ଖୋର୍ଦ୍ଧା: ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ଆରିକିମା ବାରବାଟୀ ରାସ୍ତାରେ ରବିବାର 2ବାଇକ ମୁହାମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ 2ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର2ଜଣଙ୍କ ମଧ୍ୟରେ ଜଣେ ପୋଲିସ କନେଷ୍ଟବଳ ଥିବାବେଳେ ଆଉ ଜଣେ ସାଧାରଣ ଲୋକ ବୋଲି ଜଣାପଡିଛି ।
![drunk and drive accident by constable at khurda](https://etvbharatimages.akamaized.net/etvbharat/prod-images/od-kud-accident-police-breaking-od10017_26042020141857_2604f_1587890937_85.jpg)
ସାଧାରଣ ଲୋକଙ୍କ ଅଭିଯୋଗ ଅନୁସାରେ ବୋଲଗଡ ଥାନା ଅନ୍ତର୍ଗତ ବଂକୋଇ ଫାଣ୍ଡିରେ କାର୍ଯ୍ୟରତ ପୋଲିସ କନେଷ୍ଟବଳ ପ୍ରଚୁର ମଦପିଇ କୋଟସିଙ୍ଗା ଗ୍ରାମର ଜିତେନ୍ଦ୍ର କୁମାର ସାହୁଙ୍କୁ ଧକ୍କା ଦେଇ ଦୁର୍ଘଟଣା ଘଟାଇଛନ୍ତି ।
ଖବରପାଇ, ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଧକ୍କା ଦେଇଥିଲା କନେଷ୍ଟବଳଙ୍କୁ ଅଟକ ରଖି ଥାନାକୁ ଖବର ଦେଇଥିଲେ । ଖବର ପାଇ ବୋଲଗଡ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି କନେଷ୍ଟବଳକୁ ନେବା ସହ ଆହାତ ଜିତେନ୍ଦ୍ରକୁ ମେଡିକାଲ ପଠାଇଥିଲେ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ