ETV Bharat / state

Operation White Spider: ନିଶା କାରବାରକୁ ପେଶା କରୁଥିଲେ ହେବେ ତଡିପାର

author img

By

Published : Jun 2, 2023, 8:10 AM IST

ନିଶା ବେପାରୀଙ୍କୁ ରାଜଧାନୀରେ ସ୍ଥାନ ନାହିଁ । ଅପରେସନ ହ୍ଵାଇଟ ସ୍ପାଇଡର ଦ୍ବାରା ଧରାପଡିବା ପରେ ତଡିପାର ହେଲେ ନିସା ବେପାରୀ । ଅଧିକ ପଢନ୍ତୁ

Operation White Spider
Operation White Spider
Operation White Spider

ଭୁବନେଶ୍ବର: ରାଜଧାନୀରେ ନିଶା ବେପାରୀଙ୍କ ପ୍ରତି କଠୋର ହେଉଛି କମିଶନରେଟ ପୋଲିସ । ନିଶା କାରବାରକୁ ପେଶା କରୁଥିଲେ ହେବେ ତଡିପାର । ନିଶା ବିକିଲେ ୬ ମାସ ପାଇଁ ରାଜଧାନୀରୁ ତଡିପାର ହେବେ ନିଶା ବ୍ୟବସାୟୀ । ସହର ବାହାରକୁ ତଡିପାର ଭଳି ପଦକ୍ଷେପ ଆପଣାଇଛି କମିଶନରେଟ ପୋଲିସ । ନିଶା କାରବାର ବିରୋଧରେ ଅପରେସନ ହ୍ଵାଇଟ ସ୍ପାଇଡର ଆରମ୍ଭ କରି ଅଭ୍ୟାସଗତ ନିଶା କାରବାର କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଛି । ଏହି କ୍ରମରେ ଚକ୍ରଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ତଡିପାର କରାଯାଇଛି । ପୂର୍ବରୁ ନିଶାକାର ନେଇ ତା ବିରୋଧରେ ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନାରେ ୩ଟି ମାମଲା ରହିଛି । ବର୍ତ୍ତମାନ ଚକ୍ରଧର ସାହୁକୁ 6 ମାସ ପର୍ଯ୍ୟନ୍ତ ରାଜଧାନୀରେ ପ୍ରବେଶ ଉପରେ କଟକଣା ଲାଗିଛି ।

ଅପରେସନ ହ୍ଵାଇଟ ସ୍ପାଇଡରରେ ବିଗତ ମାସକ ଭିତରେ ବ୍ରାଉନ ସୁଗାର ଜବତ ଘଟଣାରେ ୭ଟି ମାମଲା ରୁଜୁ ହୋଇଥିବା ବେଳେ ମୋଟ ୧୨ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୭୮ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ସେହିଭଳି ଏକ ମାସ ମଧ୍ୟରେ ଗଞ୍ଜେଇ ଚାଲାଣରେ ମଧ୍ୟ ୯ଟି ମାମଲାରେ ୨୧ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ତେବେ ପ୍ରଥମ ଥର ଭୁବନେଶ୍ୱରରୁ ନିଶା ବେପାରୀକୁ ତଡିପାର କରାଯାଉଛି । ପୂର୍ବରୁ ପେଶାଦାର ଅପରାଧୀଙ୍କୁ ତଡିପାର କରାଯାଉଥିଲା । ନିଶା କାରବାର ବିରୋଧରେ କମିଶନରେଟ ପୋଲିସ ଜିରୋ ଟଲରାନ୍ସ ନୀତି ଲାଗୁକରିଛି । ହ୍ବାଇଟ ସ୍ପାଇଡର ଅପରେସନକୁ ବ୍ୟାପକ କରୁଛି ପୋଲିସ । ଏଥିପାଇଁ ବ୍ରାଉନସୁଗର ଓ ଗଞ୍ଜେଇ କାରବାର ଉପରେ ନଜର ରଖିଛି ଟିମ । ଏହାସହ ୭୦୭୭୭୯୮୧୧୧ ନମ୍ବର କମିଶନରେଟ ପୋଲିସ ପକ୍ଷରୁ ଜାରି କରାଯାଇଛି । ଯଦି କେହି ନିଶା ସମ୍ପର୍କିତ ଖବର ପାଉଛନ୍ତି ବା ଜାଣିଛନ୍ତି ତେବେ ଏହି ନମ୍ବରରେ ଜଣାଇବା ପାଇଁ ଡିସିପି ଅପିଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ହ୍ୱିଲ ଚେୟାର‌ରେ ବସି ଗଞ୍ଜେଇ ବିକୁଥିଲେ ଦିବ୍ୟାଙ୍ଗ ମହିଳା, ମାଷ୍ଟରମାଇଣ୍ଡ ସହ ମହିଳା ଗିରଫ

ରାଜଧାନୀରେ ଦିନକୁ ଦିନ ନିଶାକାରବାର ବଢି ଚାଲିଥିବା ବେଳେ ଅପରେସନ ହ୍ଵାଇଟ ସ୍ପାଇଡ଼ର ଆରମ୍ଭ କରିଛି କମିଶନରେଟ ପୋଲିସ । ଏହାରି ମାଧ୍ୟମରେ ଅଭ୍ୟାସଗତ ନିଶା କାରବାର କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଛି। ଏମାନେ ରାଜଧାନୀରେ କିଭଳି ରହିପାରିବେ ନାହିଁ ତା ପାଇଁ ଯୋଜନା କରାଯାଉଛି । ଗତ ମାର୍ଚ୍ଚ 13 ତାରିଖରେ ଭୁବନେଶ୍ବର ମୈତ୍ରି ବିହାର ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କ ସହ ତାଙ୍କ ସହଯୋଗୀକୁ ଗିରଫ କରିଥିଲା ପୋଲିସ । ତାଙ୍କ ନିକଟରୁ ୧୦କେଜି ୧୦୦ଗ୍ରାମର‌ ଗଞ୍ଜେଇ ସହ ୧୩ ହଜାର‌ ଟଙ୍କା ଜବତ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.