ETV Bharat / state

ଡିପ୍ଲୋମା ଛାତ୍ରରୁ ଡ୍ରଗସ୍ ବେପାରୀ, ୨କେଜି ବ୍ରାଉନସୁଗାର ସହ ଧରିଲା ପୋଲିସ

author img

By

Published : Nov 10, 2022, 10:07 AM IST

Updated : Nov 10, 2022, 11:22 AM IST

ଖୋର୍ଦ୍ଧାରୁ ୨ କୋଟିର ବ୍ରାଉନସୁଗାର ଜବତ । ଏହି ଘଟଣାରେ ଜଣେ ଡିପ୍ଲୋମା ଛାତ୍ରକୁ ଗିରଫ କରିଛି ଏସଟିଏଫ । ଅଧିକ ପଢନ୍ତୁ

ଡିପ୍ଲୋମା ଛାତ୍ରରୁ ଡ୍ରଗ୍ସ ବେପାରୀ, ୨ କୋଟିର ବ୍ରାଉନସୁଗାର ସହ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ବୁଧବାର ଖୋର୍ଦ୍ଧା ଜଟଣୀ ବାଏପାସ ନିକଟରୁ ଏସଟିଏଫ ଟିମ୍ ୨ କେଜି ବ୍ରାଉନସୁଗାର ସହ ଜଣେ କୁଖ୍ୟାତ ଅପରାଧିକୁ ଧରିଛି । ଅଭିଯୁକ୍ତର ନାମ ରାକେଶ ସାମନ୍ତରାୟ ଏବଂ ତା'ର ଘର ରଣପୁର ଅନ୍ଧାରୁଆ । ଅଭିଯୁକ୍ତ ରାକେଶ ୨ କୋଟି ଟଙ୍କାର ୨ କେଜି ବ୍ରାଉନସୁଗାର ନେଇ ବିଲ୍ ପାଇଁ ଯାଉଥିବା ବେଳେ ବାଟରେ ତାକୁ କାବୁ କରିଛି ଏସଟିଏଫ ଟିମ୍ । ଡ୍ରଗ୍ସ କାରବାର ମାମଲାରେ ତାକୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି ।

ବଡକଥା ହେଉଛି ଅଭିଯୁକ୍ତ ଯୁବକ ଜଣେ ଉଚ୍ଚଶିକ୍ଷିତ । ବିଜ୍ଞାନରେ ଯୁକ୍ତ ଦୁଇ ପାସ୍ କରିବା ପରେ ସେ ଡିପ୍ଲୋମା ମେଡିକାଲ ଲାବ୍ରୋଟାରୀ ଟେକ୍ନୋଲୋଜି କୋର୍ସ କରି ଏକ ପ୍ରତିଷ୍ଠିତ ଲ୍ୟାବରେ ଲ୍ୟାବ ଆସୋସିଏସଟ ଭାବେ କାମ କରୁଥିଲା । ମାସିକ ୨୦ରୁ ୨୫ ହଜାର ଟଙ୍କା ଦରମା ପାଉଥିଲା । ଏହାସତ୍ତ୍ବେ ସେ ଅପରାଧ ଦୁନିଆରେ ପାଦ ଦେଇଥିଲା । ତେବେ ପୂର୍ବରୁ ଅଭିଯୁକ୍ତ ରାକେଶ ନାଁରେ ଏକ ହତ୍ୟା ମାମଲା ମଧ୍ୟ ରହିଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ଜେଲରୁ ବାହାରି ଘରକୁ ଫେରିଲେ ପୂର୍ବତନ ବିଧାୟକ ଅନୁପ ସାଏ

ସୂଚନା ମୁତାବକ, ୨୦୧୮ ମସିହାରେ ରାକେଶ ଭରତପୁର ଅଞ୍ଚଳରେ ଜଣେ କିନ୍ନରକୁ ହତ୍ୟା କରିବା ମାମଲାରେ ଜେଲ୍ ଯାଇଥିଲା । ଜେଲରୁ ଫେରିବା ପରେ ବ୍ରାଉନସୁଗାର କାରବାର ଆରମ୍ଭ କରିଥିଲା । ଏକ ବୁଲେଟ ଜରିଆରେ ବିଭିନ୍ନ ଅଞ୍ଚଳରେ ନେଟୱର୍କ ବିଛାଇଥିଲା । ବୁଧବାର ସେ ଦୁଇ କେଜି ବ୍ରାଉନସୁଗାର ଚାଲାଣ କରୁଥିବାର ଏସଟିଏଫ ଖବର ପାଇଥିଲା । ଅଭିଯୁକ୍ତକୁ ଟ୍ରାକ କରି ଶେଷରେ ଏସଟିଏଫ ଟିମ୍ ଖୋର୍ଦ୍ଧାରୁ ଗିରଫ କରିଛି(diploma student nabbed for drug peddling) । ତେବେ ତାକୁ ଧରିବା ସମୟରେ ଏସଟିଏଫ୍ ଟିମକୁ ଛୁରୀ ଦେଖାଇ ସେ ଖସିଯିବାକୁ ଉଦ୍ୟମ କରୁଥିବା ଏସପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 10, 2022, 11:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.