ETV Bharat / state

ମଦ୍ୟପ ଯୁବକଙ୍କ ହରିଜନ ସାହିରେ ତୁମୁଳ କାଣ୍ଡ, କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରିଲେ ଶତାଧିକ ଲୋକ - ବିଳମ୍ବିତ ରାତିରେ ସାମାନ୍ୟ ବଚସା

ଗଣେଶ ପୂଜା ଭସାଣି ସମୟରେ ବିଳମ୍ବିତ ରାତିରେ ସାମାନ୍ୟ ବଚସାକୁ ନେଇ ମଦ୍ୟପ ଯୁବକଙ୍କ ତୁମୁଳ କାଣ୍ଡ । ଏହିପରି ଏକ ନିନ୍ଦନୀୟ ଘଟଣା ଘଟିଯାଇଛି ଖୋର୍ଦ୍ଧା ସହର ନୂଆ ବସ ଷ୍ଟାଣ୍ଡ ନିକଟ ହରିଜନ ସାହିରେ । ତେବେ ଆଜି ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଦର୍ଶ ଥାନା ଘେରିଲେ ଶତାଧିକ ଲୋକ । ଅଧିକ ପଢନ୍ତୁ

ମଦ୍ୟପ ଯୁବକଙ୍କ ହରିଜନ ସାହିରେ ତୁମୁଳ କାଣ୍ଡ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ସାହି ଲୋକ

author img

By

Published : Sep 10, 2022, 9:41 PM IST

ଖୋର୍ଦ୍ଧା: ଗଣେଶ ପୂଜା ଭସାଣିକୁ କେନ୍ଦ୍ର କରି ମଦ୍ୟପ ଯୁବକଙ୍କ ତୁମୁଳ କାଣ୍ଡ । ଭସାଣି ସମୟର ବିବାଦକୁ କେନ୍ଦ୍ର କରି କିଛି ମଦ୍ୟପ ଯୁବକ ହରିଜନ ସାହିରେ ପଶି ତୁମୁଳକାଣ୍ଡ ରଚିଥିଲେ । ଘଟଣାକୁ ବିରୋଧ କରି ହରିଜନ ସାହିର ସଂଖ୍ୟାଧିକ ମହିଳା ଓ ପୁରୁଷ ଉକ୍ତ ମଦ୍ୟପ ଯୁବକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଖୋର୍ଦ୍ଧା ଆଦର୍ଶ ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ଗଣେଶ ପୂଜା ଭସାଣି ସମୟରେ ବିଳମ୍ବିତ ରାତିରେ ସାମାନ୍ୟ ବଚସାକୁ ନେଇ ମଦ୍ୟପ ଯୁବକ ମାନେ ଘଟାଇଛନ୍ତି ତୁମୁଳ କାଣ୍ଡ । ଏହିପରି ଏକ ନିନ୍ଦନୀୟ ଘଟଣା ଘଟିଯାଇଛି ଖୋର୍ଦ୍ଧା ସହର ନୂଆ ବସ ଷ୍ଟାଣ୍ଡ ନିକଟ ହରିଜନ ସାହିରେ । ସୂଚନା ମୁତାବକ, ଖୋର୍ଦ୍ଧା ଆଦର୍ଶ ଥାନା ଅଧୀନ ବାଶେଳୀ ସାହିର କିଛି ଯୁବକ ଗଣେଶ ପୂଜା ଭସାଣିରେ ସାମିଲ ଥିବାବେଳେ ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ଖୋର୍ଦ୍ଧା ନୂଆ ବସ ଷ୍ଟାଣ୍ଡ ମଧ୍ୟରେ ଥିବା ଏକ ନିଛାଟିଆ ସ୍ଥାନରେ ମଦ୍ୟପାନ କରୁଥିବା ବେଳେ କୌଣସି କଥାକୁ ନେଇ ଉକ୍ତ ଯୁବକଙ୍କ ସହିତ ଭାଲିଆବାଡ଼ି ହରିଜନ ସାହିର କିଛି ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ମଦ୍ୟପ ଯୁବକଙ୍କ ହରିଜନ ସାହିରେ ତୁମୁଳ କାଣ୍ଡ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ସାହି ଲୋକ

ପରେ ବିଳମ୍ୱିତ ରାତିରେ ବାଶେଳୀ ସାହିର ମଦ୍ୟପ ଯୁବକ ମାନେ ସଙ୍ଗବଦ୍ଧ ଭାବେ ହରିଜନ ସାହିରେ ପଶି ଘଟାଇଥିଲେ ତୁମୁଳକାଣ୍ଡ । ଜାତିଆଣ ଆକ୍ଷେପ ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ହରିଜନ ସାହିରେ ରାତି ଅଧରେ ଢେଲା ପଥର ଓ ଠେଙ୍ଗାରେ କରିଥଲେ ଅତର୍କିତ ଆକ୍ରମଣ । ସେହି ମଦ୍ୟପ ଯୁବକଙ୍କ ହାବୁଡ଼ରେ ଯିଏ ପଡ଼ିଲା, ସେମାନଙ୍କ ଉପରେ ହେଲା ଅତର୍କିତ ଆକ୍ରମଣ । ମଦ୍ୟପ ଯୁବକଙ୍କ ଆକ୍ରମଣରେ ହରିଜନ ସାହିର ବୟସ୍କ ଲୋକଙ୍କ ଠାରୁ ନେଇ ଅନେକ ଗୁରୁତର ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଏପରିକି ମଦ୍ୟପ ଯୁବକଙ୍କ ଆକ୍ରମଣରେ ଅନେକ ଗୁଡ଼ିଏ ଘରର ଆଜବେଷ୍ଟସ ଭାଙ୍ଗିଥିବା ବେଳେ ଦୁଇ ଜଣଙ୍କର ଦୁଇ ଚକିଆ ଯାନ ମଧ୍ୟ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଥିଲା ।

ତେବେ ଏହି ଘଟଣାକୁ ବିରୋଧ କରି ଭାଲିଆବାଡ଼ି ହରିଜନ ସାହିର ସଂଖ୍ୟାଧିକ ମହିଳା ଓ ପୁରୁଷ ଅପରାଧ ଘଟାଇଥିବା ଉକ୍ତ ମଦ୍ୟପ ଯୁବକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଖୋର୍ଦ୍ଧା ଆଦର୍ଶ ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ଏହି ଘଟଣାର ସଂପୃକ୍ତ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି କରିବା ସହିତ ୨୪ଘଣ୍ଟା ମଧ୍ୟରେ ପୋଲିସ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ସହରର ସମସ୍ତ ଦଳିତ ପରିବାର ହଜାର ହଜାର ସଂଖ୍ୟାରେ ଆସି ଥାନା ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଘଟଣା ସଂପର୍କରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.