ETV Bharat / state

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ ଇ-ଡାକ୍ତରଖାନା ପରିଚାଳନା ବ୍ୟବସ୍ଥା - health minister

ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଇ-ଡାକ୍ତରଖାନା ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏହି ବ୍ୟବସ୍ଥା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଥିବା କଥା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 10, 2019, 11:53 PM IST

ଭୁବନେଶ୍ବର: ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଇ-ଡାକ୍ତରଖାନା ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏହି ବ୍ୟବସ୍ଥା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଥିବା କଥା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ସୋମବାର ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଇ-ଡାକ୍ତରଖାନା ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ 100 ଦିନିଆ ଏକ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ନୂତନ ପ୍ରକଳ୍ପର ଚୂଡାନ୍ତ ରୂପରେଖ ଖୁବଶୀଘ୍ର କରାଯିବ ଓ 2025 ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

ରାଜ୍ୟର ଦୁଇଟି ପ୍ରମୁଖ ଡାକ୍ତରଖାନା ଏସସିବି ମେଡ଼ିକାଲ କଲେଜ ଏବଂ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ପାଇଲଟ ପ୍ରକଳ୍ପ ଭାବେ ଇ-ଏଚଏମ୍ଏସ କାର୍ଯ୍ୟକାରୀ ହୋଇଛି । ଆସନ୍ତା ୨ ବର୍ଷ ମଧ୍ୟରେ ରାଜ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହି ବ୍ୟବସ୍ଥା ମାଧ୍ୟମରେ ରୋଗୀମାନେ ତାଙ୍କର ସମସ୍ତ ବିବରଣୀ ଜାଣି ପାରିବେ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ଆର. ଏମ୍. ସି ସଫେଇ କର୍ମଚାରୀଙ୍କୁ ଦିଆଗଲା ପରିମଳ ସଂକ୍ରାନ୍ତୀୟ ତାଲିମ୍*
*ବର୍ଜ୍ୟବସ୍ତୁ ପୃଥକୀକରଣ ଏବଂ ପ୍ରତି ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ ଉପରେ ଗୁରୁତ୍ୱ* 
ରାଉରକେଲା, ୧0-୬, ରାଉରକେଲା ମହାନଗର ନିଗମ ପକ୍ଷରୁ ସଫେଇ କର୍ମଚାରୀଙ୍କ ନିମନ୍ତେ ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ ଉଦିତ ନଗର ସ୍ଥିତ ସିଟି ଅଡିଟୋରିୟମ୍, ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ମହାନଗର ନିଗମର କାଉନ୍ସିଲ୍ ହଲ୍, ଏଭଳି ତିନୋଟି ସ୍ଥାନରେ ପ୍ରାୟ ୩୫0 ଜଣ ସଫେଇ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏହି ତାଲିମ କାର୍ଯ୍ୟକ୍ରମରେ ବିଶେଷ କରି ବର୍ଜ୍ୟବସ୍ତୁ ସଂଗ୍ରହ ଏବଂ ପରିବହନ କ୍ଷେତ୍ରରେ ସଫେଇ କର୍ମଚାରୀଙ୍କ ଦାୟିତ୍ୱ କଣ ସେ ସଂପର୍କରେ ଆଲୋଚନା ହୋଇଥିଲା।
ଘରୁ, ଦୋକାନ, ହାଟ,ବଜ଼ାର, ବିଭିନ୍ନ ଅନୁଷ୍ଠାନ, ରାସ୍ତା ଘାଟ, ନାଳନର୍ଦ୍ଦମା ଆଦିରୁ ବାହାରୁଥିବା ଉଭୟ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ କିଭଳି ଅଲଗା ଅଲଗା କରି ସଂଗୃହିତ କରାଯାଇପାରିବ ସେ ନେଇ ଏହି କାର୍ଯ୍ୟକ୍ରମରେ ତାଲିମ ଦିଆଯାଇଥିଲା। ଫଳ ଓ ପନିପରିବା ର  ଅଵ୍ୟବହୃତ ଅଂଶ ଓ ଚୋପା, ପଚା ଫଳ ଓ ପନିପରିବା, ବାସି ଫୁଲ, ଅଣ୍ଡା ଖୋଳପା, ମାଛ  ଓ  ମାଂସର ଅଵ୍ୟବହୃତ ଅଂଶ ଓ କଣ୍ଟା, ନଖ ଓ କେଶ ଆଦି ଓଦା ବର୍ଜ୍ୟ ବସ୍ତୁ ଶ୍ରେଣୀର ତେଣୁ, ସଫେଇ କର୍ମଚାରୀ ମାନେ ପ୍ରତିଦିନ ଆବର୍ଜନା ସଂଗ୍ରହ ପାଇଁ ବିଭିନ୍ନ ଅଞ୍ଚଳକୁ ଗଲାବେଳେ ଏଭଳି ବର୍ଜ୍ୟବସ୍ତୁକୁ ସବୁଜ ରଙ୍ଗର ଡଷ୍ଟବିନରେ ରଖିବାକୁ ଜନସାଧାରଣଙ୍କୁ ଅବଗତ କରାଇବେ। ସେହିପରି ତାର, କପଡା, ଚମଡା ଓ ରବର ଜାତୀୟ  ପଦାର୍ଥ, ଜରି, କାଗଜ, ପେଟି, ପୁରୁଣା ଖବର କାଗଜ, ଭଙ୍ଗା ବାସନକୁସନ, କାଚ ବୋତଲ, ଟିଣ ଡବା, ଛିଣ୍ଡା ପୋଷାକ, ସୋଲ, କାଚ, ପ୍ଲାଷ୍ଟିକ ବୋତଲ, ସାନିଟାରୀ ନାପକିନ, ଲୁହା ଓ ଆଲୁମିନିୟମ  ଜାତୀୟ ପଦାର୍ଥ ଓ ପଲିଥିନ ଆଦି ଶୁଖିଲା ବର୍ଜ୍ୟବସ୍ତୁ ଶ୍ରେଣୀର। ଏସବୁ ବସ୍ତୁକୁ ନୀଳ ରଙ୍ଗର ଡଷ୍ଟବିନ୍ ରେ ରଖିବା ଲାଗି ଜନସାଧାରଣଙ୍କୁ ସଚେତନ କରିବାକୁ ସଫେଇ କର୍ମଚାରୀଙ୍କୁ କୁହାଯାଇଥିଲା। ଶୁଖିଲା ଓ ଓଦା ଉଭୟ ଶ୍ରେଣୀର ବର୍ଜ୍ୟବସ୍ତୁକୁ ଅଲଗା ଅଲଗା ଭାବେ ସଂଗ୍ରହ କରିବାକୁ କର୍ମଚାରୀଙ୍କୁ କୁହାଯାଇଥିଲା। ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିବହନ ନିମନ୍ତେ ବିଭିନ୍ନ ସମୟରେ ଉପୁଜୁଥିବା ସମସ୍ୟାର କିଭଳି ସମାଧାନ କରାଯାଇପାରିବ, ସେନେଇ ସଫେଇ କର୍ମଚାରୀଙ୍କୁ ଅବଗତ କରାଯାଇଥିଲା। 
ଏଥିସହ ସହରକୁ ସ୍ୱଚ୍ଛ, ସୁନ୍ଦର ଓ ଆବର୍ଜନା ମୁକ୍ତ କରିବା ଲାଗି ସଫେଇ କର୍ମଚାରୀଙ୍କ ଯେଉଁ ଗୁରୁ ଦାୟିତ୍ୱ ରହିଛି, ସେ ସଂପର୍କରେ ମଧ୍ୟ ସେମାନଙ୍କୁ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ବୁଝାଯାଇଥିଲା। 
ଏହି ସମସ୍ତ ତାଲିମ କାର୍ଯ୍ୟକ୍ରମ ରାଉରକେଲା ମହାନଗର ନିଗମର ଉପାୟୁକ୍ତ ଶ୍ରୀ ସୁଧାଂଶୁ ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ମହାନଗର ନିଗମର ଅନ୍ୟାନ୍ୟ ଅଧିକାରୀମାନେ ଏହାକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
ଏଠାରେ ସୂଚନାଯୋଗ୍ୟଯେ, ଆସନ୍ତାକାଲି ମଧ୍ୟ ପ୍ରାୟ ୩୫0 ଜଣ ସଫେଇ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯିବ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.