ETV Bharat / state

ନବ ଦାସ ହତ୍ୟା ଘଟଣା: ରାଜନୀତିକରଣ ନକରନ୍ତୁ କେନ୍ଦ୍ରମନ୍ତ୍ରୀ, କହିଲା ବିଜେଡି - ନବ ଦାସ ହତ୍ୟା ଘଟଣା ତଦନ୍ତ ନେଇ ବିଜେଡି ପ୍ରତିକ୍ରିୟା

ନବ କିଶୋର ଦାସ ହତ୍ୟା ଘଟଣାକୁ ନେଇ ଶାସକ ଦଳ ଉପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାର ଜବାବ ରଖିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମତ ପାତ୍ର । ଅଧିକ ପଢନ୍ତୁ

bjd on naba das murder case investigation
minister naba das murder case
author img

By

Published : Feb 12, 2023, 9:25 AM IST

Updated : Feb 12, 2023, 9:51 AM IST

sasmit patra reaction over naba das murder case

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣା ଏବେ ରହସ୍ୟ ଘେରରେ ରହିଛି । ଘଟଣାକୁ ନେଇ ବିରୋଧୀ ଶାସକ ଦଳକୁ ଟାର୍ଗେଟ କରୁଛନ୍ତି । ଗତକାଲି (ଶନିବାର) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବ ଦାସଙ୍କ ପରିବାରକୁ ଭେଟିଥିବାବେଳେ ଘଟଣାକୁ ନେଇ ଶାସକ ଦଳ ଉପରେ ବର୍ଷିଥିଲେ । ଏହା ସହିତ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ରାଜ୍ୟସରକାରଙ୍କ ଉପରେ ବର୍ଷିଥଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ଜବାବ ରଖିଛି ବିଜେଡି । ଏହାକୁ ରାଜନୀତିକରଣ ନକରାଯାଉ ବୋଲି କହିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ।

ଧର୍ମେନ୍ଦ୍ରଙ୍କୁ ଜବାବ ଦେଇ ସସ୍ମିତ ପାତ୍ର କହିଛନ୍ତି, ''ନବ ଦାସଙ୍କ ହତ୍ୟା ଘଟଣାର ତଦାରଖ ଜୋରସୋରରେ ଚାଲିଛି । ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ତଦନ୍ତର ତଦାରଖ କରାଯାଉଛି । ଏହାକୁ ନେଇ ରାଜନୀତି କରାଯିବା ଗ୍ରହଣୀୟ ନୁହେଁ । ଏହି ସମ୍ବେଦନଶୀଳ ଘଟଣାରେ ଜଣେ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ତଦାରଖ କରୁଛନ୍ତି ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପକ୍ଷରୁ ରାଜନୀତିକରଣ କରାଯିବା ଆଦୌ ଗ୍ରହଣୀୟ ନୁହେଁ ବରଂ ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ଭଲ ।''

ଏହା ବି ପଢନ୍ତୁ...ନବଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲେ ଧର୍ମେନ୍ଦ୍ର

ଗତକାଲି ଦିବଙ୍ଗତ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଆଇନଶୃଙ୍ଖଲା ବିପର୍ଯ୍ୟସ୍ତ ହୋଇଛି । ଓଡିଶା ସ୍ଥିତି ସଙ୍ଗୀନ ଆଡକୁ ଯାଉଛି । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ପୋଲିସ ଗୁଳି କରି ହତ୍ୟା କରୁଛି । ବିରୋଧୀଙ୍କ କଥା ଛାଡନ୍ତୁ ନବଙ୍କ ସମର୍ଥକ ବି ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ସତ୍ୟ ଉନ୍ମୋଚନ ହେବା ଦରକାର ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଝାରସୁଗୁଡା ଗସ୍ତ କରି ସ୍ବର୍ଗତ ନବ କିଶୋର ଦାସ ଓ କିଶୋର ମହାନ୍ତିଙ୍କ ପରିବାରକୁ ଭେଚିଥିଲେ ଧର୍ମେନ୍ଦ୍ର । ନବଙ୍କ ଝିଅ ଦିପାଳୀ ଓ ପୁଅ ବିଶାଳଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଏହା ସହିତ କିଶୋର ମହାନ୍ତିଙ୍କ ପରିବାରକୁ ଭେଟି ତାଙ୍କ ପତ୍ନୀ ଅଳକା ମହାନ୍ତି ଓ ପୁଅଙ୍କ ସହିତ ଆଲୋଚନା କରିଥିଲେ ଧର୍ମେନ୍ଦ୍ର ।

ପ୍ରକାଶ ଥାଉ କି, ଜାନୁଆରୀ 26 ତାରିଖ ଦିନ ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ସମୟରେ ନବ କିଶୋର ଦାସଙ୍କୁ ଗୁଳିମାଡ ହୋଇଥିଲା । ଜଣେ ପୋଲିସ ଏଏସଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ସେହିଦିନ ସନ୍ଧ୍ୟା 7ଟାରେ ଅପୋଲ ହସ୍ପିଟାଲରେ ନବ କିଶୋର ଦାସଙ୍କ ଦେହାନ୍ତ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 12, 2023, 9:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.