ETV Bharat / state

ମନ୍ତ୍ରୀଙ୍କ ସହ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଆଲୋଚନା, ନିଷ୍ପତ୍ତିକୁ ଅପେକ୍ଷା - ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଆନ୍ଦୋଳନ

ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଓ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ମଧ୍ୟରେ ସକରାତ୍ମକ ଆଲୋଚନା ହୋଇଛି । ବିଜ୍ଞପ୍ତି ବାହାରିବା ପରେ ଆନ୍ଦୋଳନ ପ୍ରତ୍ୟାହାର ହେବ ବୋଲି କହିଲା ଶିକ୍ଷକ ସଂଘ । ଅଧିକ ପଢନ୍ତୁ

ମନ୍ତ୍ରୀଙ୍କ ସହ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଆଲୋଚନା

author img

By

Published : Apr 4, 2023, 6:21 PM IST

ମନ୍ତ୍ରୀଙ୍କ ସହ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଆଲୋଚନା

ଭୁବନେଶ୍ବର: ଠିକା ନିଯୁକ୍ତି ଉଚ୍ଛେଦ ଦାବିରେ ଗତକାଲିଠାରୁ ଲୋୟର ପିଏମଜିଠାରେ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଆନ୍ଦୋଳନ କରୁଛି । ଏହାରି ଭିତରେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସହ ଶିକ୍ଷକ ସଂଘର ଆଲୋଚନା ହୋଇଛି । ସଂଘର ଏକ ପ୍ରତିନିଧି ଦଳ ମନ୍ତ୍ରୀଙ୍କ ସହ ସକାରତ୍ମକ ଆଲୋଚନା କରିଛନ୍ତି । ଠିକା ନିଯୁକ୍ତି ଉଚ୍ଛେଦ ନେଇ ଗତ ଅକ୍ଟୋବର 15 ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ବିଭିନ୍ନ ବିଭାଗ ଏହାକୁ କାର୍ଯ୍ୟକାରୀ କରିଥିବା ବେଳେ ଗଣଶିକ୍ଷା ବିଭାଗ ଏହାକୁ କାର୍ଯ୍ୟକାରୀ କରିନାହିଁ । ଯାହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଶିକ୍ଷକ ସଂଘ । ରାଜରାସ୍ତାରେ ଆଣ୍ଠେଇ ଶିକ୍ଷୟିତ୍ରୀମାନେ କାନି ପତାଇ ସେମାନଙ୍କ ଦାବିଗୁଡ଼ିକୁ ସରକାର ପୂରଣ କରନ୍ତୁ ବୋଲି ନାରା ଦେଇଛନ୍ତି ।

ସୂଚନା ଅନୁଯାୟୀ 2022 ମସିହା ଅକ୍ଟୋବର 15 ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଓଡି଼ଶାରୁ ଚୁକ୍ତିଭିରିକ ପ୍ରଥା ଉଚ୍ଛେଦ ହେବାର ଘୋଷଣା କରାଯାଇଥିଲା । ପରଦିନ ଯଥା ଅକ୍ଟୋବର 16 ତାରିଖ ଦିନ ସାଧାରଣ ବିଭାଗର ପତ୍ର ସଂଖ୍ୟା 29076 ଅନୁସାରେ ସରକାରଙ୍କ ଅଧିନସ୍ଥ ସମସ୍ତ ବିଭାଗର ଚୁକ୍ତିଭିତ୍ତିକ କର୍ମଚାରୀମାନେ ରେଗୁଲାର୍ ହୋଇ ସବୁ ପ୍ରକାର ସରକାରୀ ସୁବିଧା ପାଉଥିଲା ବେଳେ ସେଥୁରୁ ବାଦ୍ ପଡିଛନ୍ତି 2016ରୁ 2022 ମସିହା ବ୍ୟାଚର ଶିକ୍ଷକ/ଶିକ୍ଷୟିତ୍ରୀ । ରେଗୁଲାର୍ ପ୍ରକ୍ରିୟା ପାଇଁ ଅର୍ଥ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ଅନୁମୋଦନ କରିବା ପରେ ମଧ୍ୟ ଶିକ୍ଷା ବିଭାଗରେ କାମ ଆଗକୁ ନବଢିବା ଏକ ବିଡମ୍ବନା ଓ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଛନ୍ତି ।

ଆଜକୁ 6 ମାସ ହେଲାଣି ଶିକ୍ଷକମାନେ ଅପେକ୍ଷା କରିଛନ୍ତି କେବେ ସେମାନେ ରେଗୁଲାର ହେବେ । ଏହାରି ଭିତରେ ଅନେକ ଶିକ୍ଷକ ପ୍ରାଣ ହରାଇଲେଣି । ତଥାପି ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳିପାରିଲା ନାହିଁ ବୋଲି ସଂଘ କହିଛି । ସିବିଟି ଶିକ୍ଷକ ସଂଘର ସଭାପତି ରାଜେନ୍ଦ୍ର ମଲ୍ଲିକ କହିଛନ୍ତି ଯେ, 6 ମାସ ହେଲାଣି ସରକାର କୌଣସି ସୁବିଧା କରିନାହାନ୍ତି । ବାରମ୍ବାର ଜଣାଇଲା ପରେ ବି ଚୁପ ରହିଛନ୍ତି । କିନ୍ତୁ ଆଜି ବିଭାଗୀୟ ମନ୍ତ୍ରୀଙ୍କ ସହ ସକାରାତ୍ମକ ଆଲୋଚନା ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

ସଂଘର ଆବାହକ ପ୍ରଭାତ ମହାନ୍ତି କହିଛନ୍ତି, ''ସଂଘର 10 ଜଣ ସଦସ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । 2003 ମସିହାରୁ 2016 ମସିହା ପର୍ଯ୍ୟନ୍ତ ଏବଂ ଠିକା ନିଯୁକ୍ତି ଉଠିଲା ପରେ ଅନେକ ଶିକ୍ଷକ ଏବେବି ଚୁକ୍ତିଭିତ୍ତିକ ଭାବରେ କାମ କରୁଛନ୍ତି । ସେମାନଙ୍କୁ ମଧ୍ୟ ରେଗୁଲାର କରାଯିବା ଆବଶ୍ୟକ । ନହେଲେ ଆଗାମୀ ଦିନରେ ପୁଣି ଆନ୍ଦୋଳନ ହେବ । ଅନ୍ୟପଟେ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, 2013ରୁ ପୋଷ୍ଟିଂ ପାଇଥିବା ଶିକ୍ଷକ ନିୟମିତ ହୋଇଥିବାରୁ 2002-03ରେ ଆସିଥିବା ଶିକ୍ଷକ ନିଜକୁ କନିଷ୍ଠ ଭାବୁଥିଲେ । ଶିକ୍ଷକମାନଙ୍କ ସହ ଆଲୋଚନା ହୋଇଛି ଓ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଏନେଇ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ବାହାରିବା ପରେ ଆନ୍ଦୋଳନ ପ୍ରତ୍ୟାହାର ହେବ ବୋଲି ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.