ETV Bharat / state

କ୍ବାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା, ଅନ୍ତେବାସୀଙ୍କ ଅନଶନ

author img

By

Published : May 26, 2020, 6:17 PM IST

ବାଲୁଗାଁ ମହାବିଦ୍ୟାଳୟଠାରେ ଏକ ନମ୍ବର କ୍ବାରେଣ୍ଟାଇନ ସେଣ୍ଟର କରାଯାଇଥିବା ବେଳେ ଏହି ସେଣ୍ଟରରେ 25 ଜଣ ଅନ୍ତେବାସୀ ରହିଥିବାର ସୂଚନା ରହିଛି ।

disruption-in-the-quarantine-center-inmates-hunger-strike
କ୍ବାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା, ଅନ୍ତେବାସୀଙ୍କ ଅନଶନ

ଖୋର୍ଦ୍ଧା: ବାଲୁଗାଁ ଏନଏସିର ଏକ ନମ୍ବର କ୍ବାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା । ନିମ୍ନମାନର ଖାଦ୍ୟକୁ ନେଇ ଅନ୍ତେବାସୀଙ୍କ ଅନଶନ । ନିମ୍ନମାନର ଖାଦ୍ୟ ନେଇ କ୍ବାରେଣ୍ଟାଇନ ସେଣ୍ଟର ଆଗରେ ଅନ୍ତେବାସୀମାନେ ଅନଶନ କରିଛନ୍ତି । ବାଲୁଗାଁ ମହାବିଦ୍ୟାଳୟଠାରେ ଏକ ନମ୍ବର କ୍ବାରେଣ୍ଟାଇନ ସେଣ୍ଟର କରାଯାଇଥିବା ବେଳେ ଏହି ସେଣ୍ଟରରେ 25 ଜଣ ଅନ୍ତେବାସୀ ରହିଥିବାର ସୂଚନା ରହିଛି ।

ଏହି ସମସ୍ତ ପ୍ରବାସୀମାନେ ଗୁଜୁରାଟ, ମହାରାଷ୍ଟ୍ର, ହାଇଦ୍ରାବାଦ, ବେଙ୍ଗାଲୁରୁରୁ ଫେରିଛନ୍ତି । ଏହି ଅନ୍ତେବାସୀଙ୍କ ମଧ୍ୟରେ ଛୋଟ ଛୁଆ ଓ ମହିଳାମାନେ ରହିଥିବା ବେଳେ ସୋମବାର ରାତ୍ରିରୁ ଖାଦ୍ୟ ବର୍ଜନ କରିଥିବାର ସୂଚନା ରହିଛି । ସୋମବାର ରାତ୍ରିରେ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିବା ଅନ୍ତେବାସୀମାନେ ନିମ୍ନମାନର ଖାଦ୍ୟକୁ ନେଇ ଭିଡିଓ ଭାଇରାଲ୍‌ କରିଥିଲେ । ତେବେ ଏହି ଅନ୍ତେବାସୀମାନଙ୍କୁ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ବୁଝାଶୁଝା କରି ନିଜ ହାତରୁ ଖର୍ଚ୍ଚ କରି ସକାଳେ ଜଳଖିଆ ଖାଇବାକୁ ଦେଇଥିଲେ ।

କ୍ବାରେଣ୍ଟାଇନ୍‌ ସେଣ୍ଟରର ଅବ୍ୟବସ୍ଥାକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ନୋଡାଲ୍‌ ଅଫିସର୍‌ମାନେ କେହି ଶୁଣୁ ନ ଥିବାର ଅନ୍ତେବାସୀ ଅଭିଯୋଗ କରିଛନ୍ତି । ଏପରିକି ନୋଡାଲ୍‌ ଅଫିସରଙ୍କ ମୋବାଇଲ୍‌ ଅଫ୍‌ ରହୁଥିବାର କହିଛନ୍ତି ଅନ୍ତେବାସୀ । ତେବେ କ୍ବାରେଣ୍ଟାଇନ ସେଣ୍ଟରରେ ଚାଲିଥିବା ସମସ୍ୟା ସମ୍ପର୍କରେ ବାଲୁଗାଁ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଡ. ଶତପଥୀ ଶୁଣିବା ପରେ ଏହି ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.