ଼ି ଚାଲିଯାଇଥିଲେ । ଏହି ଦୁର୍ଘଟଣାରେ 25ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ରାତିର ଅନ୍ଧାରରେ ଓଡ୍ରାଫ, ସ୍ଥାନୀୟ ଜନସାଧାରଣ, ଏନଡିଆରଏଫ କର୍ମଚାରୀ ଯାତ୍ରୀ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି । ଘଟଣାସ୍ଥଳରେ ଡିଆରଏମ ସୌରଭ ତ୍ରିପାଠୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ଘଟଣା ରିଲିଫ ଟ୍ରେନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ଚାଲିଥିବା ରେଳ ବିଭାଗ କହିଛି । ସେପଟେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଦୁର୍ଘଟଣାସ୍ଥଳକୁ ଆମ୍ବୁଲାନ୍ସ ପଠାଇଥିବା ବେଳେ ଯାତ୍ରୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

ବିଶାଖାପାଟନମ ରେଲୱେ ଷ୍ଟେସନ ପାଇଁ ହେଲ୍ପ ଲାଇନ ନମ୍ବର: କେନ୍ଦ୍ର ରେଳ ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ମଧ୍ୟ ବିଶାଖାପାଟନମ ରେଲୱେ ଷ୍ଟେସନ ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରିଛି । BSNL ନମ୍ବର- 08912746330, 08912744619 ରହିଥିବା ବେଳେ Airtel ନମ୍ବର- 8106053051 8106053052 ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.