ETV Bharat / state

Early Election Speculations: ସେପ୍ଟେମ୍ବର ପହିଲାରେ ଭାଙ୍ଗିବ ବିଧାନସଭା!

author img

By ETV Bharat Odisha Team

Published : Aug 22, 2023, 8:09 PM IST

ଆସନ୍ତା ଡିସେମ୍ବରରେ ଦେଶର 5 ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି ସମୟରେ ଘୋଷଣା ହେବ ଓଡ଼ିଶା ଭୋଟ ତାରିଖ । ଲୋକସଭା ନିର୍ବାଚନର 4 ମାସ ପୂର୍ବରୁ ଓଡିଶା ବିଧାନସଭା ଭୋଟ ସାରିବାକୁ ଯୋଜନା କରିଛନ୍ତି ବିଜେଡି ନେତୃତ୍ବାଧୀନ ନବୀନ ସରକାର । ଷୋଡଶ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମେ 30 ତାରିଖରେ ଶେଷ ହେବ । ଅଧିକ ପଢନ୍ତୁ

Early Election Speculations: ସେପ୍ଟେମ୍ବର ପହିଲାରେ ଭାଙ୍ଗିବ ବିଧାନସଭା!
Early Election Speculations: ସେପ୍ଟେମ୍ବର ପହିଲାରେ ଭାଙ୍ଗିବ ବିଧାନସଭା!
Early Election Speculations: ସେପ୍ଟେମ୍ବର ପହିଲାରେ ଭାଙ୍ଗିବ ବିଧାନସଭା!

ଭୁବନେଶ୍ବର: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରେ ବିଧାନସଭାର ମୌସୁମୀ ଅଧିବେଶନ । 10 ଦିନିଆ ରହିବ ଏହି ସଂକ୍ଷିପ୍ତ ମୌସୁମୀ ଅଧିବେଶନ । ଧାର୍ଯ୍ୟ ସମୟ ପୂର୍ବରୁ ଷୋଡଶ ବିଧାନସଭା ଭଙ୍ଗ କରିବାକୁ ସରକାର ପ୍ରସ୍ତାବ ଦେବେ । ସେପ୍ଟେମ୍ବର ପହିଲା ପୂର୍ବରୁ ପ୍ରସ୍ତାବ ଦେବେ ସରକାର । ଏ ସଂପର୍କରେ ଆସନ୍ତା କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି । ଓଡିଶାରେ ଆଗୁଆ ନିର୍ବାଚନ କରାଇବାକୁ ଏଭଳି ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡିଛି ।

ଏହାବି ପଢନ୍ତୁ- Early Election Speculation: ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ନେଇ ବିଜେଡି-ବିଜେପି କଥା କଟାକଟି

ଆସନ୍ତା ଡିସେମ୍ବରରେ ଦେଶର 5 ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି ସମୟରେ ଘୋଷଣା ହେବ ଓଡ଼ିଶା ଭୋଟ ତାରିଖ । ଲୋକସଭା ନିର୍ବାଚନର 4 ମାସ ପୂର୍ବରୁ ଓଡିଶା ବିଧାନସଭା ଭୋଟ ସାରିବାକୁ ଯୋଜନା କରିଛନ୍ତି ବିଜେଡି ନେତୃତ୍ବାଧୀନ ନବୀନ ସରକାର । ଷୋଡଶ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମେ 30 ତାରିଖରେ ଶେଷ ହେବ । ତାର ପ୍ରାୟ 8 ମାସ ଆଗରୁ ବିଧାନସଭା ଭଙ୍ଗ କରିବାକୁ ସୁପାରିସ କରିପାରନ୍ତି ରାଜ୍ୟ ସରକାର । ଅକ୍ଟୋବର ପ୍ରଥମ ସପ୍ତାହରେ ନିର୍ବାଚନ କମିଶନ 5 ରାଜ୍ୟର ନିର୍ବାଚନ ପାଇଁ ବିଜ୍ଞପ୍ତ ଜାରି କରିବା ନେଇ ସମ୍ଭାବନା ରହିଛି । ତେଣୁ ଓଡିଶା ବିଧାନସଭା ଭଙ୍ଗ ଡେରି ହେଲେ 5 ରାଜ୍ୟ ସହ ଓଡିଶା ଭୋଟ ବିଜ୍ଞପ୍ତି ପ୍ରକାଶ ହୋଇ ପାରିବ ନାହିଁ ।

ଆଗାମୀ ନିର୍ବାଚନରେ 120ରୁ ଅଧିକ ସିଟ ସହ ଷଷ୍ଠ ଥର ପାଇଁ ସରକାର ଗଢିବା ଲକ୍ଷ୍ୟରେ ରହିଛି ବିଜେଡି । ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ଭୋଟ ହେଲେ ଅତି କମରେ ଦଳ 120 ଆସନ ଦଖଲ କରିବ । ଆଗାମୀ ନିର୍ବାଚନର ଫଳାଫଳକୁ ନେଇ ରାଜ୍ୟରେ ହୋଇଥିବା ଦୁଇଟି ସର୍ଭେରୁ ଏପରି ଆଭାସ ପାଇଛି ବିଜେଡି । ଲୋକସଭା ନିର୍ବାଚନ ସହ ବିଧାନସଭା ଭୋଟ ହେଲେ ସିଟ ସଂଖ୍ୟା କମିପାରେ ବୋଲି ବିଜେଡି ଥିଙ୍କ ଟ୍ୟାଙ୍କ ଆଶଙ୍କା କରୁଛନ୍ତି । ତେଣୁ ଆଗୁଆ ଭୋଟ ପାଇଁ ଦଳ ପ୍ରସ୍ତୁତ ହେଉଛି । ଆଗୁଆ ନିର୍ବାଚନ ପାଇଁ କେନ୍ଦ୍ରକୁ ବିଜେଡି ସୁପ୍ରିମୋ ମାନେଇଥିବା କୁହାଯାଉଛି । ଯଦି ସବୁକିଛି ଠିକଠାକ ରୁହେ, ତେବେ ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।

ଏହାବି ପଢନ୍ତୁ- ହେବ କି ଆଗୁଆ ନିର୍ବାଚନ ? ବିଜେଡି-ବିଜେପି କହିଲେ ଆମେ ପ୍ରସ୍ତୁତ, ଚର୍ଚ୍ଚାକୁ ଖଣ୍ଡନ କଲା କଂଗ୍ରେସ

2009 ରେ ବିଜେଡି- ବିଜେପି ମେଣ୍ଟ ଭାଙ୍ଗିଯାଇଥିଲା । ଏହାସତ୍ବେ ନବୀନ କଂଗ୍ରେସ ଓ ସିପିଆଇ, ସିପିଆଇଏମ ଠାରୁ ବାହ୍ଯ ସମର୍ଥନ ନେଇ ଅବଶିଷ୍ଟ ସମୟ ସରକାର ବଞ୍ଚାଇଥିଲେ । ହେଲେ ଆଗୁଆ ନିର୍ବାଚନକୁ ଯାଇନଥିଲା । 2009 ରେ ଧାର୍ଯ୍ୟ ସମୟରେ ନିର୍ବାଚନକୁ ଯାଇ ବିଜେଡି ଏକାକି ଲଢେଇ କରି ନୂଆ ରେକର୍ଡ ସ୍ଥାପନ କରିଥିଲା । ବିଜେପି ସହ ମେଣ୍ଟ ଭାଙ୍ଗି ଅନ୍ୟ ଛୋଟ ଦଳ ସହ ମିଶି 103 ଆସନ ଦଖଲ କରିଥିଲା ବିଜେଡି । 2009ରେ ବିଜେପି ସଂଖ୍ୟା 32ରୁ 6କୁ ଖସିଆସିଥିଲା । କଂଗ୍ରେସ ଖାତାକୁ 27 ଆସନ ଯାଇଥିଲା । ଏଥର ଏକା ସାଙ୍ଗରେ ନୁହେଁ, ଆଗୁଆ ମଇଦାନକୁ ଓହ୍ଲାଇବାକୁ ଯୋଜନା କରିଛି ବିଜେଡି । ସାଧାରଣତଃ ଶୀତ ଅଧିବେଶନରେ ଅତିରିକ୍ତ ବଜେଟ ଆଗତ କରାଯାଏ । କିନ୍ତୁ ଏଥର ମୌସୁମୀ ଅଧିବେଶନରେ ଆଗତ ହେବ ଅତିରିକ୍ତ ବଜେଟ । ଆସନ୍ତା ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ପ୍ରସ୍ତାବକୁ ପାରିତ କରାଇବା ଏହି ଅଧିବେଶନର ମୁଖ୍ୟ କାର୍ଯ୍ୟ ରହିବ । ପ୍ରାୟ 25 ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ପ୍ରସ୍ତାବ ପ୍ରସ୍ତୁତ ହୋଇଛି । ଅତିରିକ୍ତ ବ୍ୟୟ ବରାଦ ପାଇଁ ଏହି ଅର୍ଥ ବିନିଯୋଗ ହେବ ।

ସେପଟେ ଆଗୁଆ ନିର୍ବାଚନ ଆକଳନ ଚର୍ଚ୍ଚାକୁ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ । ପ୍ରତାପ କହିଛନ୍ତି ‘‘କାହିଁକି ସରକାର ଭାଙ୍ଗିବେ । କାହିଁକି ଏତେ ପଇସା ଖର୍ଚ୍ଚ କରିବେ । କେନ୍ଦ୍ର ସହ ଏକା ସଙ୍ଗେ ନିର୍ବାଚନ ହେବା କଥା । ଆଗୁଆ ନିର୍ବାଚନ କଲେ ଅଯଥା ପଇସା ଖର୍ଚ୍ଚ ହେବ । ଦୀର୍ଘ ସମୟ ପାଇଁ ଉନ୍ନତି ମୂଳକ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଏହା ରାଜ୍ୟ ସରକାରଙ୍କ ଜଘନ୍ୟ କାମ । କାହିଁକି ଛାନିଆ ହେଉଛନ୍ତି ସରକାର । ତାଙ୍କ ଫାଇଦା ହେବ ବୋଲି ସେମାନେ ଆଗୁଆ ନିର୍ବାଚନ କରୁଥାଇ ପାରନ୍ତି । ଆମେ ସବୁବେଳେ ପ୍ରସ୍ତୁତ ଅଛୁ । ଆଗୁଆ ନିର୍ବାଚନ ସ୍ପୃହଣୀୟ ନୁହେଁ । ବିଜେପି ପ୍ରସ୍ତୁତ ଅଛି । ନିର୍ବାଚନ 5 ବର୍ଷରେ ହେବା କଥା । ଆଗରୁ ଛାନିଆ ହୋଇ କରିବା ଗୋଟେ ଦୁର୍ବଳତା । କିଏ ପ୍ରସ୍ତୁତ ଅଛି, କିଏ ନାହିଁ ଯଦି ସେ ସମୟରେ ନିର୍ବାଚନ କରିବେ । ତାହେଲେ କଣ 3 ବର୍ଷରେ ନିର୍ବାଚନ କରି ଦେବେ କି ? ବିଜେପି ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ଼ କରିଛି । ବିଜେପି ବିଚଳିତ ନାହିଁ । ରାଜ୍ୟରେ କିଛି ସାମ୍ବିଧାନିକ ସଙ୍କଟ ଅଛି କି ? କଣ ପାଇଁ ସରକାର ଭାଙ୍ଗି ଦେବେ । ଯଦି ଭାଙ୍ଗୁଛନ୍ତି ତେବେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରନ୍ତୁ । ନିଜ ଆଡୁ ଭାଙ୍ଗୁଛନ୍ତି ମାନେ ସରକାର ଚଲେଇ ପାରୁନାହାନ୍ତି । ସାମ୍ବିଧାନିକ ପଦ୍ଧତିରେ ଶାସନ ଚଲେଇ ପାରୁନାହାନ୍ତି । କୌଣସି ଦଳର ଲାଭ କ୍ଷତିକୁ ବିଚାର କରି ନିର୍ବାଚନ କରାଯାଏ ନାହିଁ । 5 ବର୍ଷ ପର୍ଯ୍ୟନ୍ତ ସରକାରକୁ ଦାୟିତ୍ଵ ଦିଆଯାଇଛି । ସରକାର ଯଦି ସଂଖ୍ୟାଲଘୁ ହୋଇଯାଏ, ସାମ୍ବିଧାନିକ ସଙ୍କଟ ଉତ୍ପନ୍ନ ହୁଏ । ସେତେବେଳେ ଆଗୁଆ ନିର୍ବାଚନ କଥା ବିଚାର କରାଯାଏ । ସରକାର ପୂର୍ଣ୍ଣ ବହୁମତର ଥିଲା ବେଳେ ନିର୍ବାଚନ କରିବା ଅଗଣତାନ୍ତ୍ରିକ । କାହାର ବ୍ୟକ୍ତିଗତ ଜମିଦାରୀରେ ନିର୍ବାଚନ ପରିଚାଳନା କରିବେ କି ? ଯେତେବେଳେ ସୁବିଧା ହେବ କରିବେ, ଯେତେବେଳେ ସୁବିଧା ହେବ ଭାଙ୍ଗି ଦେବେ । ’’

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ବିଜେପିର ଗ୍ରୀନ ସିଗ୍ନାଲ ମିଳିଲେ ରାଜ୍ୟ ସରକାର ଆଗୁଆ ନିର୍ବାଚନ କରିବେ । ବର୍ଷା ଦିନ ଅଧା ହେଲାଣି, ବିଧାନସଭା ମୌସୁମୀ ଅଧିବେଶନ ଏପର୍ଯ୍ୟନ୍ତ କଲେ ନାହିଁ ରାଜ୍ୟ ସରକାର। ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଛି। ଯଦି ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ରାଜ୍ୟ ସରକାର ଅତିରିକ୍ତ ବଜେଟ ନଆଣିବେ , ତାହେଲେ ଏହା ସ୍ପଷ୍ଟ ହେବ ଯେ ଚଳିତ ବର୍ଷ ଶେଷ ଆଡକୁ ଓଡ଼ିଶାରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ସରକାର ସେପ୍ଟମ୍ବରରେ ବିଧାନସଭା ଭଙ୍ଗ କରିପାରନ୍ତି । କିନ୍ତୁ ରାଜ୍ୟ ସରକାର ନିଜ ଇଚ୍ଛାରେ ନିର୍ବାଚନ କରିପାରିବେ ନାହିଁ। କେନ୍ଦ୍ର ବିଜେପିର ଅନୁମତି ନପାଇଲେ ରାଜ୍ୟରେ ନିର୍ବାଚନ କରିପାରିବେ ନାହିଁ ନବୀନ।

ଏହାବି ପଢନ୍ତୁ- ଆଗୁଆ ନିର୍ବାଚନ ହେଲେ କେନ୍ଦ୍ରରେ ବିରୋଧୀ ମେଣ୍ଟକୁ ଫାଇଦା ! 'ଓଡିଶାରେ ବିଜେଡି ଆଗରେ'

ଅନ୍ୟପଟେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ନିର୍ବାଚନ ଆସନ୍ନ ହୋଇଛି । ତେବେ କେବେ ନିର୍ବାଚନ ହେବେ ସେକଥା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ବିଜୁ ଜନତା ଦଳ ତାହାର ଦଳୀୟ କାର୍ଯ୍ୟକ୍ରମ ବଜାୟ ରଖିଛି । ନିର୍ବାଚନ ଆଗୁଆ ହେଉ ବା ନିର୍ଦ୍ଧାରିତ ସମୟରେ ହେଉ ଆମେ ପ୍ରସ୍ତୁତ ଅଛୁ । ଯେହେତୁ ଆମେ ଲୋକଙ୍କ ସହିତ ଯୋଡି ହୋଇଅଛୁ ତେଣୁ ଲୋକଙ୍କ ସମର୍ଥନ ଆମ ସହିତ ରହିବ ବୋଲି ଆଶା । ଲୋକାଭିମୁଖୀ କାର୍ଯ୍ୟକ୍ରମ ଜାରୀ ରହିଛି । ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଲୋକଙ୍କ ମନରେ ଅଛି । ନିଜ ଦଳୀୟ ସ୍ଥିତି ଯୋଗୁଁ ବିରୋଧୀ ଦଳ ନିର୍ବାଚନ ସ୍ତରକୁ ଆସିପାରୁନାହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.