ETV Bharat / state

ଆସନ୍ତା 28ରେ ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ, କାର୍ଯ୍ୟ ସମୀକ୍ଷା କରିଲେ ମୁଖ୍ୟ ଶାସନ ସଚିବ

author img

By

Published : Oct 23, 2022, 9:24 PM IST

Updated : Oct 23, 2022, 10:53 PM IST

୧୯୭୨ ମସିହାରେ ଧଉଳି ପାହାଡରେ ପ୍ରତିଷ୍ଠିତ ବିଶ୍ବବିଦିତ ଶାନ୍ତିସ୍ତୁପ ଏବଂ ବୌଦ୍ଧ ପୁଣ୍ୟପୀଠ ଚଳିତ ବର୍ଷ ୫୦ ବର୍ଷ ପୂରଣ କରୁଛି । ଆସନ୍ତା ୨୮ରେ ସୁବର୍ଣ୍ଣ ଜୟନ୍ତୀ(Dhauli Shanti Stupa golden jubilee) ପାଳିବ ଧଉଳି ଶାନ୍ତିସ୍ତୁପ । ଏନେଇ ଆଜି ଧଉଳିରେ କାର୍ଯ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ। ଅଧିକ ପଢନ୍ତୁ

ଆସନ୍ତା 28ରେ ସୁବର୍ଣ୍ଣ ଜୟନ୍ତୀ ପାଳିବ ଧଉଳି ଶାନ୍ତିସ୍ତୁପ

ଭୁବନେଶ୍ବର: ସୁବର୍ଣ୍ଣ ଜୟନ୍ତୀ(Golden Jubilee) ପାଳିବ ଧଉଳି ଶାନ୍ତିସ୍ତୁପ । ଏନେଇ ସଜେଇହେଲଣି ଧଉଳି। ଧବଳ ଓ ସୁନେଲି ରଙ୍ଗର ରଙ୍ଗରେ ନୂଆ ରୂପରେ ଚକଚକ କଲାଣି ଶାନ୍ତିସ୍ତୁପ । ୧୯୭୨ ମସିହାରେ ଧଉଳି ପାହାଡରେ ପ୍ରତିଷ୍ଠିତ ବିଶ୍ବବିଦିତ ଶାନ୍ତିସ୍ତୁପ ଏବଂ ବୌଦ୍ଧ ପୁଣ୍ୟପୀଠ ଚଳିତ ବର୍ଷ ୫୦ ବର୍ଷ ପୂରଣ କରୁଛି(Dhauli Shanti Stupa golden jubilee) । ଏହି ଅବସରରେ ସ୍ତୁପ ପରିସରରେ ପାଳିତ ହେବାକୁ ଯାଉଛି ଗୋଲ୍ଡେନ ଜୁବୁଲି ସମାରୋହ। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଆସନ୍ତା 28ରେ ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ

ଏହା ମଧ୍ୟ ପଢନ୍ତୁ: କଟକ କାଳୀପୂଜା: ସହରକୁ ଜଗିବେ 50 ପ୍ଲାଟୁନ ପୋଲିସ ଫୋର୍ସ

ବିଶେଷ ଭାବେ ଜରାଜୀର୍ଣ୍ଣ ହୋଇପଡିଥିବା ଧଉଳିକୁ ନୂଆ ରୂପ ଦିଆଯାଇଛି। ତେବେ ନୂଆ ରୂପର କାର୍ଯ୍ୟ କେତେ ସରିଛି ସମାରୋହ ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବ ଧଉଳିସ୍ତୁପ ପରିଭ୍ରମଣ କରି ସ୍ଥିତି ସମୀକ୍ଷା କରିଛନ୍ତି। ଏହି ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ, ଉପଜିଲ୍ଲାପାଳ ସମେତ ଧଉଳିର ବିକାଶରେ ନିୟୋଜିତ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ପୂର୍ବରୁ କିଭଳି ସରିବ ସେନେଇ ପ୍ରଧାନ୍ୟ ଦେଇଥିବା ବେଳେ ବିଶିଷ୍ଟ ବ୍ୟକ୍ତିଙ୍କ ଅଭୂର୍ଥନାକୁ ଗୁରୁତ୍ଵ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ଏହାସହ ଧଉଳିର ମୁଖ୍ୟ ଆକର୍ଷଣ ସୁବର୍ଣ୍ଣ ଜୟନ୍ତୀ ଅବସରରେ ଲାଇଟ୍ ଆଣ୍ଡ ସାଉଣ୍ଡ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦେଇଛନ୍ତି। ସମ୍ପୂର୍ଣ ଭାବେ କହିବାକୁ ଗଲେ ଭୁବନେଶ୍ୱରର ବିଶ୍ୱବିଦିତ ଏହି ବୌଦ୍ଧ କୀର୍ତ୍ତିର ଐତିହ୍ୟ ପ୍ରତି ପର୍ଯ୍ୟଟକଙ୍କ ମନ ମୋହିବା ପାଇଁ ଏହାର କାରୁକାର୍ଯ୍ୟକୁ ପୁନଃ ପ୍ରସ୍ପୁଟିତ କରାଯାଇଛି। ଯାହା ପ୍ରତିଟି ପର୍ଯ୍ୟଟକଙ୍କୁ ଓଡ଼ିଶାର ଏହି ସୁନ୍ଦର୍ଯ୍ୟକୁ ଦେଖିବାକୁ ଆକର୍ଷିତ କରିବ ।

ସେପଟେ ଭିନ୍ନକ୍ଷମ ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ପ୍ରସ୍ତୁତୁକୁ ନେଇ ସମୀକ୍ଷା କରିଛନ୍ତି । ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଓ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୧ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସୂଚନା ଦେଇଛନ୍ତି । ସୁବର୍ଣ୍ଣ ଜୟନ୍ତୀ ଅବସରରେ ପୃଥିବୀର ବିଭିନ୍ନ ଦେଶରୁ ପ୍ରାୟ ୧୫୦ ବୌଦ୍ଧ ସନ୍ୟାସୀ ଯୋଗ ଦେବାର ସମ୍ଭାବନା ରହିଛି । ମୁଖ୍ୟ ଉତ୍ସବ ଦିନ ଭୁବନେଶ୍ୱରରୁ ଧଉଳି ପର୍ଯ୍ୟନ୍ତ ଏକ ଶାନ୍ତି ଶୋଭାଯାତ୍ରା ଆୟୋଜିତ ହେବ । ତେବେ ଧଉଳିର ସର୍ବାଙ୍ଗୀନ ଉନ୍ନତିମୂଳକ କାର୍ଯ୍ୟକୁ ଦେଖି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶସା କରିଛନ୍ତି ବୌଦ୍ଧ ସନ୍ୟାସୀ ।

ଏନେଇ ଅଶୋକ ପଣ୍ଡା କହିଛନ୍ତି," ଆସନ୍ତା 28 ତାରିଖରେ ଧଉଳୀ ସ୍ତୁପର 50 ବର୍ଷ ପୂର୍ତ୍ତି ହେବାକୁ ଯାଉଛି। । ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଓ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ବିଭିନ୍ନ ପ୍ରକାର ପ୍ରତିନିଧି ମଧ୍ୟ ସହଯୋଗ କରିଛନ୍ତି।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 23, 2022, 10:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.