ETV Bharat / state

Kalahandi Mao Encounter: ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, AK-47ରୁ ବଡ଼ ମାଓ କ୍ୟାଡ଼ର ଉପସ୍ଥିତି ନେଇ ସନ୍ଦେହ

କଳାହାଣ୍ଡିରେ ମାଓ ଏନକାଉଣ୍ଟର ପରେ ଡିଜିପିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ବଡ଼ ମାଓ କ୍ୟାଡର ଥିବା ନେଇ ସନ୍ଦେହ କରିବା ସହ ଅପରେସନ ଜାରି ରହିଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 9, 2023, 4:06 PM IST

Kalahandi Mao Encounter

ଭୁବନେଶ୍ବର: କଳାହାଣ୍ଡିରେ ମାଓ ଗୁଳିବିନିମୟ ପରେ ଡିଜିଙ୍କ ବୈଠକ। ଗୁଇନ୍ଦା ନିର୍ଦ୍ଦେଶକ ଓ ଆଇନଶୃଙ୍ଖଳା ଡିଜିଙ୍କ ସହ ସମୀକ୍ଷା କରିଛନ୍ତି । ନିହତ ହୋଇଥିବା ୩ ମାଓବାଦୀଙ୍କଠାରୁ AK-47 ଜବତ ହୋଇଥିବାରୁ ଏମାନେ ସିନିୟର କ୍ୟାଡରର ମାଓବାଦୀ ବୋଲି ପୋଲିସ ସନ୍ଦେହ କରିଛି । ଏହାସହ ଉକ୍ତ ଜଙ୍ଗଲରେ ବଡ ମାଓ କ୍ୟାଡର ଥିବା ସନ୍ଦେହ କରି ମାଓ ଅପରେସନ ଜାରି ରହିଛି ।

ଗୁଳି ବିନିମୟ ବେଳେ ପୋଲିସର ଜଣେ ଡିଏସପି ଆହତ ହୋଇଛନ୍ତି । ସେ ଏବେ ବିପଦମୁକ୍ତ ଅଛନ୍ତି । ଉତ୍ତମ ଚିକିତ୍ସା ଲାଗି ତାଙ୍କୁ ଭୁବନେଶ୍ବରକୁ ଅଣାଯାଉଛି । ଏନେଇ ସେ ମାଓବାଦୀଙ୍କୁ ଅପିଲ କରି କହିଛନ୍ତି ଏଭଳି ବିଚାରଧାରା ଠିକ ନୁହେଁ । ହିଂସାର ଦିଗକୁ ଛାଡନ୍ତୁ। ମୁଖ୍ୟସ୍ରୋତରେ ସାମିଲ ହେବାକୁ ସେ ନିବେଦନ କରିଛନ୍ତି । ଓଡ଼ିଶା ସରକାର ମାଓବାଦୀ ଥଇଥାନ ନେଇ ଅନେକ ବ୍ୟବସ୍ଥା କରିଛନ୍ତି । ଏହାସହ ରାଜ୍ୟ ସରକାର ଅନେକ ପନ୍ଥା ଆପଣାଇଛନ୍ତି । ଏଣୁ ହିଂସା ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଲାଗି ମାଓବାଦୀମାନଙ୍କୁ ଅନୁରୋଧ କରିଛନ୍ତି ଡିଜିପି ।

ଏହା ବି ପଢନ୍ତୁ- କୁମ୍ବିଂ ବେଳେ ପୋଲିସ-ମାଓବାଦୀ ଗୁଳିବିନିମୟ, 3 ମାଓବାଦୀ ସଫା

ମାଓବାଦୀଙ୍କ ଗୁଳିମାଡ଼ରେ ଆହତ‌ ହୋଇଥିବା ଡିଏସପି ହେଉଛନ୍ତି ଅତୁଲକୃଷ୍ଣ ଦାସ। ତାଙ୍କ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ସେ ଏବେ ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବଲାଙ୍ଗୀର ଓ କଳାହାଣ୍ଡି ସୀମାନ୍ତ ରାମପୁର ଅଞ୍ଚଳରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତାପରଙ୍ଗ ସଂରକ୍ଷିତ ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଥିଲା । ଗତ କିଛି ଦିନ‌ ତଳେ ଛତିଶଗଡ଼ ଦାନ୍ତେଓ୍ବାଡାରେ ମାଓବାଦୀଙ୍କ ଆକ୍ରମଣରେ ୧୦ ଜଣ ଯବାନ ନିହତ ହୋଇଥିଲେ । ଏହାପରେ ରାଜ୍ୟର ୫ ସୀମାନ୍ତ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଥିଲା ।

ସୀମାବର୍ତ୍ତୀ ଅଞ୍ଚଳକୁ ସିଲ କରାଯିବା ସହ ରାଜ୍ୟରେ ମାଓ ଗତିବିଧି ଉପରେ ନଜର ରଖାଯାଇଥିଲା‌ । ଏପରିକି ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, ବରଗଡ଼ ଓ କଳାହାଣ୍ଡିରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଥିଲା । ୯୦ ପ୍ରତିଶତ ମାଓବାଦୀ ଛତିଶଗଡରୁ ହିଁ ଆସିଥାନ୍ତି ବୋଲି କହିଥିଲେ ବରିଷ୍ଠ ଅଧିକାରୀ ଅମିତାଭ ଠାକୁର। ତେଣୁ ଏହି ଘଟଣା ପରେ ଛତିଶଗଡରୁ କିଭଳି ମାଓବାଦୀମାନେ ରାଜ୍ୟକୁ ନ ଆସିବେ ସେ ନେଇ ଓଡ଼ିଶା ପୋଲିସ ସମସ୍ତ ସୀମାନ୍ତ ଜିଲ୍ଲାକୁ ସିଲ କରି ଦିଆଯାଇଥିବା କହିଥିଲେ।

ସୀମାନ୍ତ ଜିଲ୍ଲାଗୁଡ଼ିକର ଏସପିମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ପୂର୍ବରୁ ସ୍ଥିତିର ଅନୁଧ୍ୟାନ କରିବା ସହ ଏଦିଗରେ କଡ଼ା ଆଲର୍ଟ ରହିଥିଲେ। ତେବେ ନବରଙ୍ଗପୁରରୁ ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଯୌନ ଶୋଷଣ କରାଯାଉଥିବା କଥା ମଧ୍ୟ ସାମ୍ନାକୁ ଆସିଥିଲା । ଯେତେବେଳେ ମହିଳା ମାଓବାଦୀ ଆତ୍ମ ସମର୍ପଣ କରୁଛନ୍ତି ସେମାନେ ଏଭଳି କାହାଣୀ ପୋଲିସ ଆଗରେ କହୁଛନ୍ତି । ଏହା ସହିତ ମାଓ କ୍ୟାମ୍ପରୁ ମଧ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.