ETV Bharat / state

ଧର୍ମେନ୍ଦ୍ର କହିଲେ ବାରମ୍ବାର କହିବି ଗୋ ବ୍ୟକ୍ ଆନ୍ଧ୍ର, ପ୍ରମିଳା କହିଲେ ସବୁ ପ୍ରଚାର

author img

By

Published : Apr 13, 2023, 10:42 PM IST

Updated : Apr 13, 2023, 10:59 PM IST

କୋଟିଆ ନେଇ ଏକତାର ଆହ୍ବାନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜନୀତିରୁ ଊର୍ଦ୍ଧ୍ବରେ ରହି କୋଟିଆ ପାଇଁ ଆମେ ସମସ୍ତେ ଏକ ହୋଇ ଲଢ଼ିବା ଦରକାର ବୋଲି କହିଛନ୍ତି ସେ । ଅଧିକ ପଢନ୍ତୁ

Etv Bharat
Etv Bharat
ଧର୍ମେନ୍ଦ୍ର କହିଲେ ବାରମ୍ବାର କହିବି ଗୋ ବ୍ୟକ୍ ଆନ୍ଧ୍ର, ପ୍ରମିଳା କହିଲେ ସବୁ ପ୍ରଚାର

ଭୁବନେଶ୍ବର: କୋଟିଆ ନେଇ ଏକତାର ଆହ୍ବାନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜନୀତିରୁ ଊର୍ଦ୍ଧ୍ବରେ ରହି ସମସ୍ତେ ଏକାଠି ହୋଇ କୋଟିଆ ପାଇଁ ଲଢେଇ ଦରକାର ଇଂରେଜମାନେ ବନ୍ଦେ ମାତାରମ ହେଉ କିମ୍ବା ଭାରତ ମାତା କି ଜୟ, ଏହି ସ୍ଲୋଗାନରେ ଭାରତ ଛାଡିଥିଲେ । କୋଟିଆ ପ୍ରସଙ୍ଗରେ ଦଳ ମତ ନିର୍ବିଶେଷରେ ଆମେ ସମସ୍ତେ ଏକାଠି ହୋଇ ଲଢିବା ଦରକାର । ଶାସକ ଦଳର ମନ୍ତ୍ରୀ ମୋତେ ଗାଳି ଓ ଅପମାନ ଦିଅନ୍ତୁ । କିନ୍ତୁ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରନ୍ତୁ । ୨୦୧୮ରେ କୋଟିଆ ଏବଂ ଏବେର କୋଟିଆର କୌଣସି ପରିବର୍ତ୍ତନ ଆସିନାହିଁ । ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଓଡ଼ିଶାର ସୀମାରେ ଠିଆ ହୋଇ ଜଣେ ଓଡ଼ିଶା ବିରୋଧୀ କଥା କହିଲେ ଓଡ଼ିଶାର ସ୍ବାଭିମାନ ନାଗରିକ ଭାବେ ମୁଁ ଥରେ ନୁହେଁ ବାରମ୍ବାର କହିବି ଓଡ଼ିଶା ବିରୋଧୀ ଶକ୍ତି 'ଗୋ ବ୍ୟାକ୍‌' । କୋଟିଆର ତଳିଆ ଅଞ୍ଚଳକୁ ଯାଇଥିଲି । ଓଡ଼ିଶା ସୀମାନ୍ତରେ ପାଖାପାଖି ୧୫ କିମି ବ୍ୟାସାର୍ଦ୍ଧରେ ତେଲୁଗୁ ଭାଷାଭାଷୀ ବୋର୍ଡ ଲାଗିଛି । ଆନ୍ଧ୍ରର ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପ୍ରସାର ବୋର୍ଡ ଲାଗିଲାଣି । ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପାଖରେ ଏହାର କୌଣସି ଉତ୍ତର ନାହିଁ । ତଳିଆ କର୍ମଚାରୀଙ୍କର ମୁଁ ଦୋଷ ଦେବାକୁ ଚାହିଁବି ନାହିଁ । ସେହି ଅଞ୍ଚଳରେ ଆନ୍ଧ୍ର ପ୍ରଲୋଭନ ଦେଖାଇବା ସହ ବିଭିନ୍ନ ବିକାଶମୂଳକ କାମ କରୁଛି । ଓଡ଼ିଶାର ସରକାରଙ୍କ ପକ୍ଷରୁ ହୋଇଥିବା କାର୍ଯ୍ୟ କୋଟିଆ ଅଞ୍ଚଳରେ ହୋଇଛି । କିନ୍ତୁ କୋଟିଆ ଗ୍ରାମାଞ୍ଚଳର ଅବସ୍ଥା ସେମିତି ଅଛି ।"

ସେ ଆହୁରି କହିଛନ୍ତି, " ଓଡ଼ିଶାର ଭୌଗୋଳିକ ସୀମାକୁ ସୁରକ୍ଷିତ ରଖିବା ପାଇଁ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ଫକୀରମୋହନ ସେନାପତି, ଗଙ୍ଗାଧର ମେହେର, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ତ୍ୟାଗ ବ୍ୟର୍ଥ ଯିବ ନାହିଁ । ଓଡ଼ିଆ ଭାବେ ଏହି ଅସ୍ମିତା ପାଇଁ ଲଢେଇ ଜାରି ରହିବ । କୋଟିଆରେ ରାସ୍ତାର ଉନ୍ନତିକରଣ ହୋଇଛି । ଆଦର୍ଶ ବିଦ୍ୟାଳୟ ହୋଇଛି । ସରକାରୀ ଘରର କମ୍ପ୍ଲେକ୍ସ ହୋଇଛି । ସିଆରପିଏଫର କ୍ୟାମ୍ପ ଅଫିସ ହୋଇଛି । ୨୦୧୮ରେ କୋଟିଆର ଗ୍ରାମାଞ୍ଚଳରେ ସ୍ଥିତାବସ୍ଥା ଯେମିତି ଥିଲା, ଏବେ ବି ଏବେ ବି ସେମିତି ଅଛି ।"

ଏହା ବି ପଢନ୍ତୁ- Fake Certificate: 'ଏହାର ଚେର ବହୁତ ଲମ୍ବା, ବହୁତ ଗଭୀର'

କେନ୍ଦ୍ରମନ୍ତ୍ରୀ କୋଟିଆରେ ଓଡ଼ିଶା ସରକାରଙ୍କଠୁ ଆନ୍ଧ୍ର ସରକାର ଅଧିକ ସୁବିଧା ଯୋଗାଇବା ଉପରେ କହିଛନ୍ତି, " କୋଟିଆର ଆଦିବାସୀ ଭାଇ ଓ ଭଉଣୀଙ୍କ ମନରେ ପ୍ରଶ୍ନ ରହିଛି, ମୋତେ କଣ ମିଳିଲା । ଓଡ଼ିଶା ସ୍କୁଲ ଅପେକ୍ଷା ଆନ୍ଧ୍ର ସ୍କୁଲରେ ଅଧିକ ସୁବିଧା ମିଳୁଛି । ଏହି ପ୍ରସଙ୍ଗରେ ଏଠାକାର ସ୍ଥାନୀୟ ମନ୍ତ୍ରୀ ମୋତେ ଯେତେ ଗାଳି, ଅପମାନ ଦିଅନ୍ତୁ, ମୋର ଆପତ୍ତି ନାହିଁ । କିନ୍ତୁ ତାଙ୍କ ବିଭାଗର କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରନ୍ତୁ । ୨୦୧୦ ମସିହାର ଆନ୍ଧ୍ର ପକ୍ଷବାଦୀ ଓ ଓଡ଼ିଶା ବିପକ୍ଷବାଦୀ ଗୋଟିଏ ବୟାନକୁ ବାରମ୍ବାର କୁହାଯାଉଛି । କୋର୍ଟରେ ମାମଲା ବିଚାରାଧୀନ କହି ଓଡ଼ିଶା ସରକାର ଚୁପ ରହିଯାଉଛନ୍ତି । ଆହୁରି ଲଢେଇ କରିବାକୁ ପଡିବ । ଏହା ଦଳୀୟ ବିଷୟ ନୁହେଁ । ଓଡ଼ିଶାରେ ଦଳ ମତ ନିର୍ବିଶେଷରେ ଏକମତ ହେବା ପାଇଁ ପଡିବ । ରାଜନୀତିରେ ଭିନ୍ନ ମତ ରହିବ । ମାତ୍ର ରାଜ୍ୟର ସୁରକ୍ଷା ପାଇଁ ଏକାଠି ହେବା ଦରକାର ।"

ସେପଟେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, " ଗୋ ବ୍ୟକ ଆନ୍ଧ୍ର କହିବା ପରେ ଏବେ ଆନ୍ଧ୍ର ଆସିଲା କେଉଁଠି ? ପ୍ରଚାର ପ୍ରସାର ଲାଗି କେନ୍ଦ୍ରମନ୍ତ୍ରୀ ବହୁତ କିଛି କହିଲେ । ଯଦି ଗୋ ବ୍ୟକ କହିଦେଲେ, ଆନ୍ଧ୍ର ପଳେଇ ଯାଆନ୍ତା । ତେବେ ଏତେ ବର୍ଷ ହେଲା କେସ ସୁପ୍ରିମକୋର୍ଟରେ କାହିଁକି ଲାଗିଛି ? କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇସାରିଛନ୍ତି । ଅନୁରୋଧ କରିବି କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ । ସବୁ କଥା ତୁଟେଇ ଦିଅନ୍ତୁ । କୌଣସି କଥାରେ ମୁଣ୍ଡ ନପୁରାଇ କେବଳ ରାଜ୍ୟ ସରକାରଙ୍କ ଉପରକୁ ଟେକା ଫିଙ୍ଗିଲେ କିଛି ହେବନାହିଁ । ରାଜ୍ୟ ସରକାର ଯେତିକି ପଦକ୍ଷେପ ନେବା କଥା ନେଇଛନ୍ତି । ସେଠାକାର ଲୋକଙ୍କ ପାଇଁ ରାସ୍ତା ଘାଟ, ସ୍କୁଲ, ବିଦ୍ୟୁତ, ପାନୀୟ ଜଳ, ଅଙ୍ଗନବାଡି ବ୍ୟବସ୍ଥା ରାଜ୍ୟ ପକ୍ଷରୁ କରାଯାଉଛି । ରାଜ୍ୟ ସରକାର ସେଠାରେ ନିର୍ବାଚନ କରିଛନ୍ତି । ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ ସରକାରଙ୍କର ମଧ୍ୟ ଅଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 13, 2023, 10:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.