ETV Bharat / state

ମହାମଞ୍ଚ-ସରକାର ବୈଠକ, ଖୁବଶୀଘ୍ର ରାଜ୍ୟରେ ଗଠନ ହେବ ଡ୍ରାଇଭର କଲ୍ୟାଣ ବୋର୍ଡ - ଡ୍ରାଇଭର କଲ୍ୟାଣ ବୋର୍ଡ

ଡ୍ରାଇଭର ଏକତା ମହାମଞ୍ଚର ଦାବିକୁ ନେଇ ମହାମଞ୍ଚ-ସରକାର ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଖୁବଶୀଘ୍ର ରାଜ୍ୟରେ ଗଠନ ହେବ ଡ୍ରାଇଭର କଲ୍ୟାଣ ବୋର୍ଡ । ଅଧିକ ପଢନ୍ତୁ

ଲୋକସେବା ଭବନ
ଲୋକସେବା ଭବନ
author img

By

Published : Apr 23, 2023, 9:44 AM IST

ଭୁବନେଶ୍ବର: ଡ୍ରାଇଭରଙ୍କର ବିଭିନ୍ନ ଦାବିକୁ ନେଇ ରାଜ୍ୟ ସରକାର ଓ ଡ୍ରାଇଭର ଏକତା ମହାମଞ୍ଚ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ଗୁରୁତ୍ବପୂର୍ଣ୍ଣ ବୈଠକ । ଘୋଷଣା ଅନୁସାରେ ଡ୍ରାଇଭରଙ୍କର ବିଭିନ୍ନ ଦାବି ସମ୍ପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିବା ଜଣାପଡିଛି ।

ଖୁବଶୀଘ୍ର ରାଜ୍ୟରେ ଗଠନ ହେବ ଡ୍ରାଇଭର କଲ୍ୟାଣ ବୋର୍ଡ । ଡ୍ରାଇଭର କଲ୍ୟାଣ ବୋର୍ଡର ରୂପରେଖ କଣ ହେବ, ବୋର୍ଡରେ କିଏ ସଦସ୍ୟ ରହିବେ, ତାହା ପରିବହନ ବିଭାଗ ସ୍ଥିର କରିବ । ଏନେଇ ଏହି ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଏହା ଡ୍ରାଇଭର ସଂଘ ପାଇଁ ଏକ ଖୁସି ଖବର ନିଶ୍ଚିତ । ମେ’ ମାସ ପ୍ରଥମ ସପ୍ତାହରେ ଦାବି ପୂରଣ ନେଇ ଡ୍ରାଇଭର ମହାମଞ୍ଚକୁ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଛି । ଧାର୍ଯ୍ୟ ସମୟ ପୂର୍ବରୁ ଦାବି ପୂରଣ ହେବା ନେଇ ମଧ୍ୟ ଡ୍ରାଇଭର ସଂଘ ଆଶାବାଦୀ ଅଛନ୍ତି । ଏହାସହ ଛୁଟି ସତ୍ତ୍ୱେ ଡ୍ରାଇଭରଙ୍କ ହିତ ପାଇଁ ବୈଠକ କରିଥିବାରୁ ରାଜ୍ୟ ସରକାରଙ୍କୁ ସଂଘ ଧନ୍ୟବାଦ ଜଣାଇଛନ୍ତି । 3 ମାସ ମଧ୍ୟରେ ଦାବି ପୂରଣ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପୂର୍ବରୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Odisha Drivers Mahasangha strike: ମୁହଁ ଖୋଲିଲେ ବିଭାଗୀୟ ମନ୍ତ୍ରୀ ଓ ସଚିବ

ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । 10 ଦଫା ଦାବି ନେଇ ଡ୍ରାଇଭର ମହାମଞ୍ଚ ପକ୍ଷରୁ ଧର୍ମଘଟ ଡାକରା ଦେଇଥିଲା । ଧର୍ମଘଟରେ ସାମିଲ ହୋଇଥିଲେ ରାଜ୍ୟର ୫ ଲକ୍ଷରୁ ଅଧିକ ଗାଡ଼ି ଚାଳକ ଓ ଡ୍ରାଇଭର । ରାଜ୍ୟର ସମସ୍ତ ବ୍ଲକ ଏବଂ ସଦର ମହକୁମାରେ ଡ୍ରାଇଭର ଆନ୍ଦୋଳନ କରିଥିଲେ । ଡ୍ରାଇଭରଙ୍କୁ ସାମାଜିକ ସୁରକ୍ଷା, ପେନସନ ବ୍ୟବସ୍ଥା, ଦୁର୍ଘଟଣା ଜନିତ କ୍ଷତିପୂରଣ, ଗାଡି ରହଣି ସ୍ଥଳରେ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ଭଳି ଅନେକ ସମସ୍ୟାକୁ ଦୂର କରିବାକୁ ମହାମଞ୍ଚର ଦାବି ରହିଛି ।

ଏହା ମଧ୍ୟ ପଢନ୍ତୁ: ନବମରୁ ଦ୍ବାଦଶ ପାଠ ପଢ଼ା ଚାଲୁ ରଖିବାକୁ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅଭିଭାବକ ମହାସଂଘ ଅଧ୍ୟକ୍ଷ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.