ETV Bharat / state

ଜୁଇରୁ ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ, ବୋହୂ ବିରୋଧରେ ହତ୍ୟା ଅଭିଯୋଗ - EX MLA WIFE DEATH CONTROVERSY

ଶ୍ମଶାନରେ ହାଇଡ୍ରାମା । ଜୁଇରୁ ବିଧାୟକଙ୍କ ପତ୍ନୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ହସ୍ପିଟାଲ ପଠାଇଲା ପୋଲିସ । ହତ୍ୟା ମାମଲା ରୁଜୁ ।

Ex MLA Wife Death Controversy
Ex MLA Wife Death Controversy (ETV Bharat Odisha)
author img

By ETV Bharat Odisha Team

Published : Nov 10, 2024, 10:28 AM IST

Updated : Nov 10, 2024, 10:47 AM IST

ଭୁବନେଶ୍ୱର: ଶ୍ମଶାନରେ ଚାଲିଥିଲା ଅନ୍ତେଷ୍ଟି କ୍ରିୟା । ହଠାତ୍‌ ପୋଲିସ ପହଞ୍ଚିଲା, ଜଳନ୍ତା ଜୁଇ ଲିଭାଇ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କଲା । ପରେ ଜଣାପଡିଲା ଦାହ ହେଉଥିବା ମୃତଦେହ ଜଣେ ପୂର୍ବତନ ବିଧାୟକଙ୍କ ଧର୍ମପତ୍ନୀଙ୍କର । ବୋହୂ ବିରୋଧରେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ପରେ ପୋଲିସ ଏପରି ଢଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗତକାଲି (ଶନିବାର) ସତ୍ୟ ନଗର ଶ୍ମଶାନ ପରିସରରେ ଦେଖିବାକୁ ମିଳିଥିଲା କିଛି ଏପରି ନାଟକୀୟ ଘଟଣା । ମୃତ ବୃଦ୍ଧା ଜଣକ ହେଉଛନ୍ତି ପୁରୀ ଜିଲ୍ଲା ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କର ପତ୍ନୀ । ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ତଦନ୍ତ ଜାରି ରଖିଛି ।

କ'ଣ ଥିଲା ପୂରା ଘଟଣା ?

ଗତକାଲି ଅପରାହ୍ନରେ ଭୁବନେଶ୍ୱର ସତ୍ୟ ନଗର ଶ୍ମଶାନରେ ବ୍ରହ୍ମଗିରି ବିଧାୟକ ଅଜୟ ଜେନାଙ୍କ ପତ୍ନୀ ଅଶ୍ରୁକଣାଙ୍କର ଅନ୍ତିମ ସଂସ୍କାର ଚାଲିଥିଲା । ଏହି ସମୟରେ କିଛି ଲୋକ ପହଞ୍ଚି ହୋହଲ୍ଲା କରିଥିଲେ । ଏପରିକି ବୃଦ୍ଧାଙ୍କୁ ହତ୍ୟା କରାଯାଇ ତରବରିଆ ଭାବେ ଦାହ କରାଯାଉଥିବା ଅଭିଯୋଗ ଆଣିଥିଲେ ସମ୍ପର୍କୀୟ । ବିବାଦ ଉପୁଜିବାରୁ ଘଟଣା ସ୍ଥଳରେ‌ ପହଞ୍ଚିଥିଲା ଖାରବେଳ ନଗର ଥାନା ପୋଲିସ । ଶ୍ମଶାନରେ ଦାହ ଚାଲିଥିବା ବେଳେ ଦରପୋଡା ମୃତଦେହକୁ ପୋଲିସ ଜବତ କରିଥିଲା । ମୃତଦେହ ଥିଲା ପୂର୍ବତନ ପତ୍ନୀଙ୍କର । ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଛି ପୋଲିସ ।

Ex MLA Wife Death Controversy (ETV Bharat Odisha)
  • ଏମିତି କହିଲେ ଥାନା ଅଧିକାରୀ:

ଖାରବେଳ ନଗର ଥାନା ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର କହିଛନ୍ତି, "ଏକ ଅଭିଯୋଗ ଆଧାରରେ ହତ୍ୟା ମାମଲା ହୋଇଛି । ମୃତକଙ୍କର ସାନ ଭଉଣୀ ମୋନିକା ପ୍ରଧାନ ଅଭିଯୋଗ କରିଛନ୍ତି । ମୃତ ବୃଦ୍ଧା ତଥା ବଡ଼ ଭଉଣୀଙ୍କ ବୋହୂଙ୍କ ନାଁରେ ସେ ଅଭିଯୋଗ କରିଛନ୍ତି । ନିକଟ ସମ୍ପର୍କୀୟ ଓ ପରିବାର ଲୋକଙ୍କୁ ନ ଜଣାଇ ମୃତ ବୃଦ୍ଧାଙ୍କ ବୋହୂ ଏପରି ଦାହ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆସିଥିଲା । ପୋଲିସ ସହ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ଯାଞ୍ଚ କରିଛି । ପୋଷ୍ଟମର୍ଟମ ପରେ ପୋଲିସ ପରବର୍ତ୍ତୀ ପଦକ୍ଷେପ ନେବ । "

Ex MLA Ajay Jena's Family
Ex MLA Ajay Jena's Family (ETV Bharat Odisha)
  • ମୃତ ବୃଦ୍ଧାଙ୍କ ଭଉଣୀଙ୍କ ଅଭିଯୋଗ:

ମୃତ ବୃଦ୍ଧାଙ୍କ ସାନ ଭଉଣୀ ମୋନିକା ପ୍ରଧାନ କହିଛନ୍ତି, "ଉଭଣୀ ସହ ତାଙ୍କର ବୋହୂ ରହୁଥିଲେ । ସମ୍ପତ୍ତି ବିବାଦ‌ ନେଇ କୋର୍ଟରେ କେସ ଚାଲିଛି । ଆଇନଗତ ଲଢେଇ ଚାଲିଛି । ହେଲେ ଯେପରି ମୃତ୍ୟୁ ହେବା ପରେ କାହାକୁ ନଜଣାଇ ସତ୍କାର ପାଇଁ ଆସିଛନ୍ତି । ଏନେଇ ମନରେ ସନ୍ଦେହ ସୃଷ୍ଟି ହୋଇଛି ଯେ, ଶାଶୁକୁ ହତ୍ୟା କରି ଏପରି ପ୍ରମାଣ ନଷ୍ଟ ପାଇଁ ଚେଷ୍ଟା କରୁଛନ୍ତି। "

ଏହା ବି ପଢନ୍ତୁ...ମାଆ-ଝିଅ ଡବଲ ମର୍ଡର ଉପରୁ ହଟୁଛି ପରଦା, ପୋଲିସର କ୍ରାଇମ ସିନ ରିକ୍ରିଏସନ

ଏହା ମଧ୍ୟ ପଢନ୍ତୁ-ସମ୍ବଲପୁର ମାଆ-ଝିଅ ମୃତ୍ୟୁର ଖୁଲାସା, ଶ୍ବାସରୁଦ୍ଧ ପରେ ପେଟ୍ରୋଲ ଢାଳି ପୋଡ଼ିଥିଲେ ବାପା-ପୁଅ

ଏହା ମଧ୍ୟ ପଢନ୍ତୁ :- ଶୋଇଥିବା ବେଳେ ଲାଗିଗଲା ନିଆଁ, ମାଆ-ଝିଅ ଜୀବନ୍ତ ଦଗ୍ଧ, ସମ୍ପର୍କୀୟ ଆଣିଲେ ହତ୍ୟା ଅଭିଯୋଗ

  • ସମ୍ପତ୍ତି ହାତେଇବା ପାଇଁ ଏପରି ଅଭିଯୋଗ: ମୃତ ବୃଦ୍ଧାଙ୍କ ବୋହୂ

ବୋହୂ ଉପାସନା ଷଡଙ୍ଗୀ ପ୍ରତିକ୍ରିୟା ରଖି କହିଛନ୍ତି,"ଆଜିଠୁ ଦୀର୍ଘ ୧୫ବର୍ଷ ହେବ ସେ ଶାଶୁଙ୍କ ଘରେ ରହିଆସୁଛି । ପୂର୍ବରୁ ଶ୍ବଶୁରଙ୍କ ମୃତ୍ୟୁ ହୋଇସାରିଛି । ଯେତେବେଳେ ଛୁଆ ଜନ୍ମ ହେବାର ତିନି ଦିନରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିଲା, ସେଭଳି ସମୟରେ‌ ଦୀର୍ଘ ୧୦ବର୍ଷ ଧରି ଘରେ ଶାଶୁଙ୍କର ହସ୍ପିଟାଲଠୁ ଆରମ୍ଭ କରି ସବୁକିଛି ଦେଖାଶୁଣା କରିଛି । ଦୁଇ ପିଲାଙ୍କୁ ନେଇ ସେଠାରେ ରହିଆସୁଛି । ଅଥଚ ସେମାନେ ସେହି ଘରର ସମ୍ପତ୍ତି ହଡ଼ପ ପାଇଁ ସ୍ବାମୀ ଓ ଶଶ୍ବୁର ନଥିବା ସମୟରେ ଏପରି ଶାଶୁଙ୍କର ସଂସ୍କାର ସମୟରେ ଆସି ଓ୍ବିଲ-ପେପର ଧରି ନିଜର ବୋଲି ଦାବି କରୁଛନ୍ତି । ଏମାନେ ସମ୍ପତ୍ତି ହଡ଼ପ ପାଇଁ ବହୁତ ମାନସିକ ଓ ଧମକ ଚମକ ଦେଉଛନ୍ତି । ମାରିଦେବାର ଧମକ ମଧ୍ୟ ଘରେ ଆସି ଦେଇଛନ୍ତି । କୌଣସି ଅସୁବିଧା ହୋଇନାହିଁ । ମୃତ୍ୟୁ ସ୍ବାଭାବିକ ହୋଇଛି । "

Ex MLA Wife Death Controversy
Ex MLA Wife Death Controversy (ETV Bharat Odisha)
  • ବୃଦ୍ଧାଙ୍କ ପରିବାର ବିଷୟରେ...

ଅଜୟ ଜେନା‌ ହେଉଛନ୍ତି ପୂର୍ବତନ ବିଧାୟକ । ସେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ଦୁଇଥର‌ ନିର୍ବାଚାତ ହୋଇଥିଲେ । ୧୯୭୭-୮୦ ପର୍ଯ୍ୟନ୍ତ ବିଧାୟକ ରହିଥିଲେ । ପରେ ସେ ୧୯୯୦-୯୫ ପର୍ଯ୍ୟନ୍ତ ଜନତା ଦଳରେ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ । ତାଙ୍କର ଘର ମଧୁସୁଦନନଗର ଏମ-୭୪ ଏରିଆରେ । ତାଙ୍କର ଦେହାନ୍ତ ହୋଇସାରିଥିବା ବେଳେ, ତାଙ୍କର ଏକମାତ୍ର ପୁଅଙ୍କର ମଧ୍ୟ ଦେହାନ୍ତ ହୋଇସାରିଛି । ପରେ ତାଙ୍କର ଅନ୍ତେ ତାଙ୍କ ଘରେ ବୃଦ୍ଧା ପତ୍ନୀଙ୍କ ସହ ଘରେ ବୋହୂ ଉପାସନା ଷଡଙ୍ଗୀ ରହି ଆସୁଥିଲେ । ଏବେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ ବିବାଦ ଦେଖାଦେଇଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Nov 10, 2024, 10:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.