ଖୋର୍ଦ୍ଧା: ଜାମୁଝରି ମୁକ୍ତାକାଶ ଜେଲ ମଧ୍ୟରେ ପାଞ୍ଚସହ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଜିଲ୍ଲା ପ୍ରଶାସନ ଏବଂ ସମ୍ ହସ୍ପିଟାଲ ମିଳିତ ସହଯୋଗରେ ନିର୍ମାଣ ହୋଇଛି । କିନ୍ତୁ ସେଠାରେ ଚିକିତ୍ସିତ ହେଉଥିବା କୋରୋନା ଆକ୍ରାନ୍ତ ମାନେ ସେଠାରେ ସମ୍ମୁଖିନ କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କିତ ଏକ ଭିଡିଓ ମାଧ୍ୟମରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ ସରକାରୀ କୋଭିଡ ରିପୋର୍ଟ ପଜିଟିଭ ଆସୁଛି । କିନ୍ତୁ ରିପୋର୍ଟ ଦିଆଯାଉ ନାହିଁ । ଅନ୍ୟପଟେ ସେମାନେ 2200 ଟଙ୍କା ଖର୍ଚ୍ଚ କରି ଘରୋଇ ହସ୍ପିଟାଲରେ ପରୀକ୍ଷା କରି ନେଗେଟିଭି ରିପୋର୍ଟ ଆସିବା ପରେ ମଧ୍ୟ ସେମାନଙ୍କୁ ଛଡ଼ାଯାଉ ନାହିଁ । ସେହିପର ଉକ୍ତ କୋଭିଡ ହସ୍ପିଟାଲରେ ଆକ୍ରନ୍ତଙ୍କ ଚିକିତ୍ସା ପାଇଁ ଠିକ ସମୟରେ ଡାକ୍ତର ଆସୁ ନଥିବା ସହ ସେଠାରେ ଚିକିତ୍ସିତ ହେଉଥିବା ମଧୁମେହ, ଉଚ୍ଚ ରକ୍ତଚାପ ଭଳି ରୋଗୀଙ୍କର ନିୟମିତ ପରୀକ୍ଷା ହେଉ ନଥିବା ଅଭିଯୋଗ କରିଛନ୍ତି । ସରକାର ଏନେଇ ପଦକ୍ଷେପ ନେବାକୁ ସେମନେ ଏକ ଭିଡ଼ିଓ ମାଧ୍ୟମରେ ଜଣାଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ