ETV Bharat / state

DJ Azex Death Case: ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ଟ୍ବିଷ୍ଟ, ଏକ୍ସପୋଜ ପାଇଁ ତିନି ଯୁବତୀ କରିଥିଲେ ହ୍ବାଟ୍ସଆପ୍ ଗ୍ରୁପ - ଅକ୍ଷୟ ମହାରଣାଙ୍କ ମୃତ୍ୟୁ ଘଟଣା

ଡିଜେ ଆଜେକ୍ସଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଲା ନୂଆ ତଥ୍ୟ । ହ୍ବାଟ୍ସଆପ ଗ୍ରୁପ କରି ତିନି ଜଣ ଯୁବତୀ ତାଙ୍କୁ ଏକ୍ସପୋଜ କରିବାକୁ ଯୋଜନା କରୁଥିବା ସୂଚନା । ଅଧିକ ପଢ଼ନ୍ତୁ

DJ Azex Death Case
ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟଣା
author img

By

Published : Mar 25, 2023, 6:37 AM IST

Updated : Mar 25, 2023, 8:04 AM IST

ଡିଜେ ଆଜେକ୍ସଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଲା ନୂଆ ତଥ୍ୟ

ଭୁବନେଶ୍ବର: ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଆଜେକ୍ସଙ୍କୁ ଏକ୍ସପୋଜ କରିବାକୁ ଏକ ହ୍ବାଟ୍ସଆପ ଗ୍ରୁପ ତିଆରି ହୋଇଥିଲା । ଯେଉଁଥିରେ ତିନିଜଣ ଯୁବତୀ ଥିବା ସୂଚନା ମିଳିଛି । ଗ୍ରୁପଟିକୁ ଆଜେକ୍ସଙ୍କ ବାନ୍ଧବୀ ଖୋଲିଛନ୍ତି । ଏହାମଧ୍ୟ କୁହାଯାଉଛି ଯେ, ଆଜେକ୍ସ ତିନି ଜଣ ଯୁବତୀଙ୍କ ସହ ସମ୍ପର୍କରେ ଥିଲେ । ସାଇବର ଏକ୍ସପର୍ଟଙ୍କ ଯାଞ୍ଚ ପରେ ଏଭଳି ରୋଚକ ତଥ୍ୟ ସାମ୍ନାକୁ ଆସିଥିବା କୁହାଯାଉଛି ।

ହ୍ବାଟ୍ସଆପ ଗ୍ରୁପରେ ତିନି ଜଣ ଯୁବତୀ ଆଜେକ୍ସଙ୍କ ସମ୍ପର୍କରେ କଥା ହେଉଥିଲେ । ସେ କେଉଁମାନଙ୍କ ସହ କଥା ହେଉଛନ୍ତି ତାର ଡାଟା ସଂଗ୍ରହ କରୁଥିଲେ । ଆଜେକ୍ସଙ୍କ ବିରୋଧରେ ଯୋଗାଡ଼ କରିଥିବା ସବୁ ପ୍ରମାଣକୁ ସଂଗ୍ରହ କରିଥିଲେ । ତେବେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଅନ୍ୟ ଦୁଇଜଣ ଯୁବତୀଙ୍କୁ ଖାରବେଳ ଥାନା ପୋଲିସ ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି । ତେବେ କାହିଁକି ହ୍ବାଟ୍ସଆପ ଗ୍ରୁପ କରି କଥା ହେଉଥିଲେ ତିନି ଯୁବତୀ । ସେମାନଙ୍କ ପାଖରେ ଆଜେକ୍ସଙ୍କ ବିରୋଧରେ କିଛି ପ୍ରମାଣ ଥିଲା କି? କାରଣ ଅନେକ ସମୟରେ ଆଜେକ୍ସଙ୍କ ବାନ୍ଧବୀ ତାଙ୍କୁ ଧମକ ଦେବା ସହ ଟଙ୍କା ମାଗୁଥିବାର ପରିବାର ଅଭିଯୋଗ କରିଛନ୍ତି । ତେଣୁ ଲୋକଲଜ୍ଜା ସହିନପାରି ସେ ଏପରି ଚରମ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ଆଜେକ୍ସଙ୍କ ପରିବାର ଓ ବନ୍ଧୁ କହିଛନ୍ତି । ଅନ୍ୟପଟେ ଆଜେକ୍ସଙ୍କ ଅନ୍ୟ ଝିଅ ସହ ସମ୍ପର୍କଥିବା କଥାକୁ ପରିବାରେ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ଏନେଇ ତାଙ୍କ ଭଉଣୀ କହିଛନ୍ତି, " ଆଜେକ୍ସ ଇଭେଣ୍ଟ କରୁଥିଲେ । ତାଙ୍କର ଅନେକ ବନ୍ଧୁଙ୍କ ସହ କଥାବାର୍ତ୍ତା ହୁଏ । କିନ୍ତୁ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ନେଇ ଆମେ କୌଣସି ସୂଚନା ପାଇନାହୁଁ । ଏଥିପାଇଁ ଉକ୍ତ ଯୁବତୀଙ୍କ ଫୋନର ଯାଞ୍ଚ କରାଯାଉ । ସେମାନଙ୍କ ମେସେଜ ଓ ଫୋନକଲ ଯାଞ୍ଚ କରାଯାଉ । ଏହାପରେ ସତ ସାମ୍ନାକୁ ଆସିବ ।" ସେପଟେ ଆଜି ପର୍ଯ୍ୟନ୍ତ ଯାହା ତଥ୍ୟ ପୋଲିସକୁ ମିଳିଛି ଓ ଆମେ ଦେଇଛୁ ତାହାକୁ ଆଧାର କରି ପୋଲିସ କାର୍ଯ୍ୟନୁଷ୍ଠାନ ନେଉ ବୋଲି ଆଜେକ୍ସଙ୍କ ବାପା ଦାବି କରିଛନ୍ତି । ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟଣାରେ ଡିଜିଟାଲ ଡାଟାକୁ ନେଇ ତଦନ୍ତ କରୁଛି ସାଇବର ଥାନା ପୋଲିସ । ଏନେଇ ଖାରବେଳ ନଗର ଥାନାରେ ସାଇବର ଥାନାର ୫ ଜଣିଆ ଟେକ୍ନିକାଲ ଟିମ୍‌ ପହଞ୍ଚି ଆଜେକ୍ସ ଓ ତାଙ୍କ ପ୍ରେମିକାଙ୍କ ମୋବାଇଲ ଓ ଇମେଲକୁ ଯାଞ୍ଚ କରୁଛି । ଡିଲିଟ ହୋଇଥିବା ମେସେଜ ଓ ଚାଟକୁ ରିଟ୍ରାଇଭ କରିବା ଜାରି ରଖିଛି । ଏହି ଘଟଣା ନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଏ ଦିଗରେ କଣ ନୂଆ ତଥ୍ୟ ଆସୁଛି ଓ ଡିଜିଟାଲ ଡାଟା କଣ କହୁଛି ଓ ମୃତ୍ୟୁର କେଉଁ ଦିଗକୁ ସୂଚାଉଛି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇପାରିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 25, 2023, 8:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.