ETV Bharat / state

ବାତ୍ୟା ମିଚାଉଙ୍ଗ, ପୂର୍ବତଟ ରେଳପଥ ଜାରି କଲା ହେଲ୍ପ ଲାଇନ ନମ୍ବର - ବାତ୍ୟା ପାଇଁ ହେଲ୍ପ ଲାଇନ ନମ୍ବର

ବଳ ଗୋଟାଉଛି ବାତ୍ୟା ମିଚାଉଙ୍ଗ । ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ହେଲ୍ପ ଲାଇନ ନମ୍ବର ଜାରି କରିଥିବା ବେଳେ କିଛି ଟ୍ରେନ୍ ବାତିଲ କରିଛି । ଅଧିକ ପଢନ୍ତୁ

East Coast railway issues help line number

author img

By ETV Bharat Odisha Team

Published : Dec 3, 2023, 10:47 PM IST

Updated : Dec 3, 2023, 10:54 PM IST

ଭୁବନେଶ୍ବର: ବଳ ଗୋଟାଉଛି ବାତ୍ୟା 'ମିଚାଉଙ୍ଗ' । ଚେନ୍ନାଇ ଉପକୂଳଠାରୁ ଏହା ଏବେ ବଙ୍ଗୋପସାଗରର ୨୩୦ କିଲୋମିଟର ଦୂରରେ ରହିଛି । ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଖୋଲିଲା ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠ ଖୋଲିଥିବା ବେଳେ ଜାରି ହେଲା ହେଲ୍ପ ଲାଇନ ନମ୍ବର । ଯାତ୍ରୀମାନଙ୍କ ସୁବିଧା ପାଇଁ ସୂଚନା କିମ୍ବା ସହାୟତା ଯୋଗାଇବାକୁ ପୂର୍ବତଟ ରେଳପଥ ଦ୍ୱାରା 24 ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି ।

ପାଟ୍ରୋଲିଂ ଏବଂ ଜଗୁଆଳିମାନଙ୍କୁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ନିୟୋଜିତ କରାଯାଇଛି । ରେଳ ମଣ୍ଡଳ ମୁଖ୍ୟାଳୟରେ ମଧ୍ୟ ଅତିରିକ୍ତ କଣ୍ଟ୍ରୋଲ୍ ରୁମ୍ ଏବଂ ବିପର୍ଯ୍ୟୟ ପରିଚାଳନା ସେଲ୍ ଖୋଲାଯାଇଛି । ପୂର୍ବତଟ ରେଳପଥ ବାତ୍ୟା ମିଚାଉଙ୍ଗ୍ ଏବଂ ଏହାର ପ୍ରଭାବରେ ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଭୂମି କାର୍ଯ୍ୟ ରକ୍ଷଣାବେକ୍ଷଣର ପ୍ରସ୍ତୁତି କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ବିପର୍ଯ୍ୟୟର ପରିଚାଳନାର ଅଭିଜ୍ଞତାର ସୁଯୋଗ ନେଇ ପୂର୍ବତଟ ରେଳପଥ ମଧ୍ୟରେ ଯଦି ବାତ୍ୟା ମିଚାଉଙ୍ଗ୍ ଦ୍ୱାରା ଟ୍ରେନ୍ ଟ୍ରାଫିକ୍ ଏବଂ ରେଲୱେ ଟ୍ରାକ ପ୍ରଭାବିତ ହୁଏ ତେବେ ତାହାର ଶୀଘ୍ର ପୁନରୁଦ୍ଧାର ପାଇଁ ଯୋଜନା କରିଛି ।

ଏହା ବି ପଢନ୍ତୁ- ସମ୍ଭାବ୍ୟ ବାତ୍ୟା ପାଇଁ ୫୪ ଟ୍ରେନ ବାତିଲ, ଯାତ୍ରା ପୂର୍ବରୁ ଦେଖନ୍ତୁ ବାତିଲ ତାଲିକା

ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ସହିତ ରେଳ ମଣ୍ଡଳ ମୁଖ୍ୟାଳୟ ବିଶାଖାପାଟନମ୍, ଖୋର୍ଦ୍ଧା ରୋଡ୍ ଏବଂ ସମ୍ବଲପୁରଠାରେ 24 ଘଣ୍ଟିଆ ବିପର୍ଯ୍ୟୟ ପରିଚାଳନା ସେଲ୍ ଖୋଲାଯାଇଛି । ସମ୍ବେଦନଶୀଳ ସ୍ଥାନଗୁଡିକର ନିରନ୍ତର ମନିଟରିଂ ଏବଂ ଟ୍ରାକ୍, ସିଗନାଲ୍ ସିଷ୍ଟମ୍ ଏବଂ ଓଭର ହେଡ଼ ବିଦ୍ୟୁତ ସରବରାହ ଇତ୍ୟାଦି ଶୀଘ୍ର ପୁନରୁଦ୍ଧାର ପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଅଧିକାରୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହିତ ଶୀଘ୍ର କାର୍ଯ୍ୟ ସମ୍ପାଦନ କରିବାକୁ କହିଛନ୍ତି ।

ଭୁବନେଶ୍ବର ପାଇଁ ହେଲ୍ପଲାଇନ ନମ୍ବର: 0674 - 2301525, 2301626, 2303060,

ବାତ୍ୟାକୁ ଦୃଷ୍ଟିରେ ରଖି ଟ୍ରେନ୍ ବାତିଲ: ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲିର ବିଜ୍ଞପ୍ତି ସହିତ ଆଉ କିଛି ଟ୍ରେନ୍ ବାତିଲ କରାଯାଇଛି । ଏହି ଟ୍ରେନ୍ ଗୁଡିକ ହେଉଛି…
01. 17482 ତିରୁପତି-ବିଳାସପୁର ଏକ୍ସପ୍ରେସ ତିରୁପତିରୁ (03.12.2023)
02. 17481 ବିଳାସପୁର-ତିରୁପତି ଏକ୍ସପ୍ରେସ ବିଳାସପୁରରୁ (05.12.2023)
03. 17480 ତିରୁପତି-ପୁରୀ ଏକ୍ସପ୍ରେସ ତିରୁପତିରୁ (04.12.2023)
04. 17479 ପୁରୀ - ତିରୁପତି ଏକ୍ସପ୍ରେସ ପୁରୀରୁ (06.12.2023)
05. 12509 ବେଙ୍ଗାଲୁରୁ-ଗୌହାଟୀ ଏକ୍ସପ୍ରେସ ବେଙ୍ଗାଲୁରୁରୁ (6 ଓ 7 ଡିସେମ୍ବର 2023)
06. 18190 ଏର୍ଣ୍ଣାକୁଲମ-ଟାଟା ଏକ୍ସପ୍ରେସ ଏର୍ଣ୍ଣାକୁଲମ (06.12.2023)

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 3, 2023, 10:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.