ETV Bharat / state

ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଯୁବକ ମୃତ - ଖୋର୍ଦ୍ଧାରେ ପୋଖରୀରେ ବୁଡି ମୃତ୍ୟୁ

ସ୍ଥାନୀୟ ବାଲୁଗାଁ ଅନ୍ତର୍ଗତ ସାମନ୍ତରାପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଏହି ଗ୍ରାମର ସୁମନ୍ତ କୁମାର ପଣ୍ଡା ନିଜ ବଡ ଭାଇଙ୍କ ଝିଅକୁ ନେଇ ମଙ୍ଗେଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ପୋଖରୀରେ ଅଧିକ ଗଭୀରକୁ ପସି ଯାଇ ଅସାବଧାନତାବଶତଃ ବୁଡି ଯାଇଥିଲେ ସୁମନ୍ତ ।

khurdha latest news, drown and death, drown and death in khurdha, young man died being drown in river, ଖୋର୍ଦ୍ଧା ଲାଟେଷ୍ଟ ନ୍ୟୁଜ୍‌, ପୋଖରୀରେ ବୁଡି ମୃତ୍ୟୁ, ଖୋର୍ଦ୍ଧାରେ ପୋଖରୀରେ ବୁଡି ମୃତ୍ୟୁ, ଖୋର୍ଦ୍ଧାରେ ପୋଖରୀରେ ବୁଡି ଯୁବକ ମୃତ
ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଯୁବକ ମୃତ
author img

By

Published : Jul 17, 2020, 7:30 PM IST

ଖୋର୍ଦ୍ଧା: ସ୍ଥାନୀୟ ବାଲୁଗାଁ ଅନ୍ତର୍ଗତ ସାମନ୍ତରାପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଏହି ଗ୍ରାମର ସୁମନ୍ତ କୁମାର ପଣ୍ଡା ନିଜ ବଡ ଭାଇଙ୍କ ଝିଅକୁ ନେଇ ମଙ୍ଗେଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ପୋଖରୀରେ ଅଧିକ ଗଭୀରକୁ ପଶି ଯାଇ ଅସାବଧାନତାବଶତଃ ବୁଡି ଯାଇଥିଲେ ସୁମନ୍ତ । ସେ ଦୀର୍ଘ ସମୟ ଧରି ନଫେରିବାରୁ ଖୋଜାଖୋଜି ଆରମ୍ଭ ହୋଇଥିଲା । ପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଯୁବକ ମୃତ

ସୂଚନା ମୁତାବକ ସୁମନ୍ତ ନିଜ ଝିଆରୀ ସହ ପୋଖରୀରେ ଗାଧୋଇଥିବା ବେଳେ ଝିଆରୀକୁ ପୋଖରୀ କୂଳରେ ଛାଡି ସେ ପୋଖରୀ ଭିତରେ ପଶିଥିଲେ । ହେଲେ ଅସାବଧାନତା କାରଣରୁ ସେ ବୁଡିଯାଇଥିଲେ । ତେବେ ଦୀର୍ଘ ସମୟ ଧରି ସେ ଘରକୁ ନଫେରିବାରୁ ସୁମନ୍ତଙ୍କ ବଡ ଭାଇ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ । ଏହାପରେ ତାଙ୍କୁ ପୋଖରୀରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ବାଲୁଗାଁ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଘଟଣାରେ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.